ବନ୍ଧକାଟିଆ ପଞ୍ଚାୟତରେ ବିଜେଡ଼ିର କର୍ମୀ ବୈଠକ : ଶଙ୍ଖ ଚିହ୍ନରେ ସବୁଠାରୁ ଅଧିକ ଭୋଟ ଦେଇ ପଞ୍ଚାୟତର ବିକାଶକୁ ତ୍ୱରାନ୍ୱିତ କରିବାକୁ ଆହ୍ୱାନ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ) ନିଶ୍ଚିନ୍ତକୋଇଲି ବ୍ଳକ ବନ୍ଧକାଟିଆ ପଞ୍ଚାୟତରେ ବିଜେଡ଼ି ପକ୍ଷରୁ ଏକ ବିଶାଳ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ପ୍ରଦିପ୍ତ ପରିଡ଼ାଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ବିରୋଧୀ ମାନେ କେବଳ ନିର୍ବାଚନ ଆସିଲେ ଆସନ୍ତି ଖାଲି ସାଧାରଣ ଜନତାକୁ ଗୁଡ଼ାଏ ମିଥ୍ୟା କଥା ଗୁଡିକ କହି ଭୁଆଁ ବୁଲାଇବା ପାଇଁ କିନ୍ତୁ ନିର୍ବାଚନ ସରିଗଲେ ସେମାନଙ୍କର ଦେଖା ଦର୍ଶନ ମିଳେ ନାହିଁ ଆଉ ଏହି ସମୟରେ ସେହି ବିରୋଧୀ ମାନଙ୍କ କଥା ନଶୁଣି ପଞ୍ଚାୟତର ବିକାଶ ପାଇଁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ବିଜେଡ଼ି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କୁ ବହୁ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଆହ୍ବାନ ଦେଇଥିଲେ। ସେହିପରି ଭାବେ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ଯୋଗଦାନ କରି ପୁନର୍ବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ତାଙ୍କ ହାତମୁଠାକୁ ଟାଣ କରିବା ପାଇଁ ସମସ୍ତ ଜନସାଧାରଣ ଡ଼ବଲ ଶଙ୍ଖ ଚିହ୍ନରେ ଇଭିଏମ୍ ସୁଇଚ୍ ଟିପି ଭୋଟ ଦେବାକୁ ଅନୁରୋଧ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ବ୍ଳକ ଅଧକ୍ଷ ଗିରିଶରଂଜନ ମହାପାତ୍ର, ସରପ ପ୍ରଦିପ୍ତ ପରିଡ଼ା, ସମିତିସଭ୍ୟ ବୈକୁଣ୍ଠ ଶତପଥୀ, ସମାଜସେବୀ ବ୍ରଜମୋହନ ପଣ୍ଡା, ଜିଲ୍ଲାପରିଷଦ ଭୂପତିଭୂଷଣ ଷଣ୍ଢ, ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି ମନୋଜ ସେଠୀ,ପୂର୍ବତନ ସମିତି ସଭ୍ୟ ପ୍ରହଲ୍ଲାଦ ଜେନା, ଯୁବନେତା ନେତା କିଶୋର ତ୍ରିପାଠୀ, ପଦ୍ମନାଭ ତ୍ରିପାଠୀଙ୍କ ସମେତ ପଞ୍ଚାୟତର ବହୁ ମହିଳା, ଯୁବକ, ବରିଷ୍ଠ ନାଗରିକ ଏବଂ ବିଜେଡ଼ି ନେତୃବୃନ୍ଦ ଯୋଗଦାନ କରିଥିଲେ ।