ବାସୁଦେବପୁର – ବିଭିନ୍ନ ପଞ୍ଚାୟତ ରେ ବିଜେପି ପ୍ରାର୍ଥୀ ବାଣୀ କଲ୍ୟାଣ ମହାନ୍ତି ଙ୍କ ମାରାଥନ ଗସ୍ତ ଜାରି ରହିଛି। ବିଭିନ୍ନ ସ୍ଥାନ ରେ ବୈଠକ, ସଭା କରିବା ସହ ନିଜ ସପକ୍ଷ ରେ ଓ ଲୋକ ସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଙ୍କ ସପକ୍ଷ ରେ ମତ ଦାନ କରିବାକୁ ନିବେଦନ କରୁଛନ୍ତି ବାଣୀ କଲ୍ୟାଣ। ବିଭିନ୍ନ ସ୍ଥାନ ରେ ଅନ୍ୟ ଦଳ ରୁ ବହୁ କର୍ମୀ ମାନେ ବାଣୀ କଲ୍ୟାଣ ମହାନ୍ତି ଙ୍କ ଉପସ୍ଥିତି ରେ ବିଜେପି ରେ ଯୋଗଦାନ କରୁଛନ୍ତି।ଏହି କ୍ରମ ରେ ବିନୋବା ଭାବେ ନଗର ଓ ଅନ୍ଦୋଳା ପଞ୍ଚାୟତ ରେ ବହୁ ସଂଖ୍ୟା ରେ ଅନ୍ୟ ଦଳ ପରିତ୍ୟାଗ କରି ବିଜେପି ରେ ଯୋଗ ଦାନ କରିଛନ୍ତି। ବାଣୀ କଲ୍ୟାଣ ମହାନ୍ତି ଙ୍କ ପ୍ରତି ଯୁବ ପିଢୀ ଙ୍କ ସମର୍ଥନ ବଢୁଛି ଏଥର ପରିବର୍ତ୍ତନ ଚାହୁଁଛନ୍ତି ଭୋଟର, ନୂଆ ଓ ଯୁବ ପ୍ରାର୍ଥୀ ବାଣୀ କଲ୍ୟାଣ ମହାନ୍ତି ଙ୍କୁ ବହୁ ଭୋଟ ରେ ବିଜୟ କରିବେ ବୋଲି କହୁଛନ୍ତି ବାଣୀ କଲ୍ୟାଣ ମହାନ୍ତି ଙ୍କ ସମର୍ଥକ।
Sign in
Sign in
Recover your password.
A password will be e-mailed to you.