ଖଲିଆପାଲି ରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ l

5

ପଦ୍ମପୁର :- ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଲିଆପାଲି ପଞ୍ଚାୟତ ରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ପଞ୍ଚାୟତ ସଭାପତି ଟିକେ ମେହେର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଳକ୍ ବିଜେଡ଼ି ଯୁବ ସଭାପତି ଦୁଷ୍ମନ୍ତ ପଟେଲ, ପଞ୍ଚାୟତ ଯୁବ ସଭାପତି ସଚି ବାଗ, ସମିତି ସଭ୍ୟ ଭବାନି ସାମିନି ଯୋଗଦେଇ ଆଗାମୀ ସାଧାରଣ ନିର୍ବାଚନ ରେ ଦଳୀୟ ବିଧାୟକ ପ୍ରାର୍ଥୀନୀ ବର୍ଷା ସିଂ ବରିହା ଓ ଲୋକସଭା ପ୍ରାର୍ଥୀନୀ ପରିଣିତା ମିଶ୍ର ଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ର କୋଡ଼ିଏ ଜଣ ୱାର୍ଡ଼ ମେମ୍ବର ଙ୍କ ସମେତ ୩୦୦ ଦଳୀୟ କର୍ମୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.