ଘୁ. ଉଦୟଗିରି ଠାରେ ଯୋଡ଼ି ଶଙ୍ଖ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ଓଡ଼ିଆ ସିନେଷ୍ଟାର ସବ୍ୟସାଚୀ ଏବଂ ଅର୍ଚ୍ଚିତା..

3

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଘୁ.ଉଦୟଗିରି ସହରରେ ଗୁରୁବାର ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଓ କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ ଓଡ଼ିଆ ଫିଲ୍ମ ଷ୍ଟାର ସବ୍ୟସାଚୀ ଓ ଅର୍ଚ୍ଚିତା ରୋଡ୍‌ ଶୋ’ କରି ନିର୍ବାଚନ ପ୍ରଚାର କରିଛନ୍ତି I ସ୍ଥାନୀୟ ପଦାସାହି ଠାରୁ ଏକ ଖୋଲା ଗାଡ଼ିରେ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଓ ଜିଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକଙ୍କ ସହ ଓଡ଼ିଆ ସିନେ ଷ୍ଟାର ସବ୍ୟସାଚୀ ଓ ଅର୍ଚ୍ଚିତା ପ୍ରଚାର ଆରମ୍ଭ କରିଥିଲେ । ନଗର ସଭାପତି ପି.ସଞ୍ଜୀବ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଆଜିର ଏହି ଶୋଭାଯାତ୍ରା ଓ ବାଇକ ରାଲିରେ ଏନ୍‌ଏସି ଅଧ୍ୟକ୍ଷା ଦେବସ୍ମିତା ଶତପଥୀ, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, ବ୍ଲକ ଅଧକ୍ଷା ସୁଷମା ପ୍ରଧାନ, ଉପାଧ୍ୟକ୍ଷ ଏନ ଲୁକ, କାର୍ଯ୍ୟକାରୀ ସଭାପତି ଅନିଲ କୁମାର ଦଳବେହେରା, ବ୍ଲକ ସଭାପତି ଲିଙ୍ଗରାଜ କହଁର, କାର୍ଯ୍ୟକାରୀ ସଭାପତି ଉଦୟନାଥ ନାୟକ, ସମସ୍ତ କାଉନସିଲର, ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ଶହ ଶହ ବିଜୁ ଜନତା ଦଳର ନେତା କର୍ମୀ ରୋଡ୍‌ ଶୋ ଓ ଏକ ବିରାଟ ବାଇକ୍‌ ରାଲିରେ ଘୁ.ଉଦୟଗିରି ସହରରେ ଗାନ୍ଧି ଛକ, ବନ୍ଧ ଛକ ଓ କନବାଗିରି ଠାରେ ଭୋଟ୍‌ ପ୍ରଚାର କରିଥିଲେ I ଓଡ଼ିଆ ସୁପର ଷ୍ଟାର ସବ୍ୟସାଚୀ ଓ ଅର୍ଚ୍ଚିତା ଘୁ.ଉଦୟଗିରି ବିଧାୟକ ପ୍ରାର୍ଥୀ ଓ କନ୍ଧମାଳ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ପରିମାଣର ଭୋଟ ଦେଇ ନିର୍ବାଚିତ କରିବାକୁ ଅନୁରୋଧ କରିଥିଲେ । ଲିଙ୍ଗାଗଡ଼ ଠାରେ ବିଧାୟକ ସାଲୁଗା ପ୍ରଧାନ, ପର୍ଯ୍ୟବେକ୍ଷକ ବିଜୟ ନାୟକ ଓ ଫିଲ୍ମ ଷ୍ଟାର ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କ ଉପସ୍ଥିତିରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି I ଆମ ଯୋଡ଼ିକୁ ଯେଭଳି ଆପଣ ମାନେ ଭଲପାଇବା ଦେଇଛନ୍ତିଠିକ ସେହିଭଳି ଯୋଡ଼ି ଶଙ୍ଖ କୁ ମଧ୍ୟ ଆପଣ ମାନେ ଗୋଟିଏ ଭୋଟ ବିଧାୟକଙ୍କୁ ଏବଂ ଗୋଟିଏ ଭୋଟ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେଇ ବହୁ ମାତ୍ରାରେ ଜୟଯୁକ୍ତ କରିବା ପାଇଁ ନିବେଦନ କରିଛନ୍ତି ସବ୍ୟର୍ଚିତା I

Leave A Reply

Your email address will not be published.