ନିର୍ବାଚନ ର ସୁପରିଚାଳନା ନିମନ୍ତେ ସାଧାରଣ ପର୍ଯ୍ୟବେକ୍ଷକ ଓ ପୋଲିସ ପର୍ଯ୍ୟବେକ୍ଷକ ଙ୍କ ବିଭିନ୍ନ କ୍ଷେତ୍ର ପରିଦର୍ଶନ

3

ଜଗତସିଂହପୁର,ତା-୧୪.୦୫.୨୦୨୪/ସୁମନ୍ତ କୁମାର ଦାସ: ଜିଲ୍ଲାରେ ସାଧାରଣ ନିର୍ବାଚନ 2024 କୁ ଶାନ୍ତି ଶୃଙ୍ଖଳା ସହ ଅବାଧ ଓ ସ୍ଵଚ୍ଛ ଭାବେ ସମ୍ପାଦନ କରିବା ପାଇଁ ସାଧାରଣ ପର୍ଯ୍ୟବେକ୍ଷକ ଡ.ଏଚ୍ ପି ତୁମୋଡ(ଭାରତୀୟ ପ୍ରଶାସନିକ ସେବା) 101 ପାରାଦ୍ଵୀପ,103 ବାଲିକୁଦା ଏରସମା ଓ 104 ଜଗତସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ଏବଂ ଶ୍ରୀ ଏଚ୍ ଜେ ଦେଶାଇ(ଭାରତୀୟ ପ୍ରଶାସନିକ ସେବା), 102 ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ଯୋଗଦେଇଛନ୍ତି ।ସେହିପରି ପୋଲିସ ପର୍ଯ୍ୟବେକ୍ଷକ ଶ୍ରୀ ପୀୟୂଷ ପାଣ୍ଡେ(ଭାରତୀୟ ପୋଲିସ ସେବା ) 16 ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଯୋଗଦାନ କରି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଅନୁପମ ସାହା ଙ୍କ ସହ ଆସନ୍ତା ସାଧାରଣ ନିର୍ବାଚନ ସମ୍ପର୍କରେ ଆଲୋଚନା କରିଥିଲେ। ଆଜି ପୂର୍ବାହ୍ନରେ ରେ ଡ.ତୁମୋଡ, ଶ୍ରୀ ଦେଶାଇ ଓ ଶ୍ରୀ ପୀୟୂଷ ପାଣ୍ଡେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଂଚି ବିଭାଗୀୟ ଅଧିକାରୀ ମାନଙ୍କ ସହ ସାଧାରଣ ନିର୍ବାଚନ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟ ସମ୍ବନ୍ଧରେ ସମୀକ୍ଷା କରିଥିଲେ । ତିନିଜଣ ପର୍ଯ୍ୟବେକ୍ଷକ 4 ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ ହେଉଥିବା ରିଟର୍ଣ୍ଣିଂ ଅଧିକାରୀ ମାନଙ୍କ କକ୍ଷ ରେ ପହଞ୍ଚି ସେଠିକାର ସ୍ଥିତି ଅନୁଧ୍ୟାନ କରିଥିଲେ।ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭାଗୃହରେ ନିର୍ବାଚନ ସୁପରିଚାଳନା ନିମନ୍ତେ ଖୋଲାଯାଇଥିବା 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ପରିଦର୍ଶନ କରିଥିଲେ। ସେଠାରେ ପର୍ଯ୍ୟବେକ୍ଷକ ମାନେ ବିଭିନ୍ନ ନିର୍ବାଚନ ମଣ୍ଡଳୀ ର ଏଫ୍ ଏସ୍ ଟି, ଏସ୍ ଏସ୍ ଟି, ଭି ଭି ଟି ମାନଙ୍କ ସହ ଆଲୋଚନା କରି ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରିଥିଲେ। ଏହାପରେ ପର୍ଯ୍ୟବେକ୍ଷକ ମାନେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ରେ ପହଞ୍ଚି ଏମ୍ ସି ଏମ୍ ସି କେନ୍ଦ୍ର ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟ ର ପରିଚାଳନା ସମ୍ପର୍କରେ ପଚାରି ବୁଝିଥିଲେ। ବିଭିନ୍ନ ପ୍ରିଣ୍ଟ ମିଡିଆ, ଇଲେକ୍ଟ୍ରୋନିକ ମିଡିଆ ତଥା ସୋସିଆଲ ମିଡିଆ ରେ ପ୍ରକାଶିତ ଖବର ଗୁଡିକ ଉପରେ ଦୃଷ୍ଟି ରଖିବା ସହ ତାହାର ତଥ୍ଯ ପର୍ଯ୍ୟବେକ୍ଷକ ମାନଙ୍କୁ ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ। ସେହିପରି ପେଡ଼ ନ୍ୟୁଜ ଗୁଡିକୁ ଅନୁଧ୍ୟାନ କରି ଇ ସି ଆଇ ର ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପର୍ଯ୍ୟବେକ୍ଷକ ମାନେ ନିର୍ଦ୍ଦେଶ ଦେଇଥିଲେ। ଅପରାହ୍ନ ରେ ଜିଲ୍ଲା ର ସ୍ଵାମୀ ବିବେକାନନ୍ଦ ସ୍ମାରକୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ ହୋଇଥିବା ଷ୍ଟ୍ରଙ୍ଗରୁମ ଏବଂ ନିର୍ବାଚନ ପରିଚାଳନା କେନ୍ଦ୍ରକୁ ଡ.ତୁମୋଡ, ଶ୍ରୀ ଦେଶାଇ ଏବଂ ଶ୍ରୀ ପାଣ୍ଡେ ପରିଦର୍ଶନ କରି ତଦାରଖ କରିଥିଲେ। ଷ୍ଟ୍ରଙ୍ଗରୁମ ରେ ଇଭିଏମ ଓ ଭିଭିପ୍ୟାଟ ରଖା ଯିବାର ବ୍ୟବସ୍ଥା, ବିଦ୍ୟୁତ ଓ ସୁରକ୍ଷା ବ୍ୟବସ୍ଥା, ନିର୍ବାଚନ ରେ ନିୟୋଜିତ ଅଧିକାରୀ ଙ୍କ ସୁରକ୍ଷା, ପାନୀୟ ଜଳ, ଯାତାୟାତ, ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ଆଦି ସମ୍ବନ୍ଧରେ ସମୀକ୍ଷା କରିବା ସହ ନିବାର୍ଚନ କୁ ଶାନ୍ତି ଓ ଶୃଙ୍ଖଳା ସହ ପରିଚାଳନା କରିବା ସମ୍ବନ୍ଧରେ ଜିଲ୍ଲାପାଳ ଶ୍ରୀ ଅନୁପମ ସାହାଙ୍କ ସହ ଆଲୋଚନା କରିଥିଲେ । ସାଧାରଣ ପର୍ଯ୍ୟବେକ୍ଷକ ଓ ପୋଲିସ ପର୍ଯ୍ୟବେକ୍ଷକ ଙ୍କ ଗସ୍ତ ସମୟରେ, ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ପି ଆର,ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ଉନ୍ନୟନ ଅଧିକାରୀ ଶ୍ରୀ ରବିନାରାୟଣ ଜେଠୀ, ଅତରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ ରାଉତ, ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଳିତ ମୋହନ ବେହେରା, ଉପଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ,ଡେପୁଟି କଲେକ୍ଟର ନିର୍ବାଚନ ସନ୍ଧ୍ୟାଞ୍ଜଳି ମାଝୀ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.