ଭୁବନେଶ୍ୱର, ୨୫/୪: ସେମିକଣ୍ଡକ୍ଟର କ୍ଷେତ୍ରରେ ସ୍ୱତନ୍ତ୍ର ପାଠ୍ୟକ୍ରମ ଓ ସାର୍ଟିଫିକେଟ କାର୍ଯ୍ୟକ୍ରମ ପରିଚାଳନା ନିମନ୍ତେ ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ମହୀଶୂରରେ ସ୍ଥିତ କେନ୍ସ ସେମିକନ୍ ପ୍ରାଇଭେଟ ଲିମିଟେଡ (କେଟିଆଇଏଲ୍) ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି ।
ଦେଶରେ ଆଉଟସୋର୍ସଡ ସେମିକଣ୍ଡକ୍ଟର ଆସେମ୍ବଲି ଆଣ୍ଡ ଟେଷ୍ଟିଂ ୟୁନିଟ୍ ପ୍ରତିଷ୍ଠା କରିବା ଲକ୍ଷ୍ୟ ନେଇ କେଟିଆଇଏଲ୍ ଏହି ଉଦ୍ୟମ ଆରମ୍ଭ କରିଛି । ପର୍ସେପ୍ଟିଭ୍ ସଲ୍ୟୁସନ୍ସ ସହ ମିଳିତ ଭାବେ ଏହି କମ୍ପାନୀ ସେମିକଣ୍ଡକ୍ଟର ପ୍ରସ୍ତୁତ କରିବା କ୍ଷେତ୍ରରେ ସେଂଟର୍ସ ଅଫ୍ ଏକ୍ସିଲେନ୍ସ ପ୍ରତିଷ୍ଠା କରିବା ନିମନ୍ତେ କାର୍ଯ୍ୟ କରୁଛି ।
ପର୍ସେଭ୍ଟିଭ୍ ସଲ୍ୟୁସନ୍ ସହିତ ଅନେକ ଗୁଡ଼ିଏ ବୃହତ ସେମିକଣ୍ଡକ୍ଟର କମ୍ପାନୀ କାର୍ଯ୍ୟ କରୁଛନ୍ତି ।
ଅଟୋମୋଟିଭ୍, ଇଣ୍ଡଷ୍ଟ୍ରିଆଲ୍, ଏରୋସ୍ପେସ୍, ଡିଫେନ୍ସ. ଆଉଟରସ୍ପେସ୍, ମେଡିକାଲ୍, ରେଲୱେ, ଇନ୍ଟରନେଟ ଅଫ୍ ଥିଙ୍ଗ୍ସ (ଆଇଓଟି), ଇନ୍ଫର୍ମେସନ୍ ଟେକ୍ନୋଲୋଜି ତଥା ଅନ୍ୟାନ୍ୟ କ୍ଷେତ୍ରରେ ଡିଜାଇନ୍, ପ୍ରୋସେସ ଇଞ୍ଜିନିୟରିଂ, ଇନ୍ଟିଗ୍ରେଟେଡ୍ ମାନୁଫ୍ୟାକ୍ଚରିଂ ଓ ଲାଇଫ୍ ସାଇକଲ୍ ସପୋର୍ଟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏହି କମ୍ପାନୀର ୩ ଦଶନ୍ଧିର ଅଭିଜ୍ଞତା ରହିଛି । ସାରା ଭାରତରେ ଏହାର ୮ଟି ଅତ୍ୟାଧୁନିକ ମାନୁଫ୍ୟାକ୍ଚରିଂ ସୁବିଧା ରହିଛି ।
ବୁଝାମଣା ଅନୁଯାୟୀ ସୋଆ ଏବଂ କେଟିଆଇଏଲ୍ ମଧ୍ୟରେ କ୍ଷମତା ବୃଦ୍ଧି ଓ ନୂତନ ଜ୍ଞାନ କୌଶଳ ଆହରଣ ନିମନ୍ତେ କ୍ଷୁଦ୍ର ମିଆଦି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହେବ । ସେହିପରି ସୋଆ ଏବଂ କେଟିଆଇଏଲ୍ ଉଭୟ ସେମିକଣ୍ଡକ୍ଟର ଶିଳ୍ପରେ ଅଭିଜ୍ଞତା ସମ୍ପନ୍ନ ବିଶେଷଜ୍ଞମାନଙ୍କୁ ସମ୍ପୃକ୍ତ କରିବା ନିମନ୍ତେ ଲକ୍ଷ୍ୟ ରଖିଛନ୍ତି ।
ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ କେନ୍ସ ସେମିକନ୍ ପ୍ରାଇଭେଟ ଲିମିଟେଡ୍ର ଚିଫ୍ ଏଗଜିକ୍ୟୁଟିଭ୍ ଅଫିସର ଶ୍ରୀ ରଘୁ ପାନିକରଙ୍କ ମଧ୍ୟରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଥିଲା । ଏହି ଅବସରରେ ପର୍ସେପ୍ଟିଭ୍ ସଲ୍ୟୁସନ୍ସ ପକ୍ଷରୁ ସଂସ୍ଥାର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତି କେ. ଭାନୁପ୍ରିୟା ଉପସ୍ଥିତ ଥିଲେ ।
ଏହି ଅବସରରେ ସୋଆର କଂଟ୍ରୋଲର ଅଫ୍ ଏଗ୍ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଆଇଟିଇଆର୍ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ପ୍ରଫେସର ଡି.ଏନ୍. ଥାଟ୍ଟୋଇ, ଆଡିସ୍ନାଲ୍ ଡିନ୍ (ଏକାଡେମିକ୍), ପ୍ରଫେସର ରେଣୁ ଶର୍ମା ଆଡିସ୍ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର, ସମସ୍ତ ବିଭାଗୀୟ ମୁଖ୍ୟ , ସିନିୟର ପ୍ରଫେସର, ସେଂଟର କୋର୍ଡିନେଟର ଓ ଡକ୍ଟର ସତୀଶ କୁମାର ସାମଲ, ଆସିଷ୍ଟାଂଟ ପ୍ରଫେସର ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.