ସିପିସି ନିର୍ବାଚନରେ ବଡ଼ ବାଜିମାତ

8

୧୯୦ ଭୋଟରେ ବିରେନ୍ଦ୍ର ନାରାୟଣ ସ୍ୱାଇଁ ନିର୍ବାଚିତ

ରାଉରକେଲ, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ ): ଦୁର୍ଗାପୂଜା, କାଳୀପୂଜା ଓ ଲକ୍ଷ୍ମୀପୂଜାର ସୁପରିଚାଳନା ପାଇଁ ଗଠିତ କେନ୍ଦ୍ରୀୟ ପୂଜା କମିଟି (ସିପିସି), ରାଉରକେଲାର ୨୦୨୬-୨୭ ବର୍ଷର ନିର୍ବାଚନ ଅକ୍ଟୋବର ୪ ତାରିଖରେ ଆଇଟିଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ନିର୍ବାଚନରେ ବିରେନ୍ଦ୍ର ନାରାୟଣ ସ୍ୱାଇଁ ୧୯୦ ଭୋଟ ପାଇ ସିପିସିର ସାଧାରଣ ସମ୍ପାଦକ ଭାବେ ବିଜୟୀ ହୋଇଛନ୍ତି।

ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ହୋଇଥିବା ବେଳେ ବିଭିନ୍ନ ପୂଜା କମିଟିର ମୋଟ ୨୯୮ ଜଣ ସଦସ୍ୟ ମତଦାନ କରିଥିଲେ। ଅପରାହ୍ନ ୪ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା।
ଉପଜିଲ୍ଲାପାଳ, ପାନପୋଷ ଚନ୍ଦ୍ରକାନ୍ତ ମଲ୍ଲିକ, ଆରଏମସି ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକ, ଡେପୁଟି କଲେକ୍ଟର ପ୍ରାରବ୍ଧ ଏବଂ ରିଟର୍ଣ୍ଣିଂ ଅଫିସର ତଥା ରାଉରକେଲା ତହସିଲଦାର ସାଲମି ମାଝୀଙ୍କ ଉପସ୍ଥିତିରେ ଭୋଟ ଗଣତି ସମ୍ପନ୍ନ ହୋଇଥିଲା।
ସିପିସିକୁ ସିଭିଲ ଟାଉନଶିପ, ଷ୍ଟିଲ ଟାଉନଶିପ ଓ ଫର୍ଟିଲାଇଜର ଟାଉନଶିପ—ଏହି ତିନୋଟି ଜୋନରେ ବିଭକ୍ତ କରାଯାଇଛି।

ଷ୍ଟିଲ ଟାଉନଶିପ ଜୋନ: ଶ୍ରୀକାନ୍ତ କୁମାର ରାୟ ଉପସଭାପତି, ପଙ୍କଜ କୁମାର ସାମଲ ଯୁଗ୍ମ ସମ୍ପାଦକ ଏବଂ ନିହାର ରଞ୍ଜନ ସାମନ୍ତରାୟ ଓ ରାହୁଲ ରାୟ କାର୍ଯ୍ୟକାରୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।

ସିଭିଲ ଟାଉନଶିପ ଜୋନ : ଧର୍ମେନ୍ଦ୍ର କୁମାର ଦୁବେ ଉପସଭାପତି, ପ୍ରକାଶ ଧଳ ଯୁଗ୍ମ ସମ୍ପାଦକ ଏବଂ ପ୍ରତୀକ୍ଷିତ ସାଗର ଓ ପୁରୁଷୋତ୍ତମ ପାତ୍ର କାର୍ଯ୍ୟକାରୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।

ଫର୍ଟିଲାଇଜର ଟାଉନଶିପ ଜୋନ : ଦିଲ୍ଲୀପ କୁମାର ଜେନା ଅପ୍ରତିଦ୍ୱନ୍ଦ୍ୱୀ ଭାବେ ଉପସଭାପତି ନିର୍ବାଚିତ ହୋଇଥିବା ବେଳେ ପ୍ରଦୀପ ଦାଶ ଯୁଗ୍ମ ସମ୍ପାଦକ ଏବଂ ପଙ୍କଜ କୁମାର ପାଢ଼ୀ ଓ କାଳୀଚରଣ ବିଶ୍ୱାଳ କାର୍ଯ୍ୟକାରୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।
ଅନ୍ୟପକ୍ଷରେ, ବିଶ୍ୱନାଥ ଦେ ସିପିସିର କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।
ନୂତନ କମିଟି ଆଗାମୀ ଦୁର୍ଗାପୂଜା, କାଳୀପୂଜା ଓ ଲକ୍ଷ୍ମୀପୂଜାକୁ ସୁରୁଖୁରୁରେ ସମ୍ପନ୍ନ କରିବା ସହ ରାଉରକେଲାରେ ପୂଜା ପରିଚାଳନାକୁ କିଭଳି ନୂଆ ଦିଗ ଦେଉଛି, ଏବେ ତାହା ଉପରେ ସମସ୍ତଙ୍କ ନଜର।

Leave A Reply

Your email address will not be published.