ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୩୦/୦୪/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ମା ଠାକୁରାଣୀଙ୍କ ନବ ଦିନାତ୍ମକ କଳସ ଯାତ୍ରା ଆଜି ସମ୍ପନ୍ନ ହୋଇଯାଇଛି। ଆଜି ଅପରାହ୍ନ ୫ ଘଣ୍ଟ ସମୟରେ ଗ୍ରାମର ଶତାଧିକ ମାନସିକ ଧାରୀ ମହିଳା ମୁଣ୍ଡରେ କଳସ ଧରି ମା ଠାକୁରାଣୀ ଙ୍କୁ ବିଦାୟ ଦେଇଥିଲେ। ଏକ ବିରାଟ ଶୋଭାଯାତ୍ରା ରେ ମା ଠାକୁରାଣୀଙ୍କୁ ଲାଠି , କୁର୍ସୀ, ସହ ବାଜା ମର୍ଦ୍ଦଳ ଓ ନାଚ ଗୀତର ତାଳେ ତାଳେ କଳସ ମଣ୍ଡପ ଠାରୁ ଗ୍ରାମ ପରିକ୍ରମା କରି କୃଷିଫାର୍ମ ପରିସରରେ ଥିବା ମା ଠାକୁରାଣୀ ଙ୍କ ନିଜ ଆସ୍ଥାନ ରେ ପହଞ୍ଚାଇଥିଲେ । କଳସ ମଣ୍ଡପ ଠାରେ ୯ ଦିନ ଧରି ପୂଜା ପାଇ ଆସୁଥିବା ମା ଠାକୁରାଣୀ ଙ୍କୁ ମେଲାଣି ଦେବା ପାଇଁ ରାସ୍ତା କଡ଼ରେ ଶହ ଶହ ସଂଖ୍ୟାରେ ଭକ୍ତ ଅପେକ୍ଷା କରି ରହିଥିଲେ। ଡାବୁଗାଁ ପୁରୁଣା ଲ୍ୟାମ୍ପ ଗୋଦାମ ଘର ରାସ୍ତା ଓ ମା ତାରିଣୀ ମନ୍ଦିର ନିକଟରେ ଭକ୍ତ ମାନଙ୍କ ପାଇଁ ପଣା ର ବ୍ୟବସ୍ଥା କରାଯାଇଥିଲା। ଗତ ୨୨ ତାରିଖ ସୋମବାର ଠାରୁ ୯ ଦିନ ଧରି ମା ଠାକୁରାଣୀ କଳସ ମଣ୍ଡପ ଠାରେ ରହି ପୂଜା ପାଇବା ସହ ପ୍ରତିଦିନ ଡାବୁଗାଁ ଓ ଡଙ୍ଗରିଗୁଡ଼ା ପଞ୍ଚାୟତ ର ପ୍ରତ୍ୟେକ ସାହି ବୁଲି ଭକ୍ତଙ୍କୁ ଦର୍ଶନ ଦେଇ ପୂଜା ପାଇଥିଲେ। ପୂଜା କମିଟି ତରଫରୁ ମେଡିକାଲ ଛକ ରୁ କଳସ ମଣ୍ଡପ ପର୍ଯ୍ୟନ୍ତ ମେଢ଼ ସହ ସୁନ୍ଦର ଆଲୋକ ମାଳାରେ ସୁସଜ୍ଜିତ କରିବା ସହ ଲୋକଙ୍କ ମନୋରଞ୍ଜନ ପାଇଁ ୯ ଦିନ ଧରି କଳସ ମଣ୍ଡପ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭୈରବ ମନ୍ଦିର ସମ୍ମୁଖରେ ଥିବା ପଡିଆ ରେ ମୀନା ବଜାର ଲୋକଙ୍କ ମନୋରଞ୍ଜନ ଯୋଗାଇଥିଲା। ଡାବୁଗାଁ ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିବା ବେଳେ ମା ଠାକୁରାଣୀଙ୍କ କଳସ ଯାତ୍ରା ରେ ପୂଜା କମିଟି ର ସଭାପତି ସତ୍ୟରଞ୍ଜନ ପାତ୍ର, ଉପ ସଭାପତି ତଥା ଡାବୁଗାଁ ସରପଞ୍ଚ ବିନୋଦ ସୌରା, ସମ୍ପାଦକ ରଘୁନାଥ ପାତ୍ର (କୁନୁ) ,କୋଷାଧ୍ୟକ୍ଷ ସୁରେନ୍ଦ୍ର ରେଲି , ସହ ଗ୍ରାମର ବହୁ ମାନ୍ୟଗଣ୍ୟ ଲୋକେ ସାମିଲ ଥିଲେ।
Sign in
Sign in
Recover your password.
A password will be e-mailed to you.