ଭୁବନେଶ୍ବର: ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ୍ ଶୋ କରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ମତ ଭିକ୍ଷା କରିଛନ୍ତି |ରୂପାଲି ଛକରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ରୋଡ୍ ଶୋ ବେଳେ ଉଭୟ ପାର୍ଶ୍ୱରେ ଥିଲା ପ୍ରବଳ ଜଣ ସମାଗମ | ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ହାତ ହଲାଇ ସେମାନଙ୍କ ସମର୍ଥନ ଜାହିର କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ହାତ ଯୋଡି ଓ ହାତ ହଲାଇ ଲୋକଙ୍କ ଅଭିବାଦନ ଜଣାଇଥିଲେ |
ଏହି ଶୋରେ ବିଜେଡି ନେତା ଭି କେ ପାଣ୍ଡିଆନ, ସଂସଦ ଓ ବିଧାୟକ ପ୍ରାର୍ଥୀ ସାମିଲ ଥିଲେ | ମୁଖ୍ୟମନ୍ତ୍ରୀ ଯୋଡି ଶଙ୍ଖରେ ଭୋଟ ଦେବା ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ |