କଟରପଡ଼ାରେ ବିଜେଡ଼ିର କର୍ମୀ ସମ୍ମିଳନୀ
(ନିଶ୍ଚିନ୍ତକୋଇଲି – ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ କଟରପଡା ପଞ୍ଚାୟତ ଅଫିସ ନିକଟରେ ବିଜେଡ଼ି ପକ୍ଷରୁ ଏକ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସଭାପତି କୈଳାସ ସାଇଁଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ବିରୋଧୀ ମାନଙ୍କ କଥା ନଶୁଣି ପଞ୍ଚାୟତର ବିକାଶ ପାଇଁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ବିଜେଡ଼ି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କୁ ବହୁ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଆହ୍ବାନ ଦେଇଥିଲେ । ସେହିପରି ଭାବେ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ଯୋଗଦାନ କରି ପୁନର୍ବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ତାଙ୍କ ହାତମୁଠାକୁ ଟାଣ କରିବା ପାଇଁ ସମସ୍ତ ଜନସାଧାରଣ ଡବଲ ଶଙ୍ଖ ଚିହ୍ନରେ ଇଭିଏମ୍ ସୁଇଚ୍ ଟିପି ଭୋଟ ଦେବାକୁ ସହଯୋଗ ଲୋଡ଼ିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ବ୍ଳକ ଉପାଧକ୍ଷ ଅଶୋକ ଓଝା, ପ୍ରାକ୍ତନ ଅଧକ୍ଷ ଗିରିଶରଂଜନ ମହାପାତ୍ର, ସରପଞ୍ଚ ରାକେଶ କୁମାର ସାମଲ, ଶିକ୍ଷାବିତ୍ ଫକୀରଚରଣ ନାୟକ, ଇଂ. ପତିତପାବନ ସାଇଁ, ଶରତଚନ୍ଦ୍ର ତରାଇ, ଦେବାଶିଷ ବେଉରାଙ୍କ ସମେତ ପଞ୍ଚାୟତର ବହୁ ମହିଳା, ଯୁବକ, ବରିଷ୍ଠ ନାଗରିକ ଏବଂ ବିଜେଡ଼ି ନେତୃବୃନ୍ଦ ଯୋଗଦାନ କରିଥିଲେ ।