ସି.ପି.ଆଇ (ଏମ୍.ଏଲ୍.ଏ) ସମର୍ଥିତ ସୋରଡା ବିଧାୟକ ପ୍ରାର୍ଥୀ ଅବନୀ ଗୟାଙ୍କ ନାମାଙ୍କନ ପତ୍ର ଦାଖଲ।

2

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:  ଦେଶରେ ସାମ୍ପ୍ରଦାୟିକ ଫାସିବାଦ ଓ କର୍ପୋରେଟ ସପକ୍ଷବାଦୀ ନୀତି ବିରୁଦ୍ଧରେ ସିପିଆଇ (ଏମ୍.ଏଲ) ପକ୍ଷରୁ ସାଥୀ ଅବନୀ ଗୟାଙ୍କ ଆଜି ୨୬ ଏପ୍ରିଲ୍ ୨୦୨୪ ଶୁକ୍ରବାର ଦିନ ୧ ଘଣ୍ଟା ସମୟରେ ସୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀପାଇଁ ବିଧାୟକ ପ୍ରାର୍ଥୀ ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ଅଫିସ ରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l

ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ସମ୍ପାଦକ ସାଥି ନିରାକାର ନାୟକଙ୍କ ନେତୃତ୍ଵରେ ଭଞ୍ଜନଗର ନୂଆଁ ବସ ଷ୍ଟାଣ୍ଡ ଠାରୁ ଶୋଭାଯାତ୍ରା ବାହାରି ଉପ ଜିଲ୍ଲାପାଳଙ୍କୁ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ଏହି ପ୍ରାର୍ଥୀ ପତ୍ର ଦାଖଲ ବେଳେ ଜିଲ୍ଲା ସମ୍ପାଦକ କମ୍ରେଡ ନିରାକାର ନାୟକ,ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ସାଥୀ ଗଗନ ଚନ୍ଦ୍ର ମଲ୍ଲିକ,ଅଲ୍ ଇଣ୍ଡିଆ କ୍ଷେତ ମଜଦୂର କିସାନ ସଭା ଜିଲ୍ଲା କମିଟି କମ୍ରେଡ୍ ରଞ୍ଜନ ଶବର, କମ୍ରେଡ୍ ଲଡୁ ଶବର, କମରେଡ କୈଳାସ ମଲ୍ଲିକ, ଚାଷୀ ମୂଲିଆ ସଂଘ,ଓଡ଼ିଶା AIKMKS ସୋରଡା ବ୍ଲକ କମିଟି ସଦସ୍ୟ ଅରକ୍ଷିତ ବାଡତ୍ୟା,ବାବୁ ନାଇକ,ରେଣୁ ପଲାଇ, ବୁଗୁଡ଼ା ବ୍ଲକ ସାଥୀ ପ୍ରକାଶ ନାଇକ,ସାଥୀ ଦାସ ରଥି ନାଇକ,ଜଗନ୍ନାଥ ପ୍ରସାଦ ବ୍ଲକ ସନିଆସି ନାଇକ, ସଞ୍ଜୟ ନାଇକ ସମେତ ଶହ ଶହ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.