ଆରମ୍ଭ ହେଲା ହୋମ ଭୋଟିଂ ଏବଂ ପୋଷ୍ଟାଲ ଭୋଟିଂ

3

 ଘରେ ରହି ମତଦାନ କରିବେ ୨୮୦ ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ଭୋଟର

ନିର୍ବାଚନ ଡ୍ୟୁଟି ଏବଂ ଅତ୍ୟାବଶ୍ୟକ ସେବାରେ ଥିବା ୮୫୫୫ ଭୋଟର ପୋଷ୍ଟାଲ ଭୋଟିଂ ମାଧ୍ୟ୍ୟମରେ କରିବେ ମତଦାନ

ବରଗଡ଼: “ପ୍ରତ୍ୟକ ଭୋଟ ମୂଲ୍ୟବାନ” ତେଣୁ ,ମତଦାନର ମହାନ ପର୍ବରେ ବରଗଡ଼ ଜିଲ୍ଲାର ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଆଦିତ୍ୟ ଗୋଏଲଙ୍କ ନେତୃତ୍ୱରେ ବରଗଡ଼ ଲୋକସଭା ଏବଂ ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା ଓ ଭଟଲି ବିଧାନସଭା ରିଟର୍ଣ୍ଣିଙ୍ଗ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହୋମ ଭୋଟିଂ ଏବଂ ପୋଷ୍ଟାଲ ଭୋଟିଂ ଆରମ୍ଭ ହୋଇଛି I ସୂଚନା ଯୋଗ୍ୟକି, ଜିଲ୍ଲାର ୧୩୫ ଜଣ ବରିଷ୍ଠ ନାଗରିକ ଏବଂ ୧୪୫ ଭିନ୍ନକ୍ଷମ ଭୋଟର ମିଶି ସର୍ବମୋଟ ୨୮୦ ଜଣ ମତଦାତା ନିଜ ଘରେ ରହି ମତଦାନ କରିବାକୁ ତାଲିକାଭୁକ୍ତ ହୋଇଥିବା ବେଳେ ନିର୍ବାଚନ ଡ୍ୟୁଟିରେ ଥିବା ୩୧୦ ଜଣ ଡ୍ରାଇଭର ଏବଂ ଅତ୍ୟାବଶ୍ୟକ ସେବାରେ ଥିବା ୭୧୧ ଜଣ ଭୋଟରଙ୍କୁ ମିଶାଇ ସର୍ବମୋଟ ୮୫୫୫ ଜଣ ଭୋଟର ପୋଷ୍ଟାଲ ଭୋଟିଂ ମାଧ୍ୟ୍ୟମରେ ନିଜ ମତଦାନ ସାବ୍ୟସ୍ତ କରିବେ I ହୋମ ଭୋଟିଂ ପ୍ରକ୍ରିୟାକୁ ଶୃଙ୍ଖଳିତ, ତୃଟିହୀନ ଏବଂ ନିରପେକ୍ଷ ଭାବେ ସମ୍ପାଦନ କରିବା ଜିଲ୍ଲାରେ ସମୁଦାୟ ୨୫ ଗୋଟି ଦଳ ଗଠନ କରାଯାଇଅଛି I ପ୍ରତ୍ୟକ ଦଳରେ ୩ ଜଣ ପୋଲିଂ ଅଧିକାରୀଙ୍କ ସମେତ ଜଣେ ଲେଖାଏଁ ମାଇକ୍ରୋ ଅବଜରଭର, ଭିଡିଓ ଗ୍ରାଫର ଏବଂ ପୋଲିସ ଅଧିକାରୀ ନିୟୋଜିତ ଅଛନ୍ତି I ନିର୍ବାଚନ ଦାୟିତ୍ୱରେ ଥିବା ପୁଲିଂ ଅଧିକାରୀ ୧୧.୦୫.୨୦୨୪ ଠାରୁ ୧୪.୦୫.୨୦୨୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ନିର୍ଦ୍ଧାରିତ ସ୍ଥାନ ଯଥା ସରକାରୀ ଉଚ୍ଚ ବିଦ୍ୟାଳୟ ପଦ୍ମପୁର, ସ୍ନାତକ ମହାବିଦ୍ୟାଳୟ ବିଜେପୁର, ଜର୍ଜ ହାଇସ୍କୁଲ ବରଗଡ଼, ଅତାବିରା ନିର୍ବାଚନ ମଣ୍ଡଳୀ ପାଇଁ ପାର୍ବତିଗିରି ମହାବିଦ୍ୟାଳୟ ବରଗଡ଼ ଏବଂ ଭଟଲି ନିର୍ବାଚନ ମଣ୍ଡଳୀ ପାଇଁ ସରକାରୀ ପଲିଟେକ୍ନିକ କଲେଜ ବରଗଡ଼ ଠାରେ ପୋଷ୍ଟାଲ ଭୋଟ ଦେବାପାଇଁ ଯୋଜନା କରାଯାଇଥିବା ବେଳେ ଅତ୍ୟାବଶ୍ୟକ ସେବାରେ ଥିବା ଭୋଟର ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ , ବିଜେପୁର ବ୍ଲକ ଅଫିସ, ବରଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଅତାବିରା ବ୍ଲକ ଅଫିସ ଏବଂ ଭଟଲି ବ୍ଲକ କାର୍ଯ୍ୟାଳୟରେ ଆଗାମୀ ୧୫.୦୫.୨୦୨୪ ରୁ ୧୭.୦୫.୨୦୨୪ ତାରିଖ ମଧ୍ୟରେ ପୋଷ୍ଟାଲ ଭୋଟିଂ ପାଇଁ ବ୍ୟବସ୍ଥା କରାଯାଇଛି I

Leave A Reply

Your email address will not be published.