ସର୍ବଭାରତୀୟ ଜେଇଇ ମେନ୍ ୨୦୨୪ ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷାର୍ଥୀଙ୍କ ଉଲ୍ଲେଖନୀୟ ସଫଳତା

3
  • -୪୫  ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସ ପାଇଁ କୃତକାର୍ଯ୍ୟ

  • -ମୟୂରଭଞ୍ଜ ଜିଲ୍ଳାର ସୁନାରାମ ମାରାଣ୍ଡିଙ୍କ ସଫଳତା

 ଭୁବନେଶ୍ୱର, ୨୯/୦୪ : ସଦ୍ୟ ପ୍ରକାଶ ପାଇଥିବା ଜେଇ ମେନ ୨୦୨୪ ର ଦ୍ଵିତୀୟ ସେସନରେ   ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ଏପରିକି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୫୩ ଜଣ ଛାତ୍ରଛାତ୍ରୀ ୯୦ ପର୍ସେଣ୍ଟାଇଲ ଅଧିକ ନମ୍ବର ରଖି ଗୌରବମୟ ଅଧ୍ୟାୟ ସୃଷ୍ଟି  କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୫୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୫ ଜଣ ଛାତ୍ରଛାତ୍ରୀ ଜେଇ ଆଡଭାନ୍ସ ୨୦୨୪ ଦେବାପାଇଁ କୃତକାର୍ଯ୍ୟ ହୋଇଛନ୍ତି। ଏପରିକି ୨୨ ଜଣ ଛାତ୍ରଛାତ୍ରୀ ୯୪ପର୍ସେଣ୍ଟାଇଲ ରୁ ଅଧିକ ନମ୍ବର ରଖିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ବାବୁଲ ପ୍ରଧାନ ୯୯.୧୪ପର୍ସେଣ୍ଟାଇଲ ନମ୍ବର ରଖି ପ୍ରଥମ ସ୍ଥାନରେ ରହିଛନ୍ତି। ଶୁଭମ୍ ସ୍ୱାଗତିକା ସାହୁ ଏବଂ ଓମ୍ ସାଇ କୃଷ୍ଣ ବେହେରା ୯୭.୭୯ପର୍ସେଣ୍ଟାଇଲ ନମ୍ବର ରଖି ଯଥାକ୍ରମେ ଦ୍ଵିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି, ଏମାନଙ୍କ ବ୍ୟତୀତ   ଆଇକନିକ ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ମୟୂରଭଞ୍ଜ ଜିଲ୍ଳାର ସୁନାରାମ ମାରାଣ୍ଡି ୫୯୩ ସ୍ଥାନ ଅଧିକାର କରିଛନ୍ତି।

Leave A Reply

Your email address will not be published.