(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): ଖଲ୍ଲିକୋଟ ର ନିର୍ବାଚନ ମଣ୍ଡଳୀ ରେ ରାଣୀ ସାହେବଙ୍କ ଦବଦଵା ଥିବା ବେଳେ ଯାହା ଘଟିନଥିଲା । ତାହା ଏଵେ ଘଟିଵାର ଛବି ସାମ୍ନାକୁ ଆସୁଛି । ଏ ଦୃଶ୍ୟ ହେଉଛି ଖୁଦ ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ଶ୍ରୀ କୃଷ୍ଣଶରଣପୁର ପଞ୍ଚାୟତ ର ଘଟଣା । ଏ ଅମାନୁଷିକ କାର୍ଯ୍ୟକଳାପ ପାଇଁ ଦାୟୀ କିଏ ? ଦିଲ୍ଲୀପଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଜେଡି ଦଳର ନେତା ଓ କର୍ମୀ ମାନେ ତଥା ବିଜେପିର ରାଷ୍ଟ୍ରୀୟ , ରାଜ୍ୟ ନେତା , କର୍ମୀ ମାନେ ସମସ୍ତେ ମର୍ମାହତ, ହେଲେ ଏ କାଣ୍ଡ ଭିଆଇଲା କିଏ ? କାହାର ଇଙ୍ଗିତରେ ରାମଚନ୍ଦ୍ର ପ୍ରଧାନ ଙ୍କ ଦୁଇ ପୁଅଙ୍କୁ ହଣାକଟା କରାଗଲା ? ଏସବୁ ର ମାଷ୍ଟର ମାଇଣ୍ଡ କିଏ ? ଏ ପରିପ୍ରେକ୍ଷୀରେ କହିବାକୁ ବିଜେଡି ପକ୍ଷରୁ ଡାକିଥିଲେ ପ୍ରେସ୍ ମିଟ୍ ।
ଏ ଅବସରରେ ଖଲ୍ଲିକୋଟ, କବିସୂର୍ଯ୍ୟ ନଗର ନିର୍ବାଚନ ମଣ୍ଡଳୀ ବିଜେଡି ପର୍ଯ୍ୟବେକ୍ଷକ ଶ୍ରୀ ଶଶିଭୂଷଣ ମହାନ୍ତି, ପୂର୍ବତନ ବ୍ଳକ୍ ଅଧ୍ୟକ୍ଷ ଶ୍ରୀ ଦୈତାରି ବେହେରା, ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି ଯେ, ବିଜେଡି ଦଳର ନେତା କିମ୍ବା କର୍ମୀ ମାନେ ଏ ଘଟଣା ରେ ଆଦୋୖ ସଂଶ୍ଳିଷ୍ଟ ନୂହନ୍ତି । ବର୍ତ୍ତମାନ ଆମେ ସମସ୍ତେ ଦୁଃଖୀତ ଦିଲ୍ଲୀପଙ୍କ ଅମରାତ୍ମା ର ସଦ୍ ଗତି ପାଇଁ ପ୍ରାର୍ଥନା କରୁଛୁ। ଖୁବ୍ ଶୀଘ୍ର ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଦଣ୍ଡ ଦିଆଯିବ ବୋଲି କହିଲେ। ଏମାନଙ୍କ ମଧ୍ୟରେ ଥିଲେ ପୂର୍ବତନ ନଗର ପାଳ ତଥା ଵିସି ସି ବ୍ୟାଙ୍କ ଡାଇରେକ୍ଟର ଶ୍ରୀ ରାମ ମୋହନ ପଣ୍ଡା , ନାରାୟଣ ପାଢ଼ୀ,ରତ୍ନାକର ସାହୁ, ବିମ୍ବାଧର ତ୍ରିପାଠୀ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ବୋଲି ଜନଶ୍ରୁତି ରୁ ଜଣାପଡିଥିଲା।
Sign in
Sign in
Recover your password.
A password will be e-mailed to you.