କଂଗ୍ରେସ ପକ୍ଷରୁ ବିଶାଳ ଶୋଭାଯାତ୍ରା : ଡ଼ଙ୍ଗାସିଲ ଠାରେ ବିପୁଳ ଜନ ସମର୍ଥନ ।

3

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା କଂଗ୍ରେସ ବିଧାୟକ ପ୍ରାର୍ଥୀ ଆପଲସ୍ୱାମୀ କାଡ୍ରାକାଙ୍କୁ କାଶୀପୁର ବ୍ଲକ ଅନ୍ତର୍ଗତ ଡ଼ଙ୍ଗାସିଲ ପଞ୍ଚାୟତସ୍ଥିତ ଏକ ବିଶାଳ ରାଲି ରେ ଜନସମର୍ଥନ କରିଥିବା ଦେଖିବାକୁ ମିଳିଥିଲା।
ରାଲି ଟି ଡ଼ଙ୍ଗାସିଲ କଲୋନୀ ସାହିରୁ ହାଟପଦା ପଯ୍ୟନ୍ତ ଏକ ଶୋ ର ଆୟୋଜନ କରାଯାଇଥିଲା। ଏହା ରୋଡ଼ଶୋ ଜରିଆରେ ବିଧାୟକ ପ୍ରାର୍ଥୀ ଆପାଲସ୍ୱାମୀ ଜନତାଙ୍କ ସହ ମିଶିଥିଲେ ଏବଂ ଲୋକଙ୍କ ସମସ୍ୟାକୁ କେନ୍ଦ୍ରକରି ୨୫ ବର୍ଷ ର ଶାସନ କାଳରେ ରାଜ୍ୟ ସରକାର ଯେଉଁଭଳି ଅଞ୍ଚଳର ବିକାଶ କୁ ଭୁଲି ଯାଇଛି | ଏଣୁ ସେ କଂଗ୍ରେସ ର ବିକାଶ କୁ ଲୋକଙ୍କ ସହ ଆଲୋଚନା କରିଥିଲେ ଏବଂ ଚଳିତ ନିର୍ବାଚନରେ ରାୟଗଡା ବିଧାୟକ ପ୍ରାର୍ଥୀ ଆପାଲସ୍ୱାମୀ କାଡ୍ରାକା ଏବଂ କୋରାପୁଟ ଲୋକସଭା ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ସମସ୍ତଙ୍କ ପ୍ରିୟ ସପ୍ତଗିରି ଶଙ୍କର ଉଲାକାଙ୍କୁ ହାତ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟ ଯୁକ୍ତ କରିବାକୁ ହାତ ଯୋଡି ଭୋଟ ଭିକ୍ଷା କରିଥିଲେ ବିଧାୟକ ପ୍ରାର୍ଥୀ ଆପାଲସ୍ୱାମୀ କାଡ୍ରାକା|
କାର୍ଯ୍ୟକ୍ରମ ରେ ରାଜେନ୍ଦ୍ର ଦୁରିଆ, ଅଙ୍ଗଦ ନାଏକ, ଅନିଲ ଜୈନ, ଜୟନ୍ତ ବୈଠାରୁ, ଅମ୍ବିକା ମାଝୀ, ରଂଜିତା ନାଏକ, ଜିଜୁରୁ ମାଝୀ, ଜଗବନ୍ଧୁ ମାଝୀ,ସାନ୍ଧୁ ମାଝୀ,ଲଷ୍ମୀଧର ବାଘ, କବିରାଜ ନାଏକ, ଜୟସିଂ ସାଉଁନ୍ତା , ବଳରାମ ସାହୁ, ସଂଜୀବ ନାଏକ ତୁମ୍ବେଶ୍ୱର ନାଏକ, କୃଷ୍ଣ ନାଏକ, ରମେଶ ନାଏକ ବାବୁ ମହାନ୍ତି , ,ଏବଂ ଡ଼ଙ୍ଗାସିଲ ପଞ୍ଚାୟତ ର ଶତାଧିକ କଂଗ୍ରେସ ପ୍ରେମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.