ଭଞ୍ଜନଗର ରେ ବି.ଜେ.ପି ପାଇଁ ପ୍ରଚାର କଲେ ଅଭିନେତା ଅନୁଭବ

3

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ରେ ଭାରତୀୟ ଜନତା ଦଳ (ବି.ଜେ.ପି) ର ବିଧାୟକ ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକ ଙ୍କ ପ୍ରଚାର ପାଇଁ ଆଜି ୧୮ ତାରିଖ ମେ ମାସ ୨୦୨୪ ଶନିବାର ଦିନ ଆର୍ ଏମ୍ ସି ହେଲିପ୍ୟାଡ୍ ରେ ସଂଧ୍ୟା ୫ ଟାରେ ପହଞ୍ଚିଥିଲେ ବିଶିଷ୍ଟ ଓଡିଆ ଅଭିନେତା ଅନୁଭବ ମହାନ୍ତି।

 ଆସନ୍ତା ୨୦ ତାରିଖ ରେ ନିର୍ବାଚନ ହେବାକୁ ଥିବା ବେଳେ , ଆଜି ମେ ମାସ ୧୮ ତାରିଖ ୨୦୨୪ ସାଧାରଣ ନିର୍ବାଚନ ପ୍ରଚାର ର ଶେଷ ଦିନ । ତେଣୁ ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ବିଜେପି ପ୍ରାର୍ଥି ପ୍ରଦ୍ୟୁମ୍ନ ନାୟକ ଙ୍କ ପାଇଁ ଷ୍ଟାର ପ୍ରଚାରକ ଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅନୁଭବ ମହାନ୍ତି ପ୍ରଚାର କରିଥିଲେ। ପ୍ରଥମେ ଭଞ୍ଜନଗର ସ୍ଥିତ ସେ ଆର୍ ଏମ୍ ସି ହେଲିପେଡ୍ ଠାରେ ଦିନ ସନ୍ଧ୍ୟା ୫ ଟାରେ ଅବତରଣ କରିଥିଲେ। ଶହ ଶହ ଦଳୀୟ କର୍ମୀମାନେ ତାଙ୍କୁ ସ୍ବାଗତ କରିଥିଲେ। ତା ପରେ ଢୁଢୁଆ ଶିବ ମନ୍ଦିର ଠାରୁ ରୋଡ଼ ସୋ ଦ୍ଵାରା ଭଞ୍ଜନଗର ସହର ପରିକ୍ରମା କରାଯାଇଥିଲା।,ଭଞ୍ଜନଗର ରେ ଓଲ୍ହାଇବା ମାତ୍ରକେ ପ୍ରବଳ ବର୍ଷା ଘନେଇ ଆସିଲା ଓ ପ୍ରବଳ ମାତ୍ରାରେ ବର୍ଷା ହୋଇଥିଲା,ତଥାପି କର୍ମୀ ମାନଙ୍କ ଉତ୍ସାହ କମି ନଥିଲା। ଆଜି ପ୍ରଚାର ଶେଷ ଦିନ ହୋଇଥିବାରୁ ସବୁ ଦଳ ନିଜ ନିଜର ପ୍ରଚାର ଜୋର କରିଥିଲେ। ଏହିପରି ସ୍ଥଳେ ନିର୍ବାଚନ ପାଇଁ ପୁଲିଙ୍ଗ୍ ଅଫିସର ମାନଙ୍କୁ ବିଭିନ୍ନ ବୁଥ ରେ ଛାଡିବା ପାଇଁ ଆସିଥିବା ଯାନ ବାହାନ ଗୁଡ଼ିକ ଦ୍ଵାରା ଟ୍ରାଫିକ ସମସ୍ୟା ଦେଖାଯାଇଥିଲା । କନ୍ଧମାଳ ଲୋକ ସଭା ଅଧୀନରେ ଥିବା ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ପାଇଁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ କୌଣସି ଷ୍ଟାର ପ୍ରଚାରକ ଆସି ନଥିବା ବେଳେ ବର୍ତ୍ତମାନ ଅନୁଭବ ଙ୍କ ପ୍ରଚାର ଭୋଟର ଙ୍କ ଉପରେ କେତେ ଓ କିପରି ପ୍ରଭାବ ପଡିବ ଦେଖିବାକୁ ବାକି ରହିଲା ??

Leave A Reply

Your email address will not be published.