ବିରୋଧୀ ଶାସକ ଦଳର ବିରୋଧୀ ନୁହନ୍ତି, ବିକାଶ ବିରୋଧୀ : ପାଣ୍ଡିଆନ
ନବୀନ ବାବୁଙ୍କ ବିକାଶ ରଥର ସାରଥୀ ହେଉଛନ୍ତି କାର୍ତ୍ତିକ ପାଣ୍ଡିଆନ: ଅଚ୍ୟୁତ ସାମନ୍ତ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ବିଜୁଜନତା ଦଳର ସପ୍ତମ ଥର ପାଇଁ ବିଧାୟକ ପ୍ରାର୍ଥୀ ନିମନ୍ତେ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଆଜି ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଦଳ ବଳ ଓ ବିରାଟ ପଟୁଆରରେ ଆସି ସାଂସଦ ପ୍ରାର୍ଥୀଙ୍କ ସହିତ ଆସି, ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ।
ଭଞ୍ଜନଗର ରେ ବାର ବାର ଲଗାତାର ଛଅ ଥର ଗୋଟିଏ ଦଳରୁ ବିଧାୟକ ପ୍ରାର୍ଥୀ ନିର୍ବାଚିତ ହେବାପରେ ଚଳିତ ୨୦୨୪ ସାଧାରଣ ନିର୍ବାଚନ ପାଇଁ ସପ୍ତମ ଥର ପୁଣି ସେଇ ବିଜୁଜନତା ଦଳରେ ଭଞ୍ଜନଗର ବିଧାୟକ ପାର୍ଥି ନିମନ୍ତେ ଆଜି ମେ ମାସ ୩ ତାରିଖ ୨୦୨୪ ଶୁକ୍ରବାର ଦିନ ୧ ଟାଏ ରେ ଶ୍ରୀଯୁକ୍ତ ଆରୁଖ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥିନିମନ୍ତେ ଆଜି ଭଞ୍ଜନଗର ବସଷ୍ଟାଣ୍ଡ ପାଖରେ ଥିବା କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମରେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ସଭାରେ ବିଜୁଜନତା ଦଳ ନେତା ଶ୍ରୀ ଭି.କେ.ପାଣ୍ଡିଆନ୍ ଙ୍କ ସହ ବିଜେଡି କନ୍ଧମାଳ ସାଂସଦ ପ୍ରାର୍ଥୀ ଡ଼ଃ ଅଚ୍ୟୁତ ସାମନ୍ତ ଯୋଗଦାନ କରିଥିଲେ। ଏହି ବିରାଟ ସାଧାରଣ ସଭା ରେ ପ୍ରାୟ ୧୧ ହଜାର ରୁ ଉର୍ଦ୍ଧ ଜନସାଧାରଣ ଯୋଗଦାନ କରିଥିଲେ। ଉକ୍ତ ସଭାରେ ମଞ୍ଚାସିନ ଥିଲେ ନବୀନ ଓଡ଼ିଶା ଅଧ୍ୟକ୍ଷ, କନ୍ଧମାଳ ସାଂସଦ ଓ ସ୍ଥାନୀୟ ବିଜେଡି ବିଧାୟକ ପାର୍ଥି ବିକ୍ରମ କେଶରୀ ଆରୁଖ। ଉକ୍ତ ମହାମଞ୍ଚରେ ତିନି ନେତା ନିଜ ନିଜର ଅଭିଭାଷଣ ରଖିଥିଲେ ଏବଂ ବିରୋଧି ବିଜେପି ଦଳକୁ ଆଖେପ କରି କହିବା ସହିତ ଭଞ୍ଜନଗର ର ଉନ୍ନତି ମୁଳକ କାର୍ଯ୍ୟକ୍ରମ ରେ ବିଜୁଜନତା ଦଳ କିପରି ସଦା ତତ୍ପରତା ପ୍ରକାଶ କରିଛି ସେ ବିଷୟରେ କହିଥିଲେ।
