ଜୀବନରେ ହାରିବା ଅପେକ୍ଷା ଚେଷ୍ଟା କରିବା ନିହାତି ଜରୁରୀ :ନରସିଂହ On Nov 20, 2017 21 Share ପୁଇଁତଳା ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ବଲାଙ୍ଗିର/NIROJ MISHRA -ବଲାଙ୍ଗିର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, କୁଟୁମଡୋଲା ଠାରେ ବଲାଙ୍ଗିର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ରିଚପାଲ ସାଗର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୁଟୁମଡୋଲା ସରପଞ୍ଚ ସରୋଜିନୀ ବୁଡେକ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସାଙ୍ଗଠନିକ ବ୍ୟବସ୍ଥାପକ ସମ୍ପାଦକ ତଥା ପ୍ରଧାନ ଶିକ୍ଷକ ଆଶୁତୋଷ ଦାଶ, ବ୍ଲକ ବିଜ୍ଞାନ ଆବାହକ ନବୀନ କିଶୋର ନନ୍ଦ,ବ୍ଲକ ସଂଯୋଜକ କିଶୋର ହନୁମାନ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ବ୍ଲକ ସଂଯୋଜକ ଶ୍ରୀ ହନୁମାନ ଏହି ମେଳାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ବିଜ୍ଞାନ ମେଳାରେ ୧୦୭ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ଯୋଗ ଦେଇ ନିଜ ବକ୍ତବ୍ୟରେ ଚେଷ୍ଟା କଲେ ସଫଳତା ଆପେ ଆପେ ମିଳେ ଓ ଜୀବନରେ ହାରିବା ଅପେକ୍ଷା ଚେଷ୍ଟା କରିବା ନିହାତି ଜରୁରୀ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଜିଲ୍ଲା ବିଜ୍ଞାନ ତତ୍ତ୍ୱାବଧାରକ ନିଳମଣୀ ପଟେଲ ନିଜ ବକ୍ତବ୍ୟରେ ଯେକୌଣସି ପରିସ୍ଥିତିରେ ଛାତ୍ର ଛାତ୍ରୀମାନେ ନୂଆ ନୂଆ ଚିନ୍ତାଧାରା ଆଣି ଆମ ଦେଶକୁ ଆଗେଇ ନେଉଛନ୍ତି ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ଶ୍ରୀଧର ବାରିକ, ଜିଲ୍ଲା ପରିଷଦ ସଭ୍ୟ ଜୋନ ନଂ- ୨୨ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସର୍ବଦା ଶୃଙ୍ଖଳିତ ହୋଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ବ୍ଲକ ସ୍ତରୀୟ ବିଜ୍ଞାନ ମେଳାରେ ପ୍ରଥମ ଖୁଣ୍ଟପାଲି ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁହାନୀ ନାଏକ, ଦ୍ୱିତୀୟ କୁଟୁମଡୋଲା ଉଚ୍ଚ ବିଦ୍ୟାଳୟର ଛାତ୍ର ପିୟୁଷ ରଂଜନ ରଥ, ତୃତୀୟ ମିର୍ଦ୍ଧାପାଲି ଉନ୍ନୀତ ଉଚ୍ଚବିଦ୍ୟାଳୟର ଛାତ୍ର ପଦ୍ମନାଭ ପଟେଲ, ଚତୁର୍ଥ ଓ.ଏ.ଭି. ପଥରଚେପାର ଛାତ୍ର ଶାସ୍ୱତ କୁମାର ପାଣ୍ଡିଆ, ପଞ୍ଚମ ଅଏଁଲାଚୁଅାଁ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଭାରତୀ ପୁଟେଲ ଓ ମାଧିଆପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଫାଲଗୁନୀ ମହାପାତ୍ର ଷଷ୍ଠ ସ୍ଥାନ ଅଧିକାର କରିଥିଲେ । ପ୍ରଥମ ଓ ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବିଜ୍ଞାନ ଶିକ୍ଷୟିତ୍ରୀ ସଂଜିବନୀ ପଣ୍ଡା ଓ ପ୍ରମୋଦ ପ୍ରଧାନ । ଶ୍ରେଷ୍ଠ ୧୦ ଜଣ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶ୍ରେଷ୍ଠ ୬ଟି ପ୍ରକଳ୍ପ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାରେ ଯୋଗ ଦେବାକୁ ଘୋଷଣା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ପରିତୋଷ ଉଦଗାତା, ସି.ଆର.ସି.ସି ରାଜ କୁମାର ବରାଡ, ସୁନୀଲ କୁମାର ପାତ୍ର ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଶିକ୍ଷା କର୍ମଚାରୀ ତଥା ଆଖପାଖ ଅଞ୍ଚଳର ସମସ୍ତ ଗ୍ରାମବାସୀ । 21 Share FacebookTwitterGoogle+ReddItWhatsAppPinterestEmail