ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ: ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି, ନବରଙ୍ଗପୁର ଜିଲ୍ଲାପାଳ ଡ଼. କମଳଲୋଚନ ମିଶ୍ରଙ୍କ ନେତୃତ୍ୱରେ ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଙ୍କ ନିର୍ଦେଶ କ୍ରମେ, ନବରଙ୍ଗପୁର ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥ ଙ୍କ ପ୍ରତଖ୍ୟ ତତ୍ୱା ଅବଧାନରେ, ନବରଙ୍ଗପୁର ଅବକାରୀ ଥାନା ଅଧିକାରୀ ସୁଜିତ କୁମାର ନାଗ ଓ ଅବକାରୀ ଜିଲ୍ଲା ଭ୍ରାମ୍ୟ ମାଣ ସଂସ୍ଥା ଉପ ନିରୀକ୍ଷକ ବିଙ୍ଗ ରାଜ ଦାମୀ ଙ୍କ ନେତୃତ୍ୱ ରେ ତେତୁଲୀଖୁଣ୍ଟି ଥାନା ଅନ୍ତର୍ଗତ କରକି ଗୁଡା ବଡ ଟିମନ ପୁର ମୁଖ୍ୟ ରାସ୍ତା ଉପରେ ଡେଙ୍ଗପଦର ଗ୍ରାମ ର ଜଣେ ଆସାମୀ ପୁଷ୍କର ଧ୍ୱଜ ବିଷୋୟି ନିକଟରୁ 18 ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଓ ଗୋଟିଏ ମୋଟର ସାଇକେଲ ଜବତ କରା ଯାଇ ଅଛି, କଡୀଙ୍ଗା ଥାନା ଅନ୍ତର୍ଗତ କୁସୁମିଗୁଡା ଗ୍ରାମ ଛକ ନିକଟ ରେ ଜଣେ ଆସାମୀ ଧନଜୟ ଭତରା ନିକଟରୁ 40 ଲିଟର ଚୋରା ଦେଶୀ ହାତରନ୍ଧା ମଦ ଜବତ କରାଯାଇଛି ଓ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି l ଅବକାରୀ ସହ ଉପ ନିରୀକ୍ଷକ ତ୍ରିନାଥ ସଉରା, ଉମେଶ ହରିଜନ, ସୁଧାଂଶୁ ସେଖର ବାଗ, ସଦାନନ୍ଦ ଭତରା, ରଞ୍ଜୀତ ସିଂହ, ଦେବେନ୍ଦ୍ର ସମରଥ, ଛତର ଗଣ୍ଡ, ଅଂଶୁମାନ ପରିଡା ପ୍ରମୁଖ ଏହି ଚଢ଼ାଉ ରେ ଅଂଶ ଗ୍ରହଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.