ଶ୍ରୀ ଭି.କେ.ପାଣ୍ଡିଆନ୍ ନିଜ ମନ୍ତବ୍ୟରେ ବିରୋଧୀ ଦଳକୁ ତୀବ୍ର ସମାଲୋଚନା କରି କହିଥିଲେ” ସେମାନେ ଶାସକ ଦଳର ବିରୋଧୀ ନୁହନ୍ତି, ବିକାଶ ବିରୋଧୀ | ଓଡିଶାର ସବୁ ବିକାଶ କାମକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି | ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ ଶକ୍ତି ବନ୍ଦ କରିବାକୁ ଚଲାଇଛନ୍ତି ବିଧିବଦ୍ଧ ଯୋଜନା | ମା ମାନଙ୍କ ଦୁବାଇ ଯିବା ବନ୍ଦ କରିଦେଲେ | ବିରୋଧୀଙ୍କୁ ମୁଁ ଆହ୍ବାନ କରୁଛି, ସେମାନେ ଆସନ୍ତୁ, ଦେଖନ୍ତୁ ନବୀନ ବାବୁଙ୍କ ପ୍ରତି କିପରି ରହିଛି ଜନ ସମର୍ଥନ, କିପରି ଅଛି ଭଲ ପାଇବା, ଏତେ ଖରାରେ ମଧ୍ୟ ଏ ବିଶାଳ ଜନସମୁଦ୍ର ଦେଖିଲେ ସେମାନେ ଠିକ୍ ବୁଝିପାରିବେ | ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ୬୦ କୋଟି ଟଙ୍କାର କାମ ଚାଲିଛି। ଜଗନ୍ନାଥ ମନ୍ଦିର, ମା ବ୍ୟାଘ୍ରଦେବୀ ମନ୍ଦିର ପାଇଁ ୧ କୋଟି ୮୦ ଲକ୍ଷ, ଧବଳେଶ୍ବର ମନ୍ଦିର ପାଇଁ ୧.୧୦ କୋଟି, ୧୨୦ଟି ମନ୍ଦିର, ମସ୍ଜିଦ, କମ୍ୟୁନିଟି ସେଣ୍ଟର ବିକାଶ ପାଇଁ ୫.୫୦ କୋଟି, ଋଷିକୂଲ୍ୟା ନଦୀର ନୂଆ ଗାଁ ଡିଷ୍ଟ୍ରିବ୍ୟୁଟାରି ପାଇଁ ୮୦ କୋଟି, ଢୋଲପିଟା ନଦୀଗର୍ଭ ଜଳାଶ୍ରୟ ପ୍ରକଳ୍ପ ପାଇଁ ୩୦.୬୦ କୋଟି, ଷୋଡକ ମାଇନର ଓ ସବ୍ ମାଇନର କେନାଲରେ କଂକ୍ରୀଟ ଲାଇନିଂ ପାଇଁ ୬ କୋଟି ଏବଂ ଭଞ୍ଜନଗର, ଜଗନ୍ନାଥପ୍ରସାଦ ବ୍ଲକ୍ର ୪୬ଟି ଗ୍ରାମପଞ୍ଚାୟତକୁ ମେଗା ପାଇପ ଜଳଯୋଗାଣ ପାଇଁ ୨୦୦୦ କୋଟି ଟଙ୍କାର କାମ ଚାଲିଛି ବୋଲି ସେ କହିଥିଲେ ।
ସାଂସଦ ପ୍ରାର୍ଥୀ ଡଃ ଅଚ୍ୟୁତ ସାମନ୍ତ ତାଙ୍କ ଭାଷଣରେ କହିଥିଲେ ଯେ” ଓଡିଆ ଅସ୍ମିତାର ପରିଚୟ ହେଉଛନ୍ତି ସ୍ବୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ | ନବୀନ ପଟ୍ଟନାୟକ ଆଜି ମହାପ୍ରଭୁଙ୍କ ପୀଠ ଠାରୁ ଆରମ୍ଭ କରି ଗାଁ ଗହଳିର ସବୁ ଧର୍ମ ପୀଠର ରୂପାନ୍ତର କରିଛନ୍ତି। ଏ ହେଉଛି ଓଡିଶାର ଅସ୍ମିତାର ସୁରକ୍ଷା, ଆଉ କାହାର ଓଡିଆ ଅସ୍ମିତା ପାଇଁ ଚିନ୍ତା କରିବା ଆବଶ୍ୟକ ନାହିଁ | ଏକବିଁଶ ଶତାଦ୍ଦୀର ପରିଚୟ ହେଉଛି ବିକାଶ। ଓଡିଶାର ସର୍ବାଙ୍ଗୀନ ବିକାଶର ମଙ୍ଗ ଧରିଛନ୍ତି ନବୀନ ପଟ୍ଟନାୟକ | ନବୀନ ବାବୁଙ୍କ ବିକାଶ ରଥର ସାରଥୀ ହେଉଛନ୍ତି କାର୍ତ୍ତିକ ପାଣ୍ଡିଆନ। ରଥୀ ସାରଥୀ ଯଦି ଏକାଠି ହେବେ, ଉଭୟଙ୍କ ଉଦ୍ଦେଶ୍ୟ ଯଦି ଏକ ହେବ, ତେବେ ଓଡିଶାର ବିକାଶ ଶିଖର ଛୁଇଁବ। ନବୀନ ବାବୁଙ୍କ ସମୟରେ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଲା, ଓଡିଆ ବିଶ୍ବ ବିଦ୍ୟାଳୟ ପ୍ରତିଷ୍ଠା ହେଲା | ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଆରମ୍ଭ ହେଲା| ଓଡିଶାର ଭୌତ୍ତିକ, ସାଂସ୍କୃତିକ, ସାହିତ୍ୟିକ ବିକାଶ ପରେ, ଯୁବପୀଢିଙ୍କ ମାନସିକ ବିକାଶ ପାଇଁ 5T ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ହୋଇଛି |”
ଶେଷରେ ଶ୍ରୀ ଆରୁଖ ଙ୍କ ନାମାଙ୍କନ ପତ୍ର ଦାଖଲ ନିମନ୍ତେ ବିରାଟ ପଦଯାତ୍ରା ସ୍ଥାନୀୟ ପୁରୁଣା ଫାୟାର୍ ଷ୍ଟେସନ ରୁ ଆରମ୍ଭ ହୋଇଥିଲା। ଏଥିରେ ପ୍ରାୟ ୧୫ ହଜାର ନେତା କର୍ମୀ ଓ ସାଧାରଣ ଜନତା ସାମିଲ୍ ଥିଲେ। ସ୍ଥାନୀୟ ନଗରପାଳ ଗୋପବନ୍ଧୁ ମହାପାତ୍ର, ଉପନଗରପାଳ ଶୁଭଶ୍ରୀ ଦାସ, ସାଂସଦ ପ୍ରତିନିଧି ପଞ୍ଚାନନ ପାଳ, ଦିବାକର ନାୟକ, ଭଞ୍ଜନଗର ବିଜୁ ଜନତାଦଳର ବ୍ଳକ୍ ସଭାପତି ରାଜେନ୍ଦ୍ର ପ୍ରଧାନ, ବ୍ଳକ୍ ଅଧ୍ୟକ୍ଷ ନରୀସଭା ନାୟକ, ସମାଜ ସେବୀ ଶୁଳପାଣି ସତପଥି ସମେତ ବିଭିନ୍ନ ବିଜେଡି ସମର୍ଥିତ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ଓ ଅନେକ ବିଜେଡି କର୍ମୀ ଉକ୍ତ ପଦଯାତ୍ରାରେ ଯୋଗଦାନ କରିଥିଲେ। ଏହି ପଦଯାତ୍ରାରେ କନ୍ଧମାଳ ସାଂସଦ ପାର୍ଥି ଶ୍ରୀ ଅଚ୍ୟୁତ ଙ୍କ ସହିତ ସ୍ଥାନୀୟ ବିଧାୟକ ପାର୍ଥିବ ଶ୍ରୀ ଆରୁଖ ଙ୍କୁ ଅନେକ ସ୍ଥାନରେ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଶେଷରେ ମେଇନ୍ ରୋଡ଼, ବସଷ୍ଟାଣ୍ଡ ହୋଇ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଶେଷ ହୋଇଥିଲା। କିଛି ବରିଷ୍ଠ ବ୍ୟକ୍ତି ଓ ସ୍ଥାନୀୟ ବିଜେଡି ବିଧାୟକ ପାର୍ଥି ଶ୍ରୀ ଆରୁଖ ନାମାଙ୍କନ ପତ୍ର ଦାଖଲ କରିଥିଲେ।