ବାସୁଦେବପୁର – ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏ ବି ଭି ପି) ପକ୍ଷ ରୁ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ପରିସର ରେ ନୂଆ ଓ ଯୁବ ଭୋଟର ମାନଙ୍କୁ ନେଇ ଏକ ମତ ଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସମସ୍ତେ ମତ ଦାନ କରିବା ଶତ ପ୍ରତିଶତ ମତଦାନ କରିବା ନେଇ ଏକ ସଚେତନତା ସୃଷ୍ଟି କରିବା ପାଇଁ ବହୁ ଯୁବ ଭୋଟର ମାନଙ୍କୁ ନେଇ ମତ ଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟ କର୍ମ ରେ ଏ ବି ଭି ପି ର ରାଜ୍ୟ ଯୁଗ୍ମ ସମ୍ପାଦକ ଶୁଭ୍ର ସମ୍ବିତ ନାୟକ, ଭଦ୍ରକ ଜିଲ୍ଲା ପ୍ରମୁଖ ସ୍ବାଧିନ ସୁନ୍ଦର ଦାସ,, ଶଶାଙ୍କ ଶେଖର ସାମଲ ଜିଲ୍ଲା ସେବା ପ୍ରମୁଖ ଆର ଏସ ଏସର ଅତିଥି ଭାବେ ଯୋଗ ଦେଇ ଥିଲେ।ବାସୁଦେବପୁର ନଗର ସମ୍ପାଦକ, ଛାତ୍ରୀ ପ୍ରମୁଖ ପୂଜା ମଲ୍ଲିକ , ଉପ ସଭାପତି ମନୋଜ ମଲ୍ଲିକ ଓ ଅନ୍ୟ ମାନେ ଉପସ୍ଥିତ ରହି ସଫଳ କରାଇ ଥିଲେ।
Sign in
Sign in
Recover your password.
A password will be e-mailed to you.