ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଦୀର୍ଘ ୮ ବର୍ଷ ଧରି ବନ୍ଦ ରହିଥିବା ଛାତ୍ର ସଂସଦ ନିର୍ବାଚନକୁ ପୁନର୍ବାର ଆରମ୍ଭ କରିବା ପାଇଁ ମାନ୍ୟବର ରାଜ୍ୟ ସରକାରଙ୍କ ସ୍ୱୀକୃତି ମିଳିଥିବାରୁ ଏବିଭିପି ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନେକ ଅନେକ ଧନ୍ୟବାଦ।
ଛାତ୍ର ସଂସଦ ନିର୍ବାଚନ କେବଳ ଏକ ନିର୍ବାଚନ ନୁହେଁ, ଏହା ଛାତ୍ର ସମାଜ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ନେତୃତ୍ୱ ବିକାଶର ପାଠଶାଳା। ଏହି ଅଧିକାର ପାଇଁ ଏବିଭିପି ଦୀର୍ଘ ୮ ବର୍ଷ ଧରି ଆନ୍ଦୋଳନ, ସ୍ୱାକ୍ଷର ଅଭିଯାନ ଓ ଆଇନଗତ ପଦକ୍ଷେପ ମାଧ୍ୟମରେ ସଂଘର୍ଷ କରିଆସିଛି।
ଆଜି ରାଜ୍ୟର ଛାତ୍ର ସମାଜ ଏହି ସଂଘର୍ଷର ସଫଳତା ଦେଖିଛି। ଏହାକୁ ନେଇ ରାୟଗଡ଼ା ଜିଲ୍ଲା ଗୁଣୁପୁର ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଉଲ୍ଲସିତ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି l ମହାବିଦ୍ୟାଳୟ କେମ୍ପସ ରେ ବାଣ ଫୁଟାଇ ନାରାବାଜି କରି ଖୁସି ବ୍ୟକ୍ତ କରିଥିଲେ l ଏବିଭିପି ର ସାଗର ପାଣିଗରାହୀ, ଆଦିତ୍ୟପାଢ଼ୀ, ଚିନ୍ମୟ ଶବର, ସନ୍ଦୀପ ଆସେ,ସାଇ ପାଣିଗ୍ରାହୀ, ଆଶିଷ ଗୌଡ଼, କରଣ ଗୁରୁଜୀ, ସ୍ମୃତିମୟୀ ସେନାପତି, ଶିବ ପାଢ଼ୀ, କାର୍ତ୍ତିକ ପ୍ରମୁଖ ଉପସ୍ଥିତ ରହିଥିଲେ lଏବିଭିପି ଆଗାମୀ ଦିନରେ ସମସ୍ତ କ୍ୟାମ୍ପସରେ ଛାତ୍ରହିତ ଓ ସୁସ୍ଥ ଗଣତାନ୍ତ୍ରିକ ପରିବେଶ ପାଇଁ ଦୃଢ଼ତାର ସହ ନିର୍ବାଚନ ଲଢ଼ିବ।ଏବଂ ରାଷ୍ଟ୍ରର ନିର୍ମାଣ ରେ ଛାତ୍ର ଛାତ୍ରୀ ଙ୍କ ଭୂମିକା କୁ ପ୍ରତିପାଦିତ କରିବ ବୋଲି ଜ଼ିଲ୍ଲା ପ୍ରମୁଖ ଶେଷ ସାୟୀ ସେନାପତି ପ୍ରକାଷ କରିଛନ୍ତି l
Sign in
Sign in
Recover your password.
A password will be e-mailed to you.
Next Post