ଶାସକ ପ୍ରଶାସକ/ ଖଲ୍ଲିକୋଟରୁ ଶିବରାମ ଜେନା : ଖଲ୍ଲିକୋଟ ବିଜେପି ପକ୍ଷରୁ ବିଧାୟକ ପାଇଁ ଟିକେଟ୍ ପାଇଥିବା ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ନାମାଙ୍କନ ପତ୍ର ଦାଖଲ କରିବା ର ଏକ ବିରାଟ ଶୋଭାଯାତ୍ରାରେ ର ଆୟୋଜନ କରାଯାଇଥିଲା । ଏ ଅବସରରେ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ସମେତ ବହୁ ଦୂରଦୂରାନ୍ତରୁ ଆସିଥିବା ବିଜେପି ନେତା, କର୍ମୀ ମାନେ ସମସ୍ତେ ଏକତ୍ରିତ ହୋଇ ସର୍ବ ପ୍ରଥମେ ଖଲ୍ଲିକୋଟ ର ଗଡ଼ ରକ୍ଷାକାରୀ ମା ବାହୁତୀ ଠାକୁରାଣୀ ଙ୍କ ମନ୍ଦିର କୁ ଯାଇଥିଲେ ଏବଂ ସେଠାରେ ମା’ଙ୍କୁ ନିଜର ଅଭିଳାଷ ଜଣାଇଥିଲେ । ତାପରେ ଖଲ୍ଲିକୋଟ ର ସ୍ଥାନୀୟ ଜଗନ୍ନାଥ ମନ୍ଦିର କୁ ଦର୍ଶନାର୍ଥେ ଆସିବା ର ଜଣାପଡିଛି। ଏ କାର୍ଯ୍ୟକ୍ରମ ରେ ହଜାର ହଜାର ଜନସାଧାରଣ, କର୍ମୀ ମାନେ ରୁଣ୍ଡ ହୋଇଥିଲେ। ଜଗନ୍ନାଥ ମନ୍ଦିର ଠାରୁ କାର, ବସ୍, ଶହଶହ ମଟର ସାଇକେଲ ଯୋଗେ ଶୋଭାଯାତ୍ରା କରି ଛତ୍ରପୁର, ଗଞ୍ଜାମ ଉପଜିଲ୍ଲାପାଳ ଙ୍କସ୍ତରରେ ପୂର୍ଣ୍ଣଚନ୍ଦ୍ର ସେଠୀ ନାମାଙ୍କନ ପତ୍ର ଦାଖଲ କରିବା ର ଦେଖିବାକୁ ମିଳିଥିଲା। ଏ ଅବସରରେ ଖଲିକୋଟ ଅଞ୍ଚଳର ବିଜେପି ଦଳର ସାଂଗଠନିକ ନେତା ତଥା ଘୁମୁସର ଜିଲ୍ଲା ବିଜେପି ସାଧାରଣ ସଂପାଦକ ଶ୍ରୀ ଅନିଲ କୁମାର ପଣ୍ଡା, ଆସିକା ସଂସଦୀୟ କ୍ଷେତ୍ର ସଂଯୋଜକ ଶ୍ରୀ ଯଜ୍ଞ ନାରାୟଣ ଦାସ, ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ର ସଂଯୋଜକ ତଥା ପୂର୍ବତନ ନଗର ପାଳ ଶ୍ରୀ ଶଙ୍କର ପ୍ରସାଦ ନାହାକ, ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଶ୍ରୀ ଜଗନ୍ନାଥ ଭୂୟାଁ,ବିଜେପି ସୋସିଆଲ ମିଡ଼ିଆ ଶ୍ରୀ ଶମ୍ବୁନାଥ ପ୍ରଧାନ, ମନୋଜ କୁମାର ପ୍ରଧାନ, ମିଟୁ ସ୍ବାଇଁ, ରବିନ୍ଦ୍ର ସ୍ବାଇଁ, ସିମାଞ୍ଚଳ ବେହେରା, ରମେଶଚନ୍ଦ୍ର ପରିଡ଼ା, ସନ୍ତୋଷ କୁମାର ଗୌଡ଼, ରଵିନ୍ଦ୍ର ଲେଙ୍କା ପ୍ରମୁଖ ବ୍ୟକ୍ତିମାନଙ୍କ ସହ ଅନ୍ୟାନ୍ୟ କର୍ମୀ ମାନେ ଉପସ୍ଥିତ ଥିବା ପରିଲକ୍ଷିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post