ଅର୍ଥନୀତି ସମ୍ମାନରେ ବିଶ୍ଵ ବିଦ୍ୟାଳୟର ଷଷ୍ଠ ସ୍ଥାନ ଅଧିକାର କଲେ ଅଞ୍ଚଳ ମହାବିଦ୍ୟାଳୟ ର ଛାତ୍ରୀ l

3

ପଦ୍ମପୁର :- ଅଞ୍ଚଳ ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ଅନ୍ତିମ ବର୍ଷ ଛାତ୍ରୀ ତନୁଜା କିଷାନ ମହାବିଦ୍ୟାଳୟର ଟପ୍ପର ହୋଇଛନ୍ତି ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରୁ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି l ସେ ” ଏ” ଗ୍ରେଡ ରଖି ୮.୬୫ ସିଜିପିଏ ମାର୍କ ରଖି ଅର୍ଥନୀତି ବିଭାଗର ସୁନାମ ବଜାୟ ରଖିଥିବା ବେଳେ ଆଉ ପାଞ୍ଚ ଜଣ ଛାତ୍ରଛାତ୍ରୀ ୮୦% ମାର୍କ ରଖିଛନ୍ତି l ଉକ୍ତ ଶ୍ରେୟ ର କାରଣ ଅର୍ଥନୀତି ବିଭାଗର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ମହାବିଦ୍ୟାଳୟ ର ଶୃଙ୍ଖଳିତ ବାତାବରଣ ପାଇଁ ସମ୍ଭବ ହୋଇଛି ବୋଲି ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡଃ ବିରଞ୍ଚି ସାହୁ ଜଣାଇଛନ୍ତି l ପ୍ରତିବର୍ଷ ଅର୍ଥନୀତି ବିଭାଗର ଛାତ୍ରଛାତ୍ରୀ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ରହି ମହାବିଦ୍ୟାଳୟ ର ଗୌରବ କୁ ଅକ୍ଷୁର୍ଣ୍ଣ ରଖିଛନ୍ତି l

Leave A Reply

Your email address will not be published.