ମୟୂରଭଞ୍ଜ ସାରସ କଣାରୁ ଶ୍ରୀ ଦିପୁ ମହାପାତ୍ରଙ୍କ ରିପୋର୍ଟ : ମୟୁରଭଂଜ ଜିଲ୍ଲା ସାରସକଣା ବ୍ଳକ୍ ଅନ୍ତର୍ଗତ ଉମଦେପୂର୍ ପଞ୍ଚାୟତ ସ୍ଥିତ ନଡ଼ିଆଠୁଳ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବେସରକାରୀ ସଂସ୍ଥା ରୁ ଋଣ ନେଇ ସଂସ୍ଥା କର୍ମଚାରୀ ମାନଙ୍କ ଋଣ କିସ୍ତି କୁ ନେଇ ତାଗିଦ୍ ଏବଂ ନିର୍ଯାତନା କୁ ସହିନପାରି ପୁଅ ଦେଇ ଦେଲା ଜୀବନ । ସୂଚନା ଅନୁସାରେ ନଡ଼ିଆଠୁଳ ଗ୍ରାମର ମାଆ ସୁନୀତା ପାତ୍ର ସ୍ବାମୀ ✓° ଅଜୟ ପାତ୍ର ସ୍ଥାନୀୟ ଝାରପୋଖରିଆ ଠାରେ କାୟା ସାମ୍ରାଜ୍ୟ ବିସ୍ତାର କରିଥିବା ଏସ,କେ,ଏସ ଏବଂ ସମସ୍ତା ନାମକ ବେସରକାରୀ ସଂସ୍ଥା ରୁ ପ୍ରାୟ ଏକ ଲକ୍ଷ୍ୟ ଟଙ୍କା ଋଣ ଆଣିଥିଲେ । ସୁନୀତା ପତ୍ର, ପ୍ରତ୍ୟେକ ସପ୍ତାହ ଋଣ କିସ୍ତି ପରିଶୋଧ କରୁଥିଲେ ହେଁ ଏହି ସପ୍ତାହ ର କିସ୍ତି କୌଣସି କାରଣ ବସତଃ ଯୋଗାଡ଼ କରିନପାରି ଆସନ୍ତାକାଲି ଦେବେ ବୋଲି କହିଥିଲେ । କିନ୍ତୁ ବେସରକାରୀ ସଂସ୍ଥା ର କର୍ମଚାରୀ ମାନେ ତାହା ନ ମାନି ତାଙ୍କୁ ଏପଟ ସେପଟ କଥା କହିବା ସହିତ ନିର୍ଯାତନା ପୂର୍ବକ ବ୍ୟବହାର କରିଥିଲେ । ସେହି ନିର୍ଯାତନା କୁ ତାଙ୍କ ପୁଅ ରମାକାନ୍ତ ସହି ପାରିନଥିଲେ । ତେବେ ମାଆ ଟଙ୍କା ଯୋଗାଡ କରିବା କୁ ଗ୍ରାମର ଜନୈକ ଘରକୁ ଯାଇ ଆସି ଦେଖିଲା ବେଳକୁ ତାଙ୍କ ଏକମାତ୍ର ପୁଅ (୨୧ ବର୍ଷ) ରମାକାନ୍ତ ଘର ଭିତରେ ବେକରେ ଲୁଗା ଲଗାଇ ଆତ୍ମ ହତ୍ୟା କରିଛି । ତେବେ ୧୦୮ ଯୋଗେ ସ୍ଥିନୀୟ ଶିର୍ଷା ଡାକ୍ତରଖାନାକୁ ଗ୍ରାମବାସୀ ମାନେ ନେଇଯାଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଝାର ପୋଖରିଆ ପୁଲିସ୍ ଖବରପାଇ ଘଟଣା ସ୍ଥଳକୁ ପହଞ୍ଚି ଘଟଣା ବିଷୟରେ ବୁଝା ଶୁଝା କରିବା ଏବଂ ପରବର୍ତ୍ତୀ ସମୟରେ ବାରିପଦା ପି ଆର ଏମ ଡାକ୍ତରଖାନା କୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଥିଲେ । ଉକ୍ତ ଘଟଣା ରେ ପୁଲିସ ଥାନା କେଶ୍ ନଂ ୨୪/୨୪ ରେ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ତେବେ ଦୋଷୀ କୁ କୋଠର ଦଣ୍ଡ ମିଳୁ ବୋଲି ଗ୍ରାମବାସୀ ମାନେ ଗଣମାଧ୍ୟମ ପାଖରେ ପ୍ରକାଶ କରିଥିଲେ।
Sign in
Sign in
Recover your password.
A password will be e-mailed to you.