ଘରେ ଘରେ ଶଙ୍ଖ – ଘରେ ଘରେ ବର୍ଷା ସ୍ଲୋଗାନ୍ ରେ କମ୍ପିଲା ସାରା ପଞ୍ଚାୟତ
ପଦ୍ମପୁର :- ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନସିଂହା ପଂଚାୟତ ରେ ବିଜେଡି ର ଏକ ବାଇକ ରେଲି ଅନୁଷ୍ଠିତ ହୋଇଯାଇଛି l ପଞ୍ଚାୟତ ସଭାପତି ନାରାୟଣ ବେହେରା ଓ ପଂଚାୟତ ର ସମସ୍ତ ଗ୍ରାମ ର କର୍ମୀ ମାନେ ଏକ ବାଇକ ରେଲି ରେ ବାହାରି ସମସ୍ତ ଗ୍ରାମ ବୁଲି ଘରେ ଘରେ ଶଙ୍ଖ ଏବଂ ଅଂଚଳ ର ବିକାଶ ପାଇଁ ପୁଣି ଥରେ ବର୍ଷା ସିଂ ବରିହା ଙ୍କୁ ଶଙ୍ଖ ଚି଼ହ୍ନ ରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ l