ବେଲଗୁଣ୍ଠା -୧୭/୫-ଓଡିଶାରେ ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଆସନ୍ତା ୨୦ ରେ ଥିବା ବେଳେ ବିଭିନ୍ନ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଚାଲିଛି ।ଏହି ଅବସରରେ କଂଗ୍ରେସର ସୋରଡା ବିଧାୟକ ପ୍ରାର୍ଥୀ ହରିକୃଷ୍ଣ ରଥ ମଧ୍ୟ ନିଜ ପ୍ରଚାରକୁ ଜୋରଦାର କରି ନିଜ ସପକ୍ଷରେ ଭୋଟ ଦେବା ପାଇଁ ଭୋଟରଙ୍କ ନିକଟରେ ପହଞ୍ଚୁଛନ୍ତି ।ଆଜି ସକାଳ ୯ ଟା ବେଳେ ଶ୍ରୀ ରଥ ନିଜ ସମର୍ଥକଙ୍କ ସହିତ ବେଲଗୁଣ୍ଠାରେ ପହଞ୍ଚି ନୃସିଂହ ମନ୍ଦିର ଠାରୁ ଶାସନ ସାହି,କଂସାରୀ ସାହି,କୋଳି ସାହି,ମାଲ ସାହି,ଧୋବା ସହି,ଚଷା ସାହି,ବାଲିଡି ସାହି,ପେଣ୍ଠ ସାହି, ବାଙ୍କ ବଜାର,ହାଟପଦା, ଚଢ଼ିଲା ପଲୀ ରୋଡ ସମେତ ବ୍ଳକର ବିଭିନ୍ନ ପଞ୍ଚାୟତରେ ଦ୍ୱାର ଦ୍ୱାର ବୁଲି ନିଜ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି । ଜାତୀୟ କଂଗ୍ରେସ ଆଦର୍ଶ,ରାହୁଲ ଗାନ୍ଧୀଙ୍କ ପରି ଯୁବ ନେତୃତ୍ବ ପାଇଁ ଭୋଟର ମାନଙ୍କୁ ସଚେତନ କରାଇ ହାତ ଚିହ୍ନରେ ଭୋଟ ଦେବା ପାଇଁ ଅପିଲ କରିଥିଲେ ।ତାଙ୍କ ସହିତ ବିଭିନ୍ନ ଦଳୀୟ କର୍ମକର୍ତ୍ତା ପ୍ରଚାରରେ ସାମିଲ୍ ହୋଇଥିଲେ । ଜନ ସାଧାରଣ ଲୋକ ଙ୍କ ପାଖରେ ପହଞ୍ଚି ଭୋଟ୍ ଭିକ୍ଷା କରିଥିଲେ,ଲୋକଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା ।
Sign in
Sign in
Recover your password.
A password will be e-mailed to you.