ଶ୍ରୀ କୃଷ୍ଣ ଶରଣ ପୁରରେ ରାଜନୈତିକ ହିଂସା : ଜଣଙ୍କ ଜୀବନ ଚାଲିଗଲା

3

ଶିବରାମ ଜେନା/ଶାସକ ପ୍ରଶାସକ/ ଖଲ୍ଲିକୋଟ: ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ଶ୍ରୀ କୃଷ୍ଣ ଶରଣ ପୁରରେ ଏକ ଅଭାବନୀୟ ଘଟଣା ଦୃଶ୍ୟ ସାମ୍ନାକୁ ଆସିଛି । ଗତକାଲି ରାତ୍ର ପ୍ରାୟ ୯ଘଣ୍ଟା ସମୟ ରେ ବିଜେପି ର ବ୍ୟାନର ଲଗାଇବାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ଦେଖାଦେଇଥିଲା । ଯା‌ହା ଫଳରେ କି ୧୫ କି ୨୦ଜଣ ଶସ୍ତ୍ର ଧାରି ବିଜେପି ଗୋଷ୍ଠୀ କୁ ଅତ‌ର୍କିତ ଆକ୍ରମଣ କରିଥିଲେ | ଆଉ ଆକ୍ରମଣର ଶିକାର ହୋଇଥିଲେ , ଦିଲ୍ଲୀପ ପାହାନ, ପିତା ରାମ ପାହାନ, ଜିତେନ୍ଦ୍ର କୁମାର ପାହାନ ବାପୁଜୀ ପାହାନ, ଅଭିମନ୍ୟୁ ପା‌ହାନ । ଏମାନଙ୍କୁ ଗୁରୁତର ଅବସ୍ତାରେ ଖଲ୍ଲିକୋଟ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେମାନେ ସଙ୍କଟାପନ୍ନ ଥିବା ବେଳେ ବ୍ରହ୍ମପୁର ଏମକେସିଜି କୁ ସ୍ଥାନାନ୍ତରିତ କରାଗଲା। ସେଠାରେ ଦିଲ୍ଲୀପ ପାହାନ ଙ୍କ ମୃତ୍ୟୁ ହୋଇଥିବାବେଳେ, ଜଣଙ୍କୁ ଭୁବନେଶ୍ୱର ଓ ଅନ୍ୟ ମାନେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣାଯାଇଛି।

ଏ ଅବସରରେ କାଲି ରାତିର କରୁଣ ଦୃଶ୍ୟ ଖଲ୍ଲିକୋଟ ଥାନା ରେ ପ୍ରତିଫଳିତ ହୋଇଛି। ବିଜେପି ର ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଅନୀଲ କୁମାର ପଣ୍ଡା, ଶଙ୍କର ପ୍ରସାଦ ନାହାକ ଜଗନ୍ନାଥ ଭୂୟାଁ, ଶମ୍ବୁନାଥ ପ୍ରଧାନ, ଯଜ୍ଞ ନାରାୟଣ ଦାସ, ସନ୍ତୋଷ କୁମାର ରାଉତଙ୍କ ସମେତ ମୃତକଙ୍କ ପରିବାର ତଥା ଶହଶହ ଯୁବଗୋଷ୍ଠୀ ମାନଙ୍କ ହୁଙ୍କାର ଶଦ୍ଦ ରେ ଥାନା ପରିବେଶ ପ୍ରକମ୍ପିତ ହୋଇଥିଲା । ଖଲ୍ଲିକୋଟ ଥାନା ଅଧିକାରୀ ଶ୍ରୀ ନରେଶ କୁମାର ସାହୁ,ଏ ସ ପି, ଅନ୍ୟାନ୍ୟ କାର୍ଯ୍ୟରତ ପୋଲିସ ବାହିନୀ ପରିସ୍ଥିତିକୁ ଆୟତ୍ତରେ ରଖିଥିବା ଲକ୍ଷ୍ୟ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ମୁ‌ହୂର୍ତ୍ତ ରେ ରାସ୍ତା ଅବରୋଧ ଆନ୍ଦୋଳନ କରିବୁ ବୋଲି ମୃତକଙ୍କ ପରିବାର ତଥା ଅନ୍ୟାନ୍ୟ ଜନସାଧାରଣ ମାନେ ଥାନାରେ ଜଣାଇଥିଲେ। ତେବେ ଏନେଇ ଆସାମୀମାନଙ୍କୁ ଧରିବାରେ ପ୍ରୟାସ ଜାରି ରଖିବା କଥା ଥାନା ଅଧିକାରୀ ନିଜର ମତପ୍ରକାଶ କରିଛନ୍ତି ।

Leave A Reply

Your email address will not be published.