ଭୁବନେଶ୍ୱର, ୧୬/୦୫/୨୦୨୪: ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେପି ନେତା ରାଜେନ୍ଦ୍ର କୁମାର ଦାସଙ୍କ ସହ ଶତାଧିକ ବିଜେପି କର୍ମୀ ଓ କର୍ମକର୍ତ୍ତା ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ଯାଜପୁର ବିଜେଡି ଜିଲ୍ଲା ସଭାପତି ସୂରଜ କୁମାର ମହାପାତ୍ର, ଧାମନଗର ଜୋନ ନଂ ୧୩ ଜିଲ୍ଲାପରିଷଦ ସଦସ୍ୟ ପ୍ରଦୀପ କୁମାର ମଲ୍ଲିକ, ଧାମନଗର ବ୍ଲକ ବିଜେଡି ସଭାପତି ଉମେଶ ମହାନ୍ତିଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ରାଜେନ୍ଦ୍ର କୁମାର ଦାସଙ୍କୁ ଡକ୍ଟର ପାତ୍ର, ଶ୍ରୀ ମହାପାତ୍ର, ଶ୍ରୀ ମଲ୍ଲିକ ଓ ଶ୍ରୀ ମହାନ୍ତି ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ଧାମନଗର ନିର୍ବାଚନମଣ୍ଡଳୀ ସହ ଭଦ୍ରକ ଲୋକସଭା କ୍ଷେତ୍ରରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର, ଶ୍ରୀ ମହାପାତ୍ର, ଶ୍ରୀ ମଲ୍ଲିକ ଓ ଶ୍ରୀ ମହାନ୍ତି କହିଥିଲେ ।
ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ରାଜେନ୍ଦ୍ର କୁମାର ଦାସ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ,ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ପୂର୍ବରୁ ମୁଁ ବିଜେଡିରେ ଥିଲି । ପରେ କିନ୍ତୁ ବିଜେପିରେ ଯୋଗ ଦେଇଥିଲି । କିନ୍ତୁ ବିଜେପିରେ ଯେଉଁ ଅପବ୍ୟବସ୍ଥା ରହିଛି । ତାହା ମୋତେ ଠିକ୍ ଲାଗିଲା ନାହିଁ । ତେଣୁ ବିଜେପି ଛାଡି ପୁଣି ମୋର ବିଜେଡିକୁ ଘରବାହୁଡା ହେଉଛି । ଆଗାମୀ ଦିନରେ ଭଦ୍ରକ ଜିଲ୍ଲାର ପ୍ରତ୍ୟେକ ନିର୍ବାଚନମଣ୍ଡଳୀର ବିଜେଡି ବିପୁଳ ବିଜୟ ହାସଲ କରିବ । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଓ ମୋ ସହ ଯୋଗ ଦେଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।
ଏହି ମିଶ୍ରଣ ପର୍ବରେ ସଂଜୀବ କୁମାର ମଲ୍ଲିକ, ସୋମାଲିସ ଦାସ, ସିଦ୍ଧାର୍ଥ ବାରିକ, ରତିକାନ୍ତ ମଲ୍ଲିକ, ଓ ଗଣେଶ୍ୱର ବେହେରାଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.