ବଲାଙ୍ଗିର ଚାମ୍ଫିୟାନ, ଭୁବନେଶ୍ୱର ରନର୍ସ ଅପ 

0

୫୮ତମ ଆନ୍ତଃଜିଲ୍ଲା ସାହାଣୀ କପ ଫୁଟବଲ ଉଦ୍ଯାପିତ 

 

ବଲାଙ୍ଗିର/ NIROJ MISHRA – ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଏବଂ ଫାଓ ଓଡିଶା ଆନୂକୁଲ୍ୟରେଆୟୋଜିତ ୫୮ତମ ଆନ୍ତଃଜିଲ୍ଲା ସାହାଣୀ କପ୍ ଫୁଟବଲ ପ୍ରତିଯୋଗିତା ସ୍ଥାନୀୟ ଗାନ୍ଧିଷ୍ଟାଡିୟମରେ ଉଦ୍ୟାପିତ ହୋଇଯାଇଛି । ବଲାଙ୍ଗିର ୩-୨ ଗୋଲରେ ଭୁବନେଶ୍ୱରକୁ ହରାଇ ଚାମ୍ଫିୟାନ ହୋଇଛି ।

 ପ୍ରାୟ ୨୫ହଜାରରୁ ଉଦ୍ଧ୍ୱ ଦର୍ଶକଙ୍କ ଗହଣରେ ଅନୁଷ୍ଠିତ  ଫାଇନାଲଖେଳ ବଲାଙ୍ଗିର ବନାମ ଭୁବନେଶ୍ୱର ଅତ୍ୟନ୍ତ ସଂଘର୍ଷପୁର୍ଣ୍ଣ ହୋଇଥିଲା । ପ୍ରଥମାର୍ଦ୍ଧରେ ବଲାଙ୍ଗିର ଦଳର ସୌରଭ ହନୁମାନ (ଜର୍ଷୀ ନଂମ୍ବର ୨୬) ଖେଳର ୨୬ ଓ ୩୦ ମିନିଟରେ ଯଥାକ୍ରମେ ୨ଟି ଗୋଲ ଓ ରଜକ ନାଗଙ୍କ (ଜର୍ଷୀ ନଂମ୍ବର ୯) ୩୩ମିନିଟରେ ଗୋଟିଏ ଗୋଲ ବଳରେ ବଲାଙ୍ଗିର ୩-୦ରେ ଆଗୁଆଥିଲା । ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱର ଦଳର ଶଶିକାନ୍ତ ସାଣ୍ଡିଲ (ଜର୍ଷୀ ନଂମ୍ବର ୧୪) ୭୧ମିନିଟରେ ଓ ଚିତ୍ତରଂଜନ ପ୍ରଧାନ (ଜର୍ଷୀ ନଂମ୍ବର ୯) ୭୫ ମିନିଟରେ ଗୋଲ ଦେଇଥିଲେ । ଫଳରେ ବଲାଙ୍ଗିର ୩-୨ ଗୋଲରେ ବିଜୟୀ ହୋଇ ୫୮ତମ ଆନ୍ତଃ ଜିଲ୍ଲା ସାହାଣୀ କପ ଫୁଟବଲରେ ପ୍ରଥମ ଥର ପାଇଁ ଚାମ୍ପିୟାନ ହେବାର ଗୌରବ ଅର୍ଜନ କରିଛି । ଫାଓ ଓଡିଶା ତଥା ଜିଲ୍ଲା କ୍ରୀଡାସଂସଦ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଓ ସଂସଦର ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀଙ୍କ ତତ୍ୱାବଧାନରେ ଆୟୋଜିତ ଉଦ୍ୟାପନି ସମାରୋହରେ ମୁଖ୍ୟ ଅତିଥି ଭାବରେ ଓଡିଶା ବିଧାନ ସଭା ବିରୋଧୀଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗଦେଇ ଖେଳାଳି ମାନଙ୍କୁ ଉସôାହିତ କରିବା ସହ ଖେଳର ମାନବୃଦ୍ଧି ଓ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ସମ୍ବଲପୁର କ୍ରୀଡାସଂସଦର ସମ୍ପାଦକ ଦୁଲାଲଚନ୍ଦ୍ର ପ୍ରଧାନ, ନୁଆପଡା କ୍ରିକେଟ ଏସୋସିଏସନ ସମ୍ପାଦକ ସରୋଜ କୁମାର ସାହୁ, ସୁବର୍ଣ୍ଣପୁର କ୍ରିକେଟ ଏସୋସିଏସନ ସଭାପତି ପଠାନ ପଣ୍ଡା, ଓସିଏ କାଉନସିଲ ସଭ୍ୟ ମେହେତାବ ଖାନ, ବରଗଡ କ୍ରୀଡାସଂସଦ ସାଧାରଣ ସମ୍ପାଦକ ଯୁଗଲ ସିଂ, ସମାଜସେବୀ ଲଲିତ କୁମାର ନାୟକ, ବଲାଙ୍ଗିର କ୍ରୀଡାସଂସଦ ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଡ. ପ୍ରହ୍ଳାଦ ଶତପଥି, ଯୁଗ୍ମ ସମ୍ପାଦକ ପଦ୍ମଚରଣ ଆ·ର୍ଯ୍ୟ, କୋଷାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ଖେଳକୁ ଜାତୀୟ ରେଫରୀ ଶ୍ରୀକାନ୍ତ ବହିଦାର, ନିତ୍ୟାନନ୍ଦ ମେହେର, ନବୀନ କୁମାର ନାଏକ ଓ କାର୍ତ୍ତିକେଶ୍ୱର ଦାସ ପରି·ଳନା କରିଥିଲେ । ଜାତୀୟ ରେଫରୀ ଦୁର୍ଗା ମାଧବ ନାଏକ ମ୍ୟାଚ କମିସନର ଓ ସୁଜିତ କୁମାର ପାତ୍ର ରେଫରୀ ଏସେସର ଦାୟୀତ୍ୱ ତୁଲାଇ ଥିଲେ । ପର୍ଯ୍ୟବେକ୍ଷକ ଭାବେ ରବି ମହାପାତ୍ର ଓ ଖେଳାଳୀ ଚୟନ ଦାୟୀତ୍ୱ ନରେନ୍ଦ୍ର କୁମାର ସାହୁ, ଗୋପବନ୍ଧୁ ସାହୁ, ମାନସ ରଂଜନ ସାମଲ ତୁଲାଇଥିଲେ । 

ବଲାଙ୍ଗିରକୁ ବିଜେତା ଟ୍ରଫି ଓ ଭୁବନେଶ୍ୱର ଦଳକୁ ଉପବିଜେତା ଟ୍ରଫି ମୁଖ୍ୟ ଅତିଥି ଶ୍ରୀ ମିଶ୍ର ପ୍ରଦାନ କରିଥିଲେ । ଶ୍ରେଷ୍ଠ  ଖେଳାଳୀ  ଭାବେ ବଲାଙ୍ଗିର ଦଳର ଗୋଲରକ୍ଷକ ଜିତୁ ଦଳାଇଙ୍କୁ ୨ହଜାର ଟଙ୍କା ପୁରସ୍କୃତ କରାଯାଇଥିଲା । ବଲାଙ୍ଗିର ପ୍ରତ୍ୟକ ଖେଳାଳୀଙ୍କୁ କ୍ରୀଡାସଂଦଦ ତରଫରୁ ୩ହଜାର ଟଙ୍କା ଓ ମୁଖ୍ୟ ଅତିଥିଙ୍କ ତରଫରୁ ୨ହଜାର ଟଙ୍କା ଲେଖାଁଏ ପ୍ରତ୍ୟକ ଖେଳାଳୀଙ୍କୁ ଦିଆଯିବା ପାଇ ଘୋଷଣା କରାଯାଇଥିଲା । ମ୍ୟାଚ କମିଶନର ତଥା ସାଧାରଣ ସମ୍ପାଦକ କ୍ରୀଡାସଂସଦ ସୁନ୍ଦରଗଡ ଦୁର୍ଗାମାଧବ ନାଏକ ତଥା ରେଫରୀ ଏସେସର, ପର୍ଯ୍ୟବେକ୍ଷକ, ସିଲେକ୍ଟର ଓ ସମସ୍ତ ରେଫରୀ ଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ । ଡ. ସିଦେ୍ଧଶ୍ୱର ମିଶ୍ର, ହେମନ୍ତ କୁମାର ବେହେରା, ଫୁଟବଲ ସମ୍ପାଦକ ନିସାରକାନ୍ତ ନାଗ, ଚେତନାନନ୍ଦ ପଣ୍ଡା, ଶ୍ରୀକାନ୍ତ ରାଉତ, ଜିନୁ ଶତପଥି, ପୃଥିରାଜ ମିଶ୍ର, ଶିବାନନ୍ଦ ବାଗ ତଥା ମହିଳା କ୍ରିକେଟ କୋଚ ଅରୁଣ କୁମାର ନାୟକ ଓ ଜିଲ୍ଲା କ୍ରୀଡାସଂସଦ ସଭ୍ୟ ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ଯୁଗ୍ମ ସମ୍ପାଦକ ପଦ୍ମଚରଣ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । 

Leave A Reply

Your email address will not be published.