ଉଷୁମା ପଞ୍ଚାୟତର ବହୁ ବିଜେପି ଏବଂ କଂଗ୍ରେସ କର୍ମୀ ପଦ୍ମ-ହାତ ଛାଡି ଶଙ୍ଖ ଫୁଙ୍କିଲେ : ବିଜେପି ଓ କଂଗ୍ରେସକୁ ଶକ୍ତ ଝଟକା l

2

 (ମାହାଙ୍ଗା-ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ତଥା ପୂର୍ବତନ ମନ୍ତ୍ରୀ ତଥା ବିକାଶପୁରୁଷ, ଦୃଢ ସଂଗଠକ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନେତୃତ୍ବରେ ଆସ୍ଥା ଓ ଭରସା ପ୍ରକଟ କରି ବହୁ ବିଜେପି ଓ କଂଗ୍ରେସ କର୍ମୀ ବିଜେଡ଼ିରେ ଯୋଗଦାନ କରୁଛନ୍ତି l ଏହି ପ୍ରରୀପେକ୍ଷୀରେ ଶନିବାର ଅପରାହ୍ନ ସମୟରେ ମାହାଙ୍ଗା ବ୍ଳକ କୁଆଁପାଳ ଅଳିଯୋଡ଼ା ସ୍ଥିତ ବିଧାୟକ ଶ୍ରୀ ଜେନାଙ୍କ ବାସଭବନରେ ଏକ ବୃହତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ତଥା ବିଧାୟକ ପ୍ରତାପ ଜେନାଙ୍କ ନେତୃତ୍ବରେ ଅନୁପ୍ରାଣିତ ହୋଇ ମାହାଙ୍ଗା ବ୍ଳକ ଉଷୁମା ଗ୍ରାମ ପଞ୍ଚାୟତର ବହୁ ବିଜେପି ଏବଂ କଂଗ୍ରେସ କର୍ମୀ ପଦ୍ମ-ହାତ ଛାଡି ଶଙ୍ଖ ଫୁଙ୍କିଛନ୍ତି l ଏହି ଅବସରରେ ବିଧାୟକ ପ୍ରତାପ ଜେନା ବିଜେଡ଼ିରେ ଯୋଗଦାନ କରିଥିବା ସମସ୍ତ ବିଜେପି ଓ କଂଗ୍ରେସ କର୍ମୀ ମାନଙ୍କୁ ଦଳୀୟ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇବା ସହିତ ପଞ୍ଚାୟତରେ ଅଧିକରୁ ଅଧ‌ିକ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ହାତରେ ହାତ ମିଶାଇ କାର୍ଯ୍ୟ କରିବାକୁ ପ୍ରକାଶ କରିଥିଲେ l ସେହିପରି ଭାବେ ବିଜେଡ଼ିରେ ଯୋଗଦାନ କରିଥିବା ସମସ୍ତ କର୍ମୀ ଆଗାମୀ ନିର୍ବାଚନରେ ବିଜେଡ଼ି ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କୁ ବହୁ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇ ପଞ୍ଚାୟତର ବିକାଶକୁ ଦୁଇ ଗୁଣିତ କରିବାକୁ ଉଦ୍ୟମ ଜାରି ରଖିବେ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଜେନାଙ୍କ ସମେତ ଉଷୁମା ଗ୍ରାମ ପଞ୍ଚାୟତର ବହୁ ବିଜେଡି ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.