ଗାଇସିଲେଟ ଓ ତାଲପାଲି  CHC ରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବିରେ ବିଜେପିର ଆମରଣ ଅନଶନ

0

ଗାଇସିଲେଟ/କେଦାର ନାଥ ସାହୁ : ବରଗଡ଼ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକଠାରେ ବିଜେପି ଯୁବମୋର୍ଚା ଆବାହକ ଜିଲ୍ଲା ଉପସଭାପତି ପ୍ରବୀଣ କୁମାର ପାଣିଗ୍ରାହୀ ଙ୍କ ନେତୃତ୍ଵରେ ଏକ ସୋଭାଯାତ୍ରା ସହିଦ ଛକଠାରୁ ବାହାରି ମାଁ ବହଳତଲିଏନ ମନ୍ଦିର ଦେଇ ବ୍ଲକକୁ ଆସିଥିଲା ଏଥିରେ ଶତାଧିକ କାର୍ଯ୍ୟକର୍ତା ଯୋଗଦେଇଥିଲେ । ସୋଭାଯାତ୍ରା ବ୍ଲକ ଠାରେ ପହଞ୍ଚିବାପରେ ଗାଇସିଲେଟ ଓ ତାଲପାଲି CHC ରେ ବିଶେଷଜ୍ଞ ଡାକ୍ତର ତଥା ଡାକ୍ତରଖାନାରେ ଖାଲି ପଡିଥିବା ପଦବୀ ପୂରଣ ପାଇଁ ଆମରଣ ଅନଶନ ଆରମ୍ଭ ହୋଇଛି । ସ୍ଥାନୀୟ ଜନତା PHC (NEW)କୁ ଏରିଆ ହସପିଟାଲ କରିବାକୁ ଦାବି କରୁଥିବା ବେଲେ ବିଜେପୁର ଉପନିର୍ବାଚନ ବେଲେ ରାତାରାତି CHC ଘୋଷଣା କରିଥିଲେ । ଓଡିଶା ସରକାର PHC ରୁ CHC ରେ ପରିବର୍ତ୍ତନ କଲାପରେ ମଧ୍ୟ ଏଯାଏଁ ସ୍ଥାୟୀ ଡାକ୍ତର ଆସିନାହାନ୍ତି। ତାଲପାଲି CHCପାଇଁ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବିରେ ବାରମ୍ବାର ଧାରଣା ଦିଆଯାଇଥିଲେ ସୁଦ୍ଧା ୨୦୦୫-୦୬ ମସିହାରୁ ଓଡିଶା ସରକାର ପ୍ରତିଶ୍ରୁତି ଦେଇ ଏଯାଏଁ ପଦବୀ ପୁରଣ କରିନାହାନ୍ତି । ବାରମ୍ବାର ଧାରଣ ଦେବାପରେ ଗାଇସିଲେଟ CHCରେ ଡା.ରାମପ୍ରସାଦ ସାହୁ(ମେଡିସିନ୍),ଡା.ସସ୍ମିତା ଦାସ(ପ୍ରସୂତି ବିଶେଷଜ୍ଞ) ଏବଂ ତାଲପାଲି CHCରେ ଡା.କଲ୍ଲୋଲା ବେଜ (ପ୍ରସୂତି ବିଶେଷଜ୍ଞ)ଙ୍କୁ   ନିଯୋଜିତ କରାଯାଇଥିଲା ।ମାତ୍ର ଉପନିର୍ବାଚନ ସରିଗଲାପରେ ନୂତନ ଭାବରେ ନିଯୋଜିତ ଡାକ୍ତର ମାନେ ଆଉ ଡାକ୍ତରଖାନାକୁ ଆସିନଥିଲେ ଏବଂ ତାଲପାଲି CHCରେ ପୂର୍ବରୁ ନିଯୋଜିତ ହୋଇଥିବା ଜଣେ MBBS ଡାକ୍ତରଙ୍କୁ ବିନା ରିଲିଫରେ ସ୍ଥାନାନ୍ତରିତ କରାଯାଇଥିଲା । ଏହାର ପ୍ରତିବାଦରେ ଗାଇସିଲେଟ ଓ ତାଲପାଲି ଠାରେ ସ୍ଥାୟୀ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଓ ଡାକ୍ତରଖାନାର ଅନ୍ୟାନ୍ୟ ଖାଲି ପଡିଥିବା ପଦବୀ ପୂରଣ ସହିତ ଆବଶ୍ୟକ ସୁବିଧା ସୁଯୋଗ ପ୍ରଦାନ, ବିନା ମୂଲ୍ୟରେ ପାଥୋଲୋଜି ସେବା ପ୍ରଦାନ ଏବଂ ଦିବାରାତି ଚିକିତ୍ସା ପ୍ରଦାନ ଦାବିରେ ଅନସନ ଦିବା ୧୦ଘ.ରୁ ଚାଲୁରହିଛି।ଆଜିର ସଭାରେ ପୂର୍ଣ୍ଣାନନ୍ଦ ସିଂ ଠାକୁର ସଭାପତିତ୍ବ କରିଥିବା ବେଳେ ଅନଶନକାରୀ ଜିଲ୍ଲା ଉପସଭାପତି ପ୍ରବୀଣ କୁମାର ପାଣିଗ୍ରାହୀ, ମଣ୍ଡଳ ସଭାପତି ବିନାୟକ ପ୍ରସାଦ ଗୁରୁ,ପୂର୍ଣ୍ଣାନନ୍ଦ ସିଂ ଠାକୁର, ଯୁବମୋର୍ଚା ସଭାପତି ବିପିନ ବିହାରି ସାହୁ,ଯଜ୍ଞେଶର ପଧାନ, ତାଲପାଲି ପଞ୍ଚାୟତ ପ୍ରମୁଖ ଭଗବାନ ପଟେଲ, ଓବିସି ମୋର୍ଚା ସଂପାଦକ ନିରାକାର ସାହୁ ଓ ଜିଲ୍ଲା ପରିସଦ ଉପସଭାପତି ମଦନ ଦୀପ, ବରିଷ୍ଠ ନେତା ଆଦିକନ୍ଦ ପୁରୋହିତ, ପୂର୍ବତନ ଜିଲ୍ଲା ପରିଷଦ ଘନଶ୍ୟାମ ସାହୁ ସମ୍ବର୍ଦ୍ଧିତ ହୋଇଥିଲେ ।ଏହି ଅନଶନରେ ଜିଲ୍ଲା ସଭାପତି ଅରୁପାନନ୍ଦ ସାହୁ, ନିର୍ବାଚନ ପ୍ରଭାରି ସଂଜୀବ ମହାପାତ୍ର ଆସି ସମର୍ଥନ ଦେବା ସହ ଦାବୀ ପୂରଣ ନହେବାଯାଏଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଚାଲୁ ରହିବ ବୋଲି ମତ ଦେଇଥିଲେ।

Leave A Reply

Your email address will not be published.