ରାଉରକେଲା, (ବସନ୍ତ କୁମାର ଜେନା): ଉତ୍କଳ ଗୀତିକବି ସମାଜ, ରାଉରକେଲା ତରଫରୁ ରଜତ ଜୟନ୍ତୀ ଉପଲକ୍ଷେ ଶ୍ରୀ ଜୟଦେବ ଜୟନ୍ତୀ ଜଗଦା ସ୍ଥିତ ବାଟ ମଙ୍ଗଳା ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ସମାଜର ସଭାପତି ଶିକ୍ଷାବିତ୍ ତାରିଣୀ ଚରଣ ସାହୁ ଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ଭୋଳେଶ୍ବର ବେହେରାଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରିମ୍ସର ଅଧ୍ୟକ୍ଷା ନଳିନିପ୍ରଭା ପଟ୍ଟନାୟକ ମୁଖ୍ୟଅତିଥି, ଇଂ କୁମାର ବେହେରା, ଡାକ୍ତର ତରୁଣାଦିତ୍ୟ ମିଶ୍ର, ଅନୁଷ୍ଠାନର ଉପସଭାପତି ରାମକୃଷ୍ଣ ତ୍ରିପାଠୀ ସମ୍ମାନିତ ଅତିଥି, ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଡ ଅଶ୍ବିନୀ କୁମାର ରାୟ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ଅତିଥି ଗଣ ସେମାନଙ୍କ ବକ୍ତବ୍ୟରେ ଗୀତିକବିତା କିପରି ମାନବ ସମାଜକୁ ରସାଳିତ କରି ଜୀବନକୁ ସୈ।ନ୍ଦର୍ଯ୍ୟମୟ କରିଥାଏ ତଥା ଶ୍ରୀ ଜୟଦେବଙ୍କ ଗୀତଗୋବିନ୍ଦ କିପରି ଜଗତର ନାଥ ଜଗନ୍ନାଥଙ୍କ ପ୍ରିୟ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏହାସହ ଉପସ୍ଥିତ ସାହିତ୍ୟିକ କବି ମାନଙ୍କୁ ଅଧିକରୁ ଅଧିକ ଛନ୍ଦବୋଧ କବିତା ଲେଖିବା ପାଇଁ ପ୍ରୋତ୍ସାହିତ କରିଥିଲେ। ସୁଶ୍ରୀ ଶ୍ରେୟସୀ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ରଜତ ଜୟନ୍ତୀ ବିଶେଷାଙ୍କ ଗୀତ ଚନ୍ଦନ, ରବିନ୍ଦ୍ରନାଥ ମହାନ୍ତିଙ୍କ ରାସ ପଞ୍ଚ ପୁଷ୍ପ ଓ ସୁଧାକର ରଥଙ୍କ ନିର୍ଯାତନା ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହି ଅବସରରେ ଚଳିତ ବର୍ଷ ଅଧ୍ୟାପକ କମଳାକାନ୍ତ ଦାସଙ୍କୁ ଶ୍ରୀ ଜୟଦେବ ସମ୍ମାନ ୨୦୨୪ ଓ କବି ବନଲତା ମିଶ୍ରଙ୍କୁ ଗୀତିକବି ସମ୍ମାନ ୨୦୨୪ ରେ ସମ୍ମାନିତ କରାଯାଇଥିଲା। ସେହିପରି ରଜତ ଜୟନ୍ତୀ ବିଶେଷ ସମ୍ମାନରେ ସର୍ବଶ୍ରୀ ରବିନ୍ଦ୍ରନାଥ ମହାନ୍ତି, ଅଜୟ କୁମାର ପାଣି,ଶଚିନ୍ଦ୍ର କୁମାର ସ୍ବାଇଁ, ମଧୁସୂଦନ ମୋହିନୀ, ଡାକ୍ତର ତରୁଣାଦିତ୍ୟ ମିଶ୍ର, ଅଶୋକ କୁମାର ନାୟକ,ଶରତ ଚନ୍ଦ୍ର ପରିଛା, ହରପ୍ରିୟା ସାମଲ, ବିଭୁପ୍ରସାଦ ନାୟକ,ରଜତ କୁମାର ସାହୁ, ସଞ୍ଜୀବ କୁମାର ପ୍ରଧାନ,ଋଷି କୁମାର ଗୁପ୍ତା, ନିହାରିକା ବସ୍ତିଆ, ଇଂ ଆଲୋକ ମଲ୍ଲିକ, ଶ୍ରେୟସୀ ସାହୁ ଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ହରମୋହନ ମିଶ୍ର ଙ୍କ ସଭାପତିତ୍ୱ, କବି ନିରୁପମା ପତି ଓ ହରପ୍ରିୟା ସାହୁଙ୍କ ସଂଯୋଜନାରେ ସହରର ବହୁ ବିଶିଷ୍ଟ କବିମାନେ ସ୍ବରଚିତ ଗୀତିକବିତା ମାନ ପାଠ କରିଥିଲେ। ପ୍ରାରମ୍ଭରେ ପଣ୍ଡିତ ଅଜୟ ପାଣି ସ୍ବାଗତ ସଂଗୀତ ଗାନ ପରେ ସଭାପତିତ୍ବ ଅଭିଭାଷଣ ରେ ଶ୍ରୀ ସାହୁ କାର୍ଯ୍ୟକ୍ରମ ସମ୍ପର୍କରେ ଓ ସାଧାରଣ ସମ୍ପାଦକ ଶ୍ରୀ ବେହେରା ସମ୍ପାଦକୀୟ ବିବରଣୀ ସହ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରି ଗୀତିକବିତା କିପରି ଲୋକାଭିମୁଖୀ ହୋଇପାରିବ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଶେଷରେ ଉପସଭାପତି ଶ୍ରୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମଗ୍ର ଜିଲ୍ଲାରୁ ଶତାଧିକ କବିମାନେ ଯୋଗଦେଇଥିଲେ।
Sign in
Sign in
Recover your password.
A password will be e-mailed to you.