କଟକ,୧୭।୫(): ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ଏକ ବିରାଟ ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରାରେ କଟକ ସାଂସଦ ପ୍ରାର୍ଥୀ ଡଃ ସଂତୃପ୍ତ ମିଶ୍ର ଓ ବିଧାୟକ ପ୍ରାର୍ଥୀ ଚନ୍ଦ୍ର ସାରଥୀ ବେହେରା ଯୋଗଦେଇ ଆସନ୍ତା ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳକୁ ବିପୁଳ ସଂଖ୍ୟାରେ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ପ୍ରତ୍ୟେକ ଗାଁ ଓ ସାହିକୁ ଯାଇ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଓ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇବା ସହିତ ଆସନ୍ତା ନିର୍ବାଚନରେ ଯୋଡି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଉଭୟ ପ୍ରାର୍ଥୀ ଅନୁରୋଧ କରିଥିଲେ। ଏହି ଶୋଭାଯାତ୍ରା ଗତିରାଉତପାଟଣା ପଞ୍ଚାୟତର ହନୁମାନ ମନ୍ଦିର ନିକଟରୁ ଆରମ୍ଭ ହୋଇ ୫ନମ୍ୱର ଜୋନର ୬ଟି ପଞ୍ଚାୟତ ପରିକ୍ରମା କରି ଶେଷରେ ଆୟତପୁର ଠାରେ ଶେଷ ହୋଇଥିଲା। ଏଥିରେ ସଦର ବ୍ଲକ ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ , ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ କୁମାର ମାହାଳୀ, ୬ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ଙ୍କ ସମେତ କାଳନ୍ଦୀ ଚରଣ ସ୍ୱାଇଁ, ଭିକାରୀ ବେହେରା, ଯତୀନ କୁମାର ରାଉଳ, ସୁବୋଧ ବେହେରା, ରଜନୀକାନ୍ତ ସାହୁ, ସମର ବେହେରା, ରତିକାନ୍ତ ଜେନା, ତ୍ରିଲୋଚନ ସ୍ୱାଇଁ, ଅକ୍ଷୟ ପରିଡ଼ା, ରାଜୀବ ବେଉରା ପ୍ରମୁଖ ଯୋଗଦେଇ ଶଙ୍ଖ ଚିହ୍ନରେ ଭୋଟ ଦେଇ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବାକୁ ଅନୁରୋଧ କରିଥିଲେ।ତ୍ରିଲୋଚନ ସ୍ୱାଇଁ, ଅକ୍ଷୟ ପରିଡ଼ା, ରାଜୀବ ବେଉରା ପ୍ରମୁଖ ଯୋଗଦେଇ ଶଙ୍ଖ ଚିହ୍ନରେ ଭୋଟ ଦେଇ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବାକୁ ଅନୁରୋଧ କରିଥିଲେ।
Sign in
Sign in
Recover your password.
A password will be e-mailed to you.