ଗୋପାଳପୁର ପଞ୍ଚାୟତରେ ବିଜେଡିର କର୍ମୀ ସମାବେଶ: ବିଧାୟକ ପ୍ରତାପ ଜେନାଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବହୁ ବିଜେପି କର୍ମୀ ମିଶିଲେ ବିଜେଡିରେ l

3

(ମାହାଙ୍ଗା-ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବହୁ ବିକାଶମୂଳକ ଯୋଜନା 2009 ମସିହା ଠାରୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଦାୟିତ୍ବ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ନେବା ପର ଠାରୁ ଶତ ପ୍ରତିଶତ ସଫଳ ହୋଇପାରିଛି l ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଆଜି ସବୁ କ୍ଷେତ୍ରରେ ଵିକାଶ ଧାରା ବହିଚାଲିଛି l ସେହି ବିକାଶର ଧାରାକୁ ଜାରି ରଖିବା ସହିତ ପୁନର୍ବାର ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଗାଦିରେ ବସିବା ପାଇଁ ସାଢେ ଚାରି କୋଟି ଓଡ଼ିଆଙ୍କ ଆଶୀର୍ବାଦ ମୁଖ୍ୟମନ୍ତ୍ରୀ ଙ୍କ ସହିତ ରହିଛି ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ l ଏହି ପରୀପ୍ରେକ୍ଷୀରେ ମାହାଙ୍ଗା ର୍ନିବାଚନ ମଣ୍ଡଳୀ ଗୋପାଳପୁର ଗ୍ରାମ ପଞ୍ଚାୟତ ବେଗୁନିଆ ପଦା ଠାରେ ଏକ ବିଶାଳ ବିଜେଡି କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହାତମୁଠାକୁ ଟାଣ କରିବା ପାଇଁ ଏବଂ ପଞ୍ଚାୟତରେ ଅଧିକରୁ ଅଧିକ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ଡବଲ ଶଙ୍ଖ ଚିହ୍ନରେ ମୋହର ମାରି ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କୁ ବିପୁଳ ସଂଖ୍ୟାରେ ଜୟଯୁକ୍ତ କରିବା ପାଇଁ ଉପସ୍ଥିତ ହଜାର ହଜାର ସଂଖ୍ୟାରେ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ l ସେହିପରି ମାହାଙ୍ଗା ବିଧାନସଭା ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ଯୋଗଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ ଲୋକାଭୀମୁଖୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଥିଲେ l ଏହି ସଭାରେ ବରିଷ୍ଠ ବିଜେଡି ନେତା ଗୌତମ ଚରଣ ଜେନା ସଭାପତିତ୍ୱ କରିଥିଲା ବେଳେ ମାହାଙ୍ଗା ବ୍ଲକ ୪୨ନଂ ଜୋନ ଜିଲ୍ଲାପରିଷ ସଭ୍ୟ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସରପଞ୍ଚ ମମତା ସେଠି, ୪୨ ନଂ ଜୋନ ଯୁବ ସଭାପତି ଚିନ୍ମୟ ଜେନା, ସେବା ସମବାୟ ସମିତି ସଭାପତି ବିବେକାନନ୍ଦ ପାଣି, ବିଜୁ ଜନତା ଦଳ ବ୍ଲକ ସଭାପତି ରାଜକିଶୋର ଜେନା, ସମିତି ସଭ୍ୟା ଦେବସ୍ମିତା ସେଠି, ପୂର୍ବତନ ସରପଞ୍ଚ ସୁବାସ ମହାନ୍ତି , ପଞ୍ଚାୟତ ସଭାପତି ଆଲୋକ ରଞ୍ଜନ ପ୍ରଧାନ, ଜୋନ ସଭାପତି କମଳାକାନ୍ତ ଦାସ, ପଞ୍ଚାୟତ ପର୍ଯ୍ୟବେକ୍ଷକ ଦେବରଞ୍ଜନ ମହାନ୍ତି, ଜୟପ୍ରକାଶ ସାହୁ, ସତ୍ୟଜିତ ନାୟକ, ସୟଦ ଖାଁ, ମନୋଜ ସେଠି ଙ୍କ ସମେତ ବହୁ ବିଜେଡି ନେତୃବୃନ୍ଦ ଉପସ୍ଥିତ ଥିଲେ । ଶେଷରେ ବିଧାୟକ ପ୍ରତାପ ଜେନାଙ୍କ ଦୃଢ଼ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବହୁ ବିଜେପି କର୍ମୀ ବିଜେଡିରେ ଯୋଗଦାନ କରିଥିଲେ l ସମସ୍ତ ବିଜେପି କର୍ମୀମାନଙ୍କୁ ବିଧାୟକ ଶ୍ରୀ ଜେନା ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ l ବିଜେଡିରେ ମିଶିଥିବା ବିଜେପି କର୍ମୀ ଆଗାମୀ ଦିନରେ ବିଜେଡିକୁ ବହୁ ସଂଖ୍ୟାରେ ଜିତାଇ ପଞ୍ଚାୟତର ବିକାଶରେ ନିଜକୁ ସାମିଲ କରିବେ ବୋଲି ପ୍ରକାଶ କରିଥିଲେ l

Leave A Reply

Your email address will not be published.