ଭୁବନେଶ୍ୱର, ୨୯/୦୪/୨୦୨୪:ଗଞ୍ଜାମଜିଲ୍ଲା ଅନ୍ତର୍ଗତ ଛତ୍ରପୁର ନିର୍ବାଚନ ମଣ୍ଡଳୀରଶତାଧିକ ବିଜେପି ନେତା ଓ କର୍ମୀ ଆଜି ଶଙ୍ଖ ଭବନ ଠାରେ ରାଜ୍ୟସଭା ସାଂସଦ ଡ ସସ୍ମିତ ପାତ୍ର ଓ ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ସମସ୍ତ ବିଜେପି କର୍ମୀଙ୍କୁ ଡକ୍ଟର ପାତ୍ର ଓ ଶ୍ରୀମହାପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ ।ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷ କରି ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡ ପାତ୍ର ଓ ଶ୍ରୀ ମହାପାତ୍ର କହିଥିଲେ ।
ଏହି ଅବସରରେ ବିଜେପି ନେତାମାନେ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛଶାସନ, ନିର୍ମଳଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ ।ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ ।
ଏହିମିଶ୍ରଣ ପର୍ବରେ ପୂର୍ବତନ ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ପଣ୍ଡା, ଶ୍ରୀନିବାସ ରେଡ୍ଡୀ, ଅଞ୍ଜନା ପାତ୍ର, ସୀମାଦ୍ରି ରେଡ୍ଡୀ, ଜ୍ୟୋତିରାଜ ମହାରଣା, ଉଦୟନାଥ, ବସନ୍ତ ଦାସ, ରଘୁନାଥ ପାତ୍ର, ବିଜୟ ଚନ୍ଦ୍ର ଗନ୍ତାୟତ, ରବୀନ୍ଦ୍ର ପ୍ରଧାନ, ରବୀନ୍ଦ୍ରନାଥ ସାହୁ, ଅଜୟ ପ୍ରଧାନ, କୈବଲ୍ୟ ପ୍ରଧାନ, ଭାସ୍କର ପ୍ରଧାନ, ନିର୍ମଳ ପ୍ରଧାନ, ବାଳକୃଷ୍ଣ ସେଠୀ, ଆଲୋକମଲ୍ଲିକ, ସଞ୍ଜୟ ପାତ୍ର, ସନ୍ତୋଷସାହୁ, ମନୋଜ ଗୌଡ, ଦୂର୍ଯେ୍ୟାଧନ ରେଡ୍ଡୀ, କାଳିଆ ଗୌଡ, ହରିବନ୍ଧୁ ରେଡ୍ଡୀ, ରଙ୍କଗୌଡ, ବିଜୁଗୌଡ, ସୁଶାନ୍ତ ମହାନ୍ତି, ପ୍ରତାପ ଗୌଡ, ଈଶ୍ୱର ରେଡ୍ଡୀ, ବୁଲୁ କୁମାର ସେଠୀଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.