ଭଞ୍ଜନଗର ଭେଜିପୁଟ୍ ଗ୍ରାମରେ ମାଁ ବ୍ରାହ୍ମଣୀ ଦେବୀଙ୍କ ଯାତ୍ରା ଆରମ୍ଭ

3

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ଭେଜିପୁଟ୍ ଗ୍ରାମରେ ଶ୍ରୀଶ୍ରୀଶ୍ରୀ ମାଁ ବ୍ରାହ୍ମଣୀ ଦେବୀ ଠାକୁରାଣୀଙ୍କ ଐତିହାସିକ ଯାତ୍ରା ଚଳିତ ବୈଶାଖ ମାସ ଶୁକ୍ଳପକ୍ଷ ନବମୀ ଯୁକ୍ତ ଦଶମୀ ଦିନ ଅନୁଷ୍ଠିତ ହୋଇଅଛି। ଏହି ଯାତ୍ରା ଉତ୍ସବ ଦୀର୍ଘ ୨୪ ଦିନ ବ୍ୟାପି ଅନୁଷ୍ଠିତ ହେବ। ଅର୍ଥାତ୍ ଜୁନ୍ ମାସ ୬ ତାରିଖ ରବିବାର ଦିନ ମାଁ ଙ୍କ ଅସ୍ଥାୟୀ ମଣ୍ଡପରେ ନାଟ ଯାତ୍ରା ଅନୁଷ୍ଠିତ ହୋଇ ମାଁ ଙ୍କ ପ୍ରତ୍ୟାବର୍ତ୍ତନ ହେବ।

ଭେଜିପୁଟ୍ ଗ୍ରାମର ଶ୍ରୀଶ୍ରୀଶ୍ରୀ ମାଁ ବ୍ରାହ୍ମଣୀ ଦେବୀଙ୍କ ଯାତ୍ରା ପ୍ରାୟ ୧୦୦ ବର୍ଷ ରୁ ଉର୍ଦ୍ଧ ହେବ ପାରମ୍ପରିକ ରିତିନିତୀ ଅନୁସାରେ ସ୍ଥାନୀୟ ଠାକୁରାଣୀ ଯାତ୍ରା କମିଟି ସଦସ୍ୟ ଓ ଗ୍ରାମବାସୀ ଙ୍କ ମିଳିତ ସହଯୋଗରେ ପ୍ରତି ୨ ବର୍ଷ କୁ ଥରେ ଅନୁଷ୍ଠିତ ହୋଇ ଆସୁଅଛି। କିନ୍ତୁ ଉକ୍ତ ଯାତ୍ରା ବର୍ତ୍ତମାନ ୭ ବର୍ଷ ବ୍ୟବଧାନରେ ଚଳିତ ୨୦୨୪ ରେ ଅନୁଷ୍ଠିତ ହେଉଅଛି। କମିଟି ସଭାପତି ବିଶ୍ଵନାଥ ସ୍ୱାଇଁ, ଉପସଭାପତି ପ୍ରମୋଦ କୁମାର ବିଷୋୟୀ, ସମ୍ପାଦକ ଚିଦାନନ୍ଦ ସ୍ଵାଇଁ, ସହ ସମ୍ପାଦକ ଲିଙ୍କନ୍ ବିଷୋୟୀ ଓ କୋଷାଧ୍ୟକ୍ଷ ରଞ୍ଜିତ୍ କୁମାର ରାଉତ ଙ୍କ କହିବାନୁସାରେ, ଗତ କରୋନା ମହାମାରୀ ଯୋଗୁଁ ଓ ଭଞ୍ଜନଗର ରେ ଅନୁଷ୍ଠିତ ହେଉଥିବା ୩ ବର୍ଷ କୁ ଥରେ ଠାକୁରାଣୀ ଯାତ୍ରା କୁ ସମ୍ନାନ ଦେଇ ଏହି ଯାତ୍ରା ଅନୁଷ୍ଠିତ ହେବାରେ ବିଳମ୍ୱ ହୋଇଛି। ମାଁ ବ୍ରାହ୍ମଣୀ ଦେବୀଙ୍କ ଯାତ୍ରା ପାଇଁ ଭେଜିପୁଟ ବଡ଼ ଦାଣ୍ଡରେ ଏକ ସୁନ୍ଦର ଓ ସୁସଜ୍ଜିତ ଅସ୍ଥାୟୀ ମଣ୍ଡପ ନିର୍ମାଣ କରାଯାଇ ତାକୁ ପ୍ରତିଷ୍ଠା କରାଯାଇଥିଲା। ମେ ୧୭ ତାରିଖ ଶୁକ୍ରବାର ୨୦୨୪ ରୁ ଆରମ୍ଭ ହୋଇଥିବା ଯାତ୍ରା ନିମନ୍ତେ, ଉକ୍ତ ଦିନ ମଧ୍ୟାହ୍ନ ୨ ଘଣ୍ଟା ସମୟରେ ଚଣ୍ଡିପାଠ ହୋମଯଜ୍ଞ କରାଯାଇ ମାଁ ଙ୍କୁ ପ୍ରତିମୂର୍ତ୍ତି କୁ ଆବାହନ କରାଯାଇଥିଲା। ସଂଧ୍ୟା ୭ ଘଣ୍ଟା ସମୟରେ ବ୍ରାହ୍ମଣୀ ଦେବୀ ମନ୍ଦିର ରୁ ମାଁ ଙ୍କ ଯାତ୍ରା ବିରାଟ ବାଜ ବାଜଣା, ବାଣ ପଟୁଆର ସହିତ ଆରମ୍ଭ ହୋଇଥିଲା। ଏଥିରେ ଲୋକନୃତ୍ୟ ବାଘ, କଳ ଘୋଡ଼ା, ରାଜାରାଣୀ, କୁଲାଡ ର ଦୁଲ୍ ଦୁଲି, ଛତ୍ରପୁର ର ଡ୍ରମ୍ ବାଜା, ଘଣ୍ଟ ବାଦ୍ୟ, ଦଣ୍ଡଯାତ୍ରା, ଗାମୁଣ୍ଡି ର ସଖି ନାଚ, ଭୁତ, କୈ।ତୁକିଆ ପୋଷାକ ଧାରୀ, କିନ୍ନର ନୃତ୍ୟ ଆଦି ପଟୁଆରରେ ପରିବେଷଣ କରାଯାଇଥିଲା। ଯାତ୍ରା କମିଟି ସଦସ୍ୟ ଭରତ ସ୍ଵାଇଁ, ହାଡୁବନ୍ଧୁ ଜେନା, ମାନସ ଜେନା, ବାବୁଲା ଜେନା,ରାଜିବ ସ୍ଵାଇଁ, ଆଲୋକ ସ୍ଵାଇଁ, ବୁଲୁ ଭୂୟାଁ, ବାପି ଗୈ।ଡ଼, ସମେତ ଅନ୍ୟାନ୍ୟ ସଦସ୍ୟ ଙ୍କ ସହିତ ହଜାର ହଜାର ସ୍ଥାନୀୟ ଜନସାଧାରଣ ମାଁ ଙ୍କ ଯାତ୍ରା ରେ ଯୋଗଦାନ କରିଥିଲେ। ମାଁ ଙ୍କ ପଟୁଆର ବିଭିନ୍ନ ସାହି, ଭେଜିପୁଟ ମେଇନ୍ ରୋଡ଼, ନୁଆଁସାହି , ବାଇପାସ୍ ପରେ ଷ୍ଟେଟବ୍ୟାଙ୍କ ଛକ ହୋଇ ମଧ୍ୟ ରାତ୍ର ଏକ ଘଣ୍ଟା ସମୟରେ ଶ୍ରୀଶ୍ରୀଶ୍ରୀ ମାଁ ବ୍ରାହ୍ମଣୀ ଦେବୀ ଭେଜିପୁଟ ବଡ଼ଦାଣ୍ଡରେ ଥିବା ମାଁ ଙ୍କ ଅସ୍ଥାୟୀ ମଣ୍ଡପ ବିଜେ କରିଥିଲେ। ଆଗାମୀ ଶନି,ରବି ଓ ସୋମବାର ରେ ମାଁ ଙ୍କ ବିଶ୍ରାମ ପରେ ମଙ୍ଗଳବାର ରୁ ନଗଗରଭ୍ରମଣ ଯାତ୍ରା ମହା ଆଡମ୍ବରରେ ଆରମ୍ଭ ହେବ। ଏଥିସହ ଅନେକ ସୁନାମଧନ୍ୟ କଳାକାର ମାନଙ୍କୁ ନେଇ ଭିନ୍ନ ଭିନ୍ନ ଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ ବୋଲି ଯାତ୍ରା କମିଟି ସଦସ୍ୟ ମାନେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.