ଅସୁରେଶ୍ବର ପଞ୍ଚାୟତରେ ବିଜେଡ଼ିର ବିଶାଳ କର୍ମୀ ସମାବେଶ : ବିଜେଡିକୁ ଜିତାଇବା ପାଇଁ ଗୁରୁମନ୍ତ୍ର ଦେଲେ ବିଧାୟକ ପ୍ରତାପ l

3

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ବର ପଞ୍ଚାୟତ ଅଫିସ ନିକଟରେ ବିଜେଡ଼ି ପକ୍ଷରୁ ଏକ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସଭାପତି ଶିଶିର କୁମାର ମିଶ୍ରଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ନିର୍ବାଚନ ଆସିଲେ କିଛି ବିରୋଧୀ ନେତା ବିଭିନ୍ନ ମିଥ୍ୟା କଥା କହି ଭୋଟ ହାତେଇବା ପାଇଁ ପଳେଆସନ୍ତି ହେଲେ ନିର୍ବାଚନ ସରିଲେ ସେମାନଙ୍କର ଦେଖା ମିଳିବା କଷ୍ଟ, ସେମାନଙ୍କ କଥାରେ ବିଶ୍ବାସ ନକରି ପଞ୍ଚାୟତର ବିକାଶ ଓ ଉନ୍ନତି ପାଇଁ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର କାମ କରିଆସିଛି ଏବଂ ଆଗକୁ ମଧ୍ୟ କରିବ ଆଉ ତାହାକୁ ସାକାର କରିବା ନିମନ୍ତେ ଉପସ୍ଥିତ ଥିବା ଅସୁରେଶ୍ଵରର ସମସ୍ତ ଜନସାଧାରଣ ବିଜେଡ଼ି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କୁ ଶଙ୍ଖ ଚିହ୍ନରେ ବହୁ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଆହ୍ବାନ ଦେଇଥିଲେ । ସେହିପରି ଭାବେ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ଯୋଗଦାନ କରି ପଞ୍ଚାୟତରେ ଅଧିକରୁ ଅଧିକ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ବ୍ଳକ ଉପାଧକ୍ଷ ଅଶୋକ ଓଝା, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ସରପଞ୍ଚ ଗୌତମୀ ଦାସ, ସମିତିସଭ୍ୟା ହିମାଦ୍ରୀ ମିଶ୍ର, ଜିଲ୍ଲାପରିଷଦ ସଭ୍ୟା ଜସ୍ମିତା ସେଠୀ, ସମାଜସେବୀ ମହେଶ୍ଵର ବାରିକ, ନିତ୍ୟାନନ୍ଦ ସେଠୀ,ରାଜୀବଲୋଚନ ବେହେରା, ଅନନ୍ତ କୁମାର ଦାସ, ଅନ୍ତ ବେହେରା, କୁନାନନ୍ଦ ବେହେରା ଙ୍କ ସମେତ ପଞ୍ଚାୟତର ବହୁ ମହିଳା, ଯୁବକ, ବରିଷ୍ଠ ନାଗରିକ ଏବଂ ବିଜେଡ଼ି ନେତୃବୃନ୍ଦ ଯୋଗଦାନ କରିଥିଲେ ।

Leave A Reply

Your email address will not be published.