(ମାହାଙ୍ଗା-ଶାସକ ପ୍ରଶାସକ) ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଓଡ଼ିଶାର ବିଶିଷ୍ଟ ସ୍ତମ୍ଭକାର ତଥା ସମାଜସେବୀ ଜୟନ୍ତ କୁମାର ଦାସ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l କଟକ ଗଣେଶଘାଟ ଠାରୁ ଏକ ଶୋଭାଯାତ୍ରାରେ ଆସି ଶ୍ରୀ ଦାସ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ନାମାଙ୍କନ ଶୋଭାଯାତ୍ରାରେ କାଶୀନାଥ ସ୍ବାଇଁ, ବସନ୍ତ ସ୍ବାଇଁ, ପ୍ରତାପ ରାଉତ, ସୁରେନ୍ଦ୍ର ସାହୁ, ଗୌତମ ସାହୁ, ଗୋଲଖ ମହାନ୍ତି, ଦାମୋଦର ଲେଙ୍କା, ପ୍ରଶାନ୍ତ ସାମଲ, ଦେବେନ୍ଦ୍ର ସାମଲ, ସଞ୍ଜୟ ବେହେରା, ଅଦ୍ଭୁଲ ହମିଦ୍, ଜ୍ଞାନେନ୍ଦ୍ର ରାଉତ, ପ୍ରଦୀପ ଦାସ, ଶିରୀଷ୍ଣ ଦାସ, ପ୍ରମୋଦ ଦାସ, ଅଭୟ ଦାସ, ସଞ୍ଜୟ ଦାସ, କବିତା ରାଉତ, ସବିତା ରାଉତ, ସୁଲୋଚନା ସାହୁ, ପୁଷ୍ପଲତା ନାୟକ, କୁସୁମ ନାୟକ, କୃଷ୍ଣପ୍ରିୟା ରାଉତ, ରଶ୍ମିତା ରାଉତ, ଲକ୍ଷ୍ମୀପ୍ରିୟା ରାଉତ, ଶାନ୍ତିଲତା ନାୟକ ପ୍ରମୁଖଙ୍କ ସହ ଶତାଧିକ କର୍ମୀ, ସମର୍ଥକ, କୃଷକ ନେତା, ମା ଓ ଭଉଣୀମାନେ, ସଂଖ୍ୟାଲଘୁ ନେତା, ନାରୀ ନେତ୍ରୀ, ଯୁବବନ୍ଧୁମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ l ସୂଚନାଯୋଗ୍ୟ ନାମାଙ୍କନ ପତ୍ର ଦାଖଲ ପରେ ସ୍ବାଧୀନ ପ୍ରାର୍ଥୀ ଶ୍ରୀ ଜୟନ୍ତ କୁମାର ଦାସ ନିଜର ପ୍ରତିକ୍ରିୟା ରଖ୍ କହିଛନ୍ତି ଯେ ନାମମାତ୍ର ଚାଷୀ ଓ କ୍ଷୁଦ୍ର ଚାଷୀଙ୍କ କଲ୍ୟାଣ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା, ଜଳସେଚନ ସମସ୍ୟା ଦୂରୀକରଣକୁ ଅଗ୍ରାଧିକାର ଦେବା ସହ ମାହାଙ୍ଗା ନିର୍ବାଚନ ମଣ୍ଡଳୀକୁ ସର୍ବାଙ୍ଗ ସୁନ୍ଦର କରି ଗଢ଼ି ତୋଳିବା ପାଇଁ ସେ ସଂକଳ୍ପବଦ୍ଧ ଏବଂ ସମଗ୍ର ମାହାଙ୍ଗାରେ ଶାନ୍ତି, ମୈତ୍ରୀ ଓ ସଦ୍ ଭାବନା ସୃଷ୍ଟି କରିବା କ୍ଷେତ୍ରରେ ତାଙ୍କର ଉଦ୍ୟମ ସର୍ବଦା ଜାରି ରହିବ ବୋଲି ପ୍ରକାଶ କରିଛନ୍ତି l
Sign in
Sign in
Recover your password.
A password will be e-mailed to you.