ଭୁବନେଶ୍ୱର, ୨୫/୪: ଓଡ଼ିଶାରେ ଆହୁରି ଏକ ସପ୍ତାହ କିମ୍ବା ୧୦ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ପାକିସ୍ତାନ ଏବଂ ଆଫଗାନିସ୍ତାନର ଜଳବାୟୁ ପ୍ରଭାବରେ ଏଭଳି ପରିସ୍ଥିତି ସୃ୍ଷ୍ଟି ହୋଇଥିବା ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର ଏନ୍ଭାଇରନ୍ମେଂଟ ଆଣ୍ଡ କ୍ଲାଇମେଟ (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ତଥ୍ୟାନୁଯାୟୀ ଉତର ଓଡ଼ିଶାରେ ଦିନର ତାପମାତ୍ରା ସର୍ବାଧିକ ୪୩ ରୁ ୪୫ ଡିଗ୍ରୀ ସେଲ୍ସିୟସ୍ ରହିବାର ସମ୍ଭାବନା ଥିବା ବେଳେ ଦକ୍ଷିଣ ଓଡ଼ିଶାରେ ୪୧ ରୁ ୪୩ ଡିଗ୍ରୀ ରହିପାରେ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି ।
ଡକ୍ଟର ସାହୁ କହିଛନ୍ତି ଯେ ପାକିସ୍ତାନ ଏବଂ ଆଫଗାନିସ୍ତାନରେ କ୍ରମାଗତ ପାଣିପାଗରେ ପରିବର୍ତନ ହେବା ଦ୍ୱାରା ଅତ୍ୟଧିକ ବର୍ଷା ଲାଗି ରହିଥିବାରୁ ଭାରତର ପାଣିପାଗ ଉପରେ ପ୍ରଭାବ ପଡ଼ୁଛି ।
ଏହା ଯୋଗୁଁ ମଧ୍ୟ ଭାରତରେ ବର୍ଷା ହେବା ଭଳି ଅନୁକୂଳ ପରିସ୍ଥିତି ସୃଷ୍ଟି ହେଉନାହିଁ ଏବଂ ପୂର୍ବ ଭାରତକୁ ଶୁଷ୍କ ଉତର-ପଶ୍ଚିମ ଦିଗରୁ ଉତପ୍ତ ପବନର ପ୍ରବାହ ଯୋଗୁଁ ଓଡ଼ିଶାରେ ପ୍ରଚଣ୍ଡ ରୌଦ୍ର ତାପ ଜାରି ରହୁଛି ବୋଲି ଡକ୍ଟର ସାହୁ କହିଛନ୍ତି ।
ପାକିସ୍ଥାନ ଏବଂ ଏହାର ଆଖପାଖ ଅଂଚଳର ପାଣିପାଗ ଧୀରେ ଧୀରେ ପୂର୍ବ ଭାରତ ଆଡ଼କୁ ମୁହାଁଇବା ଦ୍ୱାରା ଓଡ଼ିଶାରେ ମେ ୧ ତାରିଖ ବେଳକୁ ଉପକୂଳ ଏବଂ ଏହାର ନିକଟବର୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ତାପମାତ୍ରା ୩ ରୁ ୪ ଡିଗ୍ରୀ ହ୍ରାସ ପାଇପାରେ । ତେବେ ମେ ୪ ବେଳକୁ ତାପମାତ୍ରା ପୁଣି ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.