ପଦ୍ମପୁର :- ନବୀନ ବାବୁ ଙ୍କ ନେତୃତ୍ୱରେ ସମୃଦ୍ଧ ଓ ସଶକ୍ତ ଓଡିଶା ଗଠନ ନିମନ୍ତେ ବିଜେଡି ସଂକଳ୍ପ ନେଇଛି ବୋଲି ଆଜି ପଦ୍ମପୁର ବିଜେଡି କାର୍ଯ୍ଯାଳୟ ଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ କୋ ଅର୍ଡିନେଟର ରାଜୁ ଘିବେଲା କହିଛନ୍ତି ।ସେ ବିଜେଡି ର ଇସ୍ତାହାର ସଂପର୍କରେ ସୂଚନା ଦେଇ କହିଥିଲେ ଯେ ଲୋକଙ୍କ ମତ ଅନୁସାରେ ଦଳ ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି ।ଲୋକ ଙ୍କୁ ୧୦୦ ୟୁନିଟ ମାଗଣା ବିଜୁଳି ,୧୦ବର୍ଷ ପାଇଁ ୧ଲକ୍ଷ କୋଟି ର ଯୁବ ବଜେଟ,ମିଶନ ଶକ୍ତି ମାଁ ମାନଙ୍କୁ ପେନସନ ସହିତ ୧୫ଲକ୍ଷ ପର୍ଯ୍ୟନ୍ତ ବିନା ସୁଧ ରେ ଋଣ ,୫ବର୍ଷ ରେ ୨ଲକ୍ଷ ସରକାରୀ ଚାକିରୀ ସୃଷ୍ଟି କରାଯିବ ବୋଲି କହିଥିଲେ । ଦଲ ର ଏହି ଘୋଷଣା ପତ୍ର ଓଡିଶା ରେ ସୁବର୍ଣ୍ଣ ଯୁଗର ଭିତ୍ତି ସ୍ଥାପନ କରିବ ବୋଲି କହିଥିଲେ ।ସେହିପରି ପଦ୍ମପୁର କୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା କରାଇ ନଦେବା ଏହା ବିରୋଧୀ ଦଳର ଚକ୍ରାନ୍ତ ।ସେମାନେ ମୁଖ୍ୟମନ୍ତ୍ରୀ ଙ୍କ ଜନପ୍ରିୟତା କୁ ସହ୍ୟ କରି ନ ପାରି ଜୋର ଜବରଦସ୍ତ ହାଇକୋର୍ଟ ରେ କେଶ କରି ଏହି ପ୍ରକିୟା କୁ ବନ୍ଦ କରିଦେଲେ ବୋଲି କହିବା ସହିତ କୋର୍ଟ ରହିତାଦେଶ ଉଠିଲା ପରେ ଜିଲ୍ଲା ସୁନିଶ୍ଚିତ ହେବ ବୋଲି କହିଥିଲେ । ସେହିପରି ପଦ୍ମପୁର ର ବିକାଶ ରେ ଉଭୟ କଂଗ୍ରେସ ଓ ଭାଜପା ନେତା ସହ୍ୟ କରି ନପାରି ଲୋକଙ୍କୁ ଠକୁଛନ୍ତି ବୋଲି କହିଥିଲେ ।ଏହି ଖବରଦାତା ସମ୍ମୀଳନୀ ରେ ବରିଷ୍ଠ ବିଜେଡି ନେତା ରାଜେନ୍ଦ୍ର ରାଉତ, ହୃଦାନନ୍ଦ ବାରିକ, ମହେଶ୍ୱର ପୁରୀ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.