ଜିଲ୍ଳାରେ ନିର୍ବାଚନ ମୁଖ୍ୟ ପର୍ଯ୍ୟବେକ୍ଷକ ଯୋଗଦାନ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ନିର୍ବାଚନ କମିଶନ ଦ୍ବାରା ଗଜପତି ଜିଲ୍ଲା ପାଇଁ ମୁଖ୍ୟ ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ ଶ୍ରୀଯୁକ୍ତ ଗନ୍ଧମ୍ ଚନ୍ଦୃଡୁ , ଭାପ୍ରସେ , ପରିଚାଳକ ନିର୍ଦ୍ଦେଶକ, ