ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ମେ ମାସ ୧୩ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆଜି (ବୁଧବାର ଦିନ) ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲର ୭ମ ଦିନରେ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ର ବିଧାୟକ ପ୍ରାର୍ଥୀ ଭାବରେ ଫରୱାର୍ଡ଼ ବ୍ଲକ ର ଜିଲ୍ଲା ସମ୍ପାଦକ ତଥା ଯୁବନେତା ପି. ମୁରଲୀ କ୍ରୀଷ୍ଣା ପାରଳାଖେମୁଣ୍ଡି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ପୂର୍ବାହ୍ନ ରେ ସୁଭାଷ ନଗର ସ୍ଥିତ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ଫରୱାର୍ଡ଼ ବ୍ଲକ ଦଳ ପକ୍ଷରୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ମାଲ୍ୟାର୍ପଣ କରିବା ପରେ ସେଠାରୁ ସମର୍ଥକଙ୍କ ଗହଣରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ରିଟର୍ଣିଂ ଅଫିସର ତଥା ଉପଜିଲ୍ଲାପାଳ ଶ୍ରୀ ଅନୁପ କୁମାର ପଣ୍ଡାଙ୍କ ଠାରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ପ୍ରାର୍ଥୀ ଭାବେ ସତ୍ୟପାଠ ସହ ନିଜର ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ପି. ମୁରଲିକ୍ରୀଷ୍ଣା।
ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ରୁ ବିଧାୟକ ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିବା ଅବସରରେ ଗଣମାଧ୍ୟମ କୁ ସୂଚନା ଦେଇ ମୁରଲୀକ୍ରୀଷ୍ଣା କହିଛନ୍ତି ଯେ ଗଜପତି ଜିଲ୍ଲାର ସାଧାରଣ ମଣିଷ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେଉଛି। ଶ୍ରମଜୀବୀ ମଣିଷ , ଚାଷୀ , ଦାଦନ ଓ ବେକାରୀ ଯୁବକଙ୍କ ସମସ୍ୟା ର କଥା ନକହିଲେ ଭଲ। ଏଗୁଡିକର ସମାଧାନ ପାଇଁ ଗରିବ ଅବହେଳିତ ମଣିଷମାନଙ୍କ ଐକ୍ୟବଦ୍ଧ ସଂଗ୍ରାମ ଆବଶ୍ୟକ।
ମୁଁ ଜଣେ ଅଟୋ ଚାଳକ ହୋଇ ମଧ୍ୟ ଗରିବ ମଣିଷଙ୍କ ସମସ୍ୟାକୁ ବୁଝୁଚି ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଆଦର୍ଶରେ ଗରିବ ମଣିଷଙ୍କ ଲଢେଇ ଲଢୁଛି। ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର ଭାଇ ଭଉଣୀମାନେ ଏ ଲଢେଇରେ ମୋ ସହିତ ଠିଆ ହେବାକୁ ଅନୁରୋଧ କରୁଛି। ଏହି ଅବସରରେ ଫରୱାର୍ଡ଼ ବ୍ଲକ ଜିଲ୍ଲା କମିଟି ପକ୍ଷରୁ ଏମ୍. ଶେଖର ରାଓ , କୋଣ୍ଡଲା କାନ୍ତା ରାଓ , ଟି. ନବତେଜା , ଟି.ପ୍ରଦୀପ କୁମାର , ପି. ବାଲକୃଷ୍ଣ , ମହିଳା ନେତ୍ରୀ ରାଜେଶ୍ୱରୀ , ମାନସ କୁମାର ଜେନା , ପୋଗଟି ଚନ୍ଦୁ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.