ଭଞ୍ଜନଗର ବି.ଜେ.ପି ର ବୁଥ୍ ସ୍ତରୀୟ ବିଜୟ ଅଭିଯାନ ଆରମ୍ଭ

2

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଆସନ୍ତା ମେ ମାସ ୨୦ ତାରିଖରେ ହେବାକୁ ଯାଉଛି ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ। ତେଣୁ ବିଭିନ୍ନ ରାଜନୈତିକ ଦଳ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ଆରମ୍ଭ ହେଇଗଲାଣି କସରତ l

ସେହିପରି ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି (ବି.ଜେ.ପି) ନିଜର ଦୃଢ଼ ସ୍ଥିତି ଜାହିର କରିବା ପାଇଁ ପ୍ରଚାରକୁ ଅଧିକ ଗୁରୁତ୍ୱ ଦେଇଛି। ଏପରି ସ୍ଥିତିରେ ଭଞ୍ଜନଗର ବିଜେପି ଆରମ୍ଭ କରିଛି ବୁଥ୍ ସ୍ତରୀୟ ମହାଵିଜୟ ପ୍ରଚାର ଅଭିଜାନ । ସେଥିପାଇଁ ବିଜେପିର ହାଇଭୋଲ୍ଟେଜ ପ୍ରଚାର ସାଙ୍ଗକୁ କର୍ମୀ ସମିଳନୀ ଦେଖି ସମସ୍ତେ ଛାନିଆ l ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଭାବେ ଦ୍ଵିତୀୟ ଥର ପ୍ରଦ୍ୟୁମ୍ନ କୁମାର ନାୟକ ଟିକେଟ ପାଇଛନ୍ତି। ତାଙ୍କୁ ସ୍ବାଗତ କରିବା ପାଇଁ ହଜାର ହଜାର ବାଇକ ସହିତ ବହୁ ସଂଖ୍ୟକ ବିଜେପି କର୍ମୀମାନେ ଉତ୍ସାହର ସହ କରସିଙ୍ଗି ଛକ ଠାରୁ ବିଶାଳ ବାଇକ ରାଲିରେ ଆସି ଭଞ୍ଜନଗର ସହର ହୋଇ କୁଲାଡ ଠାରେ ପହଁଚି ଥିଲେ।ଏଥିରେ ତାଙ୍କ ସହ କନ୍ଧମାଳ ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ମଧ୍ୟ ଯୋଗ ଦେଇ ଆଗାମୀ ନିର୍ବାଚନ ରେ ଲୋକସଭା ଓ ବିଧାନସଭା ପାଇଁ ଉଭୟ ପ୍ରାର୍ଥୀ ଙ୍କୁ ପଦ୍ମ ଫୁଲଚି଼ହ୍ନରେ ଭୋଟ ଦେବାପାଇଁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ କର୍ମୀ ମାନଂକୁ ଅବଗତ କରିଥିଲେ l ଏହି କର୍ମୀ ସମ୍ମିଳନୀରେ ବିଜେପିର ଜୋନ ସ୍ତରୀୟ ସମସ୍ତ କର୍ମକର୍ତ୍ତା ଓ ବିଭିନ୍ନ ପଞ୍ଚାୟତରୁ ଆସିଥିବା ହଜାର ହଜାର ମହିଳା ଓ ପୁରୁଷ କର୍ମୀ ଯୋଗ ଦେଇଥିଲେ।ସେହିପରି ବିଜେଡିର ମଧ୍ୟ ଏକ ସମୟରେ ରାଲି ହେଉଥିବାରୁ ପୋଲିସ ସୁରକ୍ଷା ବ୍ୟବସ୍ଥା ସମ୍ପୁର୍ଣ୍ଣ କଡାକଡି କରାଯାଇଥିଲା।ଗତ ଥର ଅପେକ୍ଷା ଚଳିତ ନିର୍ବାଚନରେ ବିଜେପି କର୍ମୀମାନେ ଅଧିକ ଉତ୍ସାହିତ ହୋଇ କାର୍ଯ୍ୟ କରୁଥିବା ଦେଖାଯାଇଛି। ରାତ୍ର ୧୦ ଘଣ୍ଟା ସମୟରେ କୁଲାଡ ଗ୍ରାମରେ ଏକ ମହାସଭା ଅନୁଷ୍ଠିତ ହୋଇ ସାମୂହିକ ଭୋଜନ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମୟ ଅତିକ୍ରାନ୍ତ ହୋଇଯାଇଥିବାର ବିଜେପି ରେ ଯୋଗଦାନ କରିବାକୁ ଆସିଥିବା ଅନେକ କର୍ମୀ ଯୋଗଦାନ କରିପାରିନଥିଲେ। ସେଥିପାଇଁ ଭଞ୍ଜନଗର ବିଜେପି ଜନପ୍ରତିନିଧି ଦୁଃଖ ପ୍ରକାଶ କରି କର୍ମୀ ମାନଙ୍କୁ ସମ୍ବୋଧନ କରି କହିଥିଲେ, ଯେ ଅନ୍ୟ ଏକଦିନ ପୁଣି ଏହି ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶେଷରେ ସେ ସମସ୍ତ ଜନସାଧାରଣ ଓ କର୍ମୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.