ବିଜେଡ଼ି କାର୍ଯ୍ୟାଳୟ ଠାରେ ମିଶ୍ରଣ ପର୍ବ: ୫୦ ରୁ ଅଧିକ କର୍ମୀ ବିଜେପି ଛାଡି ବିଜେଡିରେ

4

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ପଦ୍ମପୁର ନିର୍ବାଚନ ମଣ୍ଡଳୀ ରାଜବୋରାସମ୍ବର ବ୍ଲକ ଅନ୍ତର୍ଗତ କନସିଂହା ପଞ୍ଚାୟତ ରମେଡେଗା ଗାଁ ର ୫୦ ରୁ ଅଧିକ ବିଜେପି କର୍ମୀ ପଞ୍ଚାୟତ ସଭାପତି ତେଜରାଜ ସାହୁଙ୍କ ନେତୃତ୍ୱରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।ଏହି ଅବସରରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ନିର୍ବାଚନ ମଣ୍ଡଳୀ ସଂଯୋଜକ ରାଜୁ ଘିବେଳା, ସୂର୍ଯ୍ୟପ୍ରସାଦ ହୋତା, ଚମ୍ପକେଶ୍ୱର ପୁରୋହିତ, ସୁଧୀର ସାହୁ ପ୍ରମୁଖ ଉପସ୍ଥିତ ରହି ନୂତନ ବିଜେଡି କାର୍ଯ୍ୟକର୍ତ୍ତା ମାନଙ୍କୁ ସ୍ୱାଗତ କରିଥିଲେ ।

Leave A Reply

Your email address will not be published.