ଭୁବନେଶ୍ୱର ଜିଲ୍ଲା ବିଜେଡି ଯୁବ ସଭାପତି ସମରେଶ ବେଉରା ବିଜେପିରେ ସାମିଲ ହେଲେ

2

ଭୁବନେଶ୍ୱର, ତା.୨୨/୦୫: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଭୁବନେଶ୍ୱର ଜିଲ୍ଲାର ବିଜେଡି ଯୁବ ସଭାପତି ସମରେଶ ବେଉରା, ଜିଲ୍ଲା ବିଜେଡି ଯୁବ ସମ୍ପାଦକ ରାଜେଶ ପ୍ରଧାନ, ପୂର୍ବତନ ଯୁବ ସାଧାରଣ ସମ୍ପାଦକ ଭବାନୀଶଙ୍କର ପରିରାୟ, ସୌମ୍ୟରଞ୍ଜନ ସେଠୀ, ବିଶ୍ୱଜିତ୍ ପ୍ରଧାନ, ବାପି ବେଉରା ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।
ଏକାମ୍ର ନିର୍ବାଚନର ବିଜେଡି ନେତା ଜୟ ପ୍ରକାଶ ଦଳାଇ, ସ୍ମୃତି ରଞ୍ଜନ ପ୍ରଧାନ, ଅମଦୀପ ବେହେରା, ଚନ୍ଦନ ବେହେରା, ରବୀନ୍ଦ୍ର ବେହେରା, ବଳରାମ ବେହେରା, ଅନନ୍ତ ବେହେରା, ଉତମ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ସିଆଲ, ସୂର୍ଯ୍ୟ ବେହେରା, ଦୀପକ ବେହେରା, ଆଶିଷ ନାୟକ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।
ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ବିଜୟ ପାଲ ସିଂ ତୋମାର, ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବାବୁ ସିଂ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ଉତରୀୟ ପିନ୍ଧାଇ ନୂତନ କାର୍ଯ୍ୟକର୍ତାଙ୍କୁ ସ୍ୱାଗତ ଜଣାଇଥିଲେ । ପାର୍ଟିରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ଶ୍ରୀ ମହାନ୍ତି ସଦସ୍ୟତା କରାଇଥିଲେ ।

Leave A Reply

Your email address will not be published.