ରାଉରକେଲା, (ବସନ୍ତ କୁମାର ଜେନା): ପ୍ରଥମ ରୟାଲ କରାଟେ ଓପନ ଚମ୍ପିୟାନସିପ ସ୍ଥାନୀୟ ଭଞ୍ଜଭଵନ ଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ମୁଖ୍ୟ କୋଚ ଧର୍ମେନ୍ଦ୍ର ସିଂ ଙ୍କ ଦିଗଦର୍ଶନ ରେ ଆୟୋଜିତ ଏହି ଦୁଇ ଦିନିଆ ପ୍ରତିଯୋଗିତା ରେ ଉଦ୍ଘାଟକ ଭାବେ ରାଉରକେଲା ଏସପି ବ୍ରିଜେଶ କୁମାର ରାୟ, ଅତିଥି ଭାବେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ଓ ଆଇନଜୀବୀ ସୁଦାମ ଦାଶ ପ୍ରମୁଖ ଯୋଗଦେଇ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ। ସେହିପରି ଦ୍ବିତୀୟ ଦିନରେ ଜାମସେଦପୁର ରୁ ଆସିଥିବା କୋଚ ପ୍ରଦୀପ ସିଂ ସାଗୁଆ ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଅତିଥି ଭାବେ ଯୋଗଦେଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଭାପତି ରାଜେଶ ପ୍ରସାଦ ଦାସ, ସମ୍ପାଦକ ଶିବ ପ୍ରସାଦ ନାଥ, ସଭ୍ୟ ଉମାଶଙ୍କର ଦୁବେ, ରକି ଖାଡିଆ, ନାରାୟଣ ପ୍ରଧାନ, ଇପ୍ସିତା ରାଣୀ ସାହୁ, ସୁଶୀଲ ମହାତୋ, ଇନ୍ଦ୍ରମଣି ମିଞ୍ଜ, ସୁସ୍ମିତା ସ୍ବାଇଁ, ଅଭିଷେକ ପଟ୍ଟନାୟକ, ମୋନାଲିସା ମିଶ୍ର, ଜନ୍ ତିର୍କୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଓଡିଶା ସିତୋରିଓ କରାଟେ ଇଣ୍ଡିଆ ଅରଗାନାଇଜେସନର ଏହି କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ଏହା ପ୍ରତିଯୋଗୀଙ୍କ ମଧ୍ୟରେ ଆତ୍ମବିଶ୍ବାସ, ଶାରିରୀକ ଓ ମାନସିକ ସୁସ୍ଥତା ବଢ଼ାଇବାରେ ସାହାଯ୍ୟ କରିବ ବୋଲି ମତ ରଖିଥିଲେ । ଏହି ଚମ୍ପିୟାନସିପରେ ରାଉରକେଲା, କଟକ, ଝାରସୁଗୁଡ଼ା, ସୁନ୍ଦରଗଡ, ଜାମସେଦପୁର ପ୍ରମୁଖ ସ୍ଥାନରୁ ୧୫୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କୁ ଯୋଗ୍ୟତା ଭିତ୍ତିର ଗୋଲ୍ଡ ,ସିଲିଭର, ବ୍ରୋଞ୍ଜ ମେଡାଲ ସହ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । ତିନିଜଣ ପ୍ରତିଯୋଗୀଙ୍କୁ ବ୍ଲାକ ବେଲ୍ଟ ପ୍ରଦାନ କରାଯାଇଥିଲା। ଏହି ଦୁଇ ଦିିନିଆ ଚମ୍ପିୟାନସିପ ସଫଳତା ସହ ସମ୍ପନ୍ନ ହୋଇଥିବାରୁ ମୁଖ୍ୟ କୋଚ ଶ୍ରୀ ସିଂ, ସଭାପତି ଶ୍ରୀ ଦାସ ଓ ସାଧାରଣ ସମ୍ପାଦକ ଶ୍ରୀ ନାଥ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post