ଝାଡ଼େଶ୍ବରପୁର ପଞ୍ଚାୟତରେ ବିଜେଡ଼ିର ବିଶାଳ କର୍ମୀ ସମାବେଶ : ମାହାଙ୍ଗା ନିର୍ବାଚନ ମଣ୍ଡଳୀରୁ ଏକ ଲକ୍ଷରୁ ଅଧିକ ଭୋଟରେ ଜିତିବେ ଅଙ୍କିତ ପ୍ରତାପ ଜେନା l

3

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଝାଡ଼େଶ୍ଵରପୁର ପଞ୍ଚାୟତରେ ବିଜେଡ଼ି ପକ୍ଷରୁ ଏକ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସଭାପତି ତଥା ପୂର୍ବତନ ସରପଞ୍ଚ ବିଭୂତିଭୂଷଣ ଦାସଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ନିର୍ବାଚନ ଆସିଲେ କିଛି ବିରୋଧୀ ନେତା ବିଭିନ୍ନ ମିଥ୍ୟା କଥା କହି ଭୋଟ ହାତେଇବା ପାଇଁ ପଳେଆସନ୍ତି ହେଲେ ନିର୍ବାଚନ ସରିଲେ ସେମାନଙ୍କର ଦେଖା ମିଳିବା କଷ୍ଟ, ସେମାନଙ୍କ କଥାରେ ବିଶ୍ଵାସ ନକରି ପଞ୍ଚାୟତର ବିକାଶ ଓ ଉନ୍ନତି ପାଇଁ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର କାମ କରିଆସିଛି ଏବଂ ଆଗକୁ ମଧ୍ୟ କରିବ ଆଉ ତାହାକୁ ସାକାର କରିବା ନିମନ୍ତେ ଉପସ୍ଥିତ ଥିବା ଝାଡ଼େଶ୍ବରପୁର ପଞ୍ଚାୟତର ସମସ୍ତ ଜନସାଧାରଣ ବିଜେଡ଼ି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କୁ ଶଙ୍ଖ ଚିହ୍ନରେ ବହୁ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଆହ୍ବାନ ଦେଇଥିଲେ l ସେହିପରିଭାବେ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ଯୋଗଦାନ କରି ପଞ୍ଚାୟତରେ ଅଧିକରୁ ଅଧିକ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ସରପଞ୍ଚ ଅନିଲ ଦଳାଇ, ସମିତିସଭ୍ୟା ପୁଷ୍ପାଞ୍ଜଳୀ ଦାସ, ସମାଜସେବୀ ବ୍ରଜମୋହନ ପଣ୍ଡା, ଜିଲ୍ଲାପରିଷଦ ଭୂପତିଭୂଷଣ ଷଣ୍ଢ , ଯୁବନେତା ଆନନ୍ଦ ଦାସ, ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧ ମନୋଜ ସେଠୀ, ଜୋନ୍ ସଭାପତି ଅନିଲ ଭୂୟାଁ, କାହ୍ନୁଚରଣ ଦାସ, ଜୋନ୍ ଯୁବ ବିଜେଡ଼ି ସଭାପତି ରସିଦ୍ ଖାଁ, କ୍ଷୀରୋଦ କୁମାର ନନ୍ଦଙ୍କ ସମେତ ପଞ୍ଚାୟତର ବହୁ ମହିଳା, ଯୁବକ, ବରିଷ୍ଠ ନାଗରିକ ଏବଂ ବିଜେଡ଼ି ନେତୃବୃନ୍ଦ ଯୋଗଦାନ କରିଥିଲେ l

Leave A Reply

Your email address will not be published.