ସିବିଏସଇ ଦ୍ୱାଦଶ ପରୀକ୍ଷାରେ ଗାନ୍ଧୀ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ ସଫଳତା

3

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସଦ୍ୟ ପ୍ରକାଶିତ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଗାନ୍ଧୀ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହୋଇ ସଫଳତା ଅର୍ଜନ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ଏହି କ୍ରମରେ ବିଦ୍ୟାଳୟର କୃତି ଛାତ୍ରୀ କଲ୍ୟାଣି ଗୌଡ଼ ପ୍ରଥମ ସ୍ଥାନ ବିପ୍ଳବୀ ହାଲବା ଦ୍ୱିତୀୟ ସ୍ଥାନ ଏବଂ ଅର୍ପିତ ପଣ୍ଡା ତୃତୀୟ ସ୍ଥାନରେ ଅଛନ୍ତି । ସେହିପରି ବିଷୟ ଟପର୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ କଲ୍ୟାଣୀ ଗୌଡ଼ ଓ ଅର୍ପିତା ପଣ୍ଡା ଜୀବ ବିଜ୍ଞାନରେ ଯୁଗ୍ମ ଭାବରେ ୯୫ ମାର୍କ, ଲକ୍ଷ୍ମୀ ତନ୍ମୟୀ ପଟ୍ଟନାୟକ ଇଂରାଜୀରେ ୯୨ ମାର୍କ, କଲ୍ୟାଣୀ ଗୌଡ଼ ଗଣିତ ଓ ପଦାର୍ଥ ବିଜ୍ଞାନରେ ୯୧ ମାର୍କ, ବିପ୍ଳବୀ ହାଲବା କମ୍ପ୍ୟୁଟର ସାଇନ୍ସରେ ୯୧ ମାର୍କ ଓ ରାସାୟନିକ ବିଜ୍ଞାନରେ ୮୩ ମାର୍କ ଏବଂ ଉଦିତ୍ କୁମାର ଶବର ଶାରୀରିକ ଶିକ୍ଷାରେ ୯୪ ମାର୍କ ରଖି ବିଦ୍ୟାଳୟ ପାଇଁ ସମ୍ମାନ ଆଣି ପାରିଛନ୍ତି । ଆଜିର ଏହି ଖୁସିର ମୁହୂର୍ତ୍ତରେ ବିଦ୍ୟାଳୟର ଅଧ୍ୟକ୍ଷ ସୁବ୍ରତ ରଂଜନ ପାଠୀ କହିଥିଲେ ଯେ ଅକ୍ଳାନ୍ତ ପରିଶ୍ରମ ଓ ସାଧନା ଦ୍ୱାରା ଜୀବନରେ ସଫଳତା ଆସିଥାଏ । ସେହିପରି ଜିଆଇଇଟି ବିଶ୍ୱବିଦ୍ୟାଳୟର ମହାନିର୍ଦ୍ଦେଶକ ଡ଼ଃ ଜଗଦୀଶ ପଣ୍ଡା ସଫଳ ଛାତ୍ରଛାତ୍ରୀଙ୍କ ଉଜ୍ଵଳମୟ ଭବିଷ୍ୟତ କାମନା କରିବା ସହିତ, ନିଷ୍ଠାପର ଉଦ୍ୟମ ଓ ଦୃଢ଼ ଆତ୍ମବିଶ୍ୱାସ ମଣିଷକୁ ଶ୍ରେଷ୍ଠତମ ସୋପାନରେ ପହଁଚାଇ ଥାଏ ବୋଲି କହିଥିଲେ। ଏହି ଅବସରରେ ଜିଆଇଇଟି ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସତ୍ୟପ୍ରକାଶ ପଣ୍ଡା ଓ ସମ୍ପାଦକ ଡ଼ଃ ଚନ୍ଦ୍ରଧ୍ଵଜ ପଣ୍ଡା ଛାତ୍ରଛାତ୍ରୀଙ୍କ ସଫଳତାରେ ଖୁସି ବ୍ୟକ୍ତ କରି ଅଭିନନ୍ଦନ ଜଣାଇଥିଲେ ।

 

Leave A Reply

Your email address will not be published.