ନାମାଙ୍କନ ପୂର୍ବରୁ ସ୍ବର୍ଗତ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବର୍ଷା

2

ଭବ୍ୟ ଶୋଭାଯାତ୍ରା ରେ ଯାଇ ଦାଖଲ କଲେ ନାମାଙ୍କନ ପତ୍ର

ବରଗଡ଼ :- ବରଗଡ଼ ଲୋକସଭା ଓ ଏହାର ଅନ୍ତର୍ଗତ ସାତ ଗୋଟି ବିଧାନସଭା ପାଇଁ ଆସନ୍ତା 20 ମେ ରେ ହେବ ଭୋଟ ଗ୍ରହଣ । ଗତ 26 ତାରିଖରୁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ଆଜି ବିଜୁ ଜନତା ଦଳର ପ୍ରାର୍ଥୀନୀ ଶ୍ରୀମତୀ ବର୍ଷା ସିଂ ବରିହା ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ପ୍ରାପ୍ତ ସୂଚନା ଅନୁସାରେ ଆଜି ବିଜେଡି ପ୍ରାର୍ଥୀନୀ ଶ୍ରୀମତୀ ବର୍ଷା ସିଂ ବରିହା ସକାଳୁ ଜଗତଜନନୀ ମାଁ ବିନ୍ଧ୍ୟବସିନୀ ଙ୍କର ପୂଜାର୍ଚନା କରିବା ପରେ ନିଜ ମାଁ ଙ୍କର ଆଶୀର୍ବାଦ ନେଇ ନିଜ ସ୍ବର୍ଗତ ପିତା ତଥା ପୂର୍ବତନ ବିଧାୟକ ଙ୍କର ସମାଧି ପିଠ କୁ ଯାଇ , ସ୍ବର୍ଗତ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସାନ ଭାଇ ଭୋଜରାଜ ସିଂ ବରିହା ଓ ସ୍ୱାମୀ ଶ୍ରୀ ସ୍ମୃତି ସୌରଭ ବଳିୟାର ସିଂ ଙ୍କ ସହିତ ବାପାଙ୍କ ସମାଧି ପୀଠ ରେ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ , ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରୁ ଆସିଥିବା ହଜାର ହଜାର ସମ୍ମର୍ଥକ , ଦଳୀୟ କାର୍ଯକର୍ତା , ଶୁଭେଛୁ ଓ ମାଁ ଭଉଣୀ ଙ୍କର ଗହଣରେ ଏଜ ବିରାଟ ଶୋଭାଯାତ୍ରା ରେ ପଦ୍ମପୁର ସହର ର ବିଭିନ୍ନ ଛକ ପରିକ୍ରମା କରି ଉପଜିଲ୍ଲାପାଳ ଙ୍କର ଅଫଫିସ କୁ ପହଞ୍ଚି ଥିଲେ । ନିଜର ପ୍ରସ୍ତବକ ଙ୍କର ସହିତ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଅଫିସ ରେ ପହଂଚିବା ପରେ ବର୍ଷା ତାଙ୍କ ନିକଟରେ ଦୁଇ ଗୋଟି ନାମାଙ୍କନ ସେଟ ଦାଖଲ କରିଥିଲେ ।ଆଜି ବର୍ଷା ଙ୍କର ନାମାଙ୍କନ ଅବସରରେ ପଦ୍ମପୁର ସହରରେ ହୋଇଥିବା ଲୋକଙ୍କ ଭିଡ଼, ପଦ୍ମପୁର ଅଞ୍ଚଳରେ ବିଜୁ ଜନତା ଦଳ, ମୁଖ୍ୟମନ୍ତ୍ରୀ , ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଓ ଖୋଦ ବର୍ଷା ଙ୍କର ଲୋକପ୍ରିୟତା କୁ ଦର୍ଶାଉ ଥିଲା ।
ଏଠାରେ ସୂଚନାଯୋଗ୍ୟ ଯେ , ସାଧାରଣ ନିର୍ବାଚନ ଘୋଷଣା ହେବା ପରେ ରାଜନୈତିକ ପାଣିପାଗ ହଠାତ ଗରମ ହୋଇ ଉଠିଥିଲା । ଗତ ଉପନିର୍ବାଚନ ପରେ ବର୍ଷା କ୍ରମାଗତ ଭାବରେ ଗାଁ ଗାଁ ବୁଲି , ସଭା ସମିତି କରି ବା ବିଭିନ୍ନ ସାମୁହିକ ଓ ଦଳୀୟ କାର୍ଯକ୍ରମ କରି ନ8ଜର ସଂଗଠନ କୁ ମଜବୁତ କରିଥିବା ବେଳେ , ଉପନିର୍ବାଚନ ପରେ ବିରୋଧୀ ଏକ ପ୍ରକାର ଲୋକଙ୍କ ପାଖରୁ ଦୁରେଇ ଯାଇଥିଲେ । ଯାହା ଫଳରେ ବିରୋଧୀ ଙ୍କର ଭିରରେ ବି ବର୍ଷା ଙ୍କର ଗ୍ରହନୀୟତା ଅନେକ ରହିଛି । ଇତି ମଧ୍ୟରେ ଅନେକ ବିରୋଧି ଦଳର ନେତା ଓ କର୍ମୀ ନିଜ ନିଜ ଦଳ ଛାଡି ବିଜୁ ଜନତା ଦଳରେ ସାମିଲ ହେବା ଏହାକୁ ପ୍ରଣାନୀତ କରୁଛି । ଆଜି ନାମାଙ୍କନ ଅବସରରେ ହୋଇଥିବା ଲୋକଙ୍କ ଭିଡ଼ ଦେଖି ଅଞ୍ଚଳର ଅନେକ ରାଜନୈତିକ ସମୀକ୍ଷକ , ପଦ୍ମପୁର ପୁଣିଥରେ ବର୍ଷା ଙ୍କୁ ବିଧାୟିକା ଭାବରେ ଦେଖିବାକୁ ଚାହୁଁଛି ବୋଲି ମତ ପ୍ରକାଶ କରୁଛନ୍ତି ।
ଆଜି ବର୍ଷା ଙ୍କର ନାମାଙ୍କନ ଅବସରରେ , ବରଗଡ଼ ଲୋକସଭା ପାଇଁ ବିଜେଡି ପ୍ରାର୍ଥୀନୀ ଶ୍ରୀମତୀ ପରିଣୀତା ମିଶ୍ର , ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ , ପଦ୍ମପୁର ଏନ ଏ ସି ଅଧ୍ୟକ୍ଷା ଶ୍ରୀମତୀ ସବିତ୍ରୀ ବାଗ , ପାଇକମାଲ ବ୍ଲକ ଅଧ୍ୟକ୍ଷା ଭାବନା ସିଂ , ଝାରବନ୍ଧ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଲିପ୍ସା ପ୍ରଧାନ , ବିଧାୟିକା ଙ୍କର ଅନୁଜ ଶ୍ରୀ ଭୋଜରାଜ ସିଂ ବରିହା , ଶ୍ରୀ ପ୍ରଶାନ୍ତ ମହାନ୍ତି , ଶ୍ରୀ ନବ କିଶୋର ସାହୁ , ଶ୍ରୀ ବିଜୟ କେତନ ପ୍ରଧାନ , ଶ୍ରୀ ହୃଦାନନ୍ଦ ବାରିକ , ଗୌତମ ସିଂ , ଭରତ ପଣ୍ଡା, ଯତୀନ୍ଦ୍ର ହାତୀ , ଶ୍ରୀ ହୃଷିକେଶ ବରିହା , ଶ୍ରୀ ସୋନୁ ବାଗଙ୍କର ସମେତ ପ୍ରାୟ ଦଶ ରୁ ଅଧିକ ସମ୍ମର୍ଥକ ଓ ଶୁଭେଛୁ ଉପସ୍ଥିତ ଥିଲେ ।।

Leave A Reply

Your email address will not be published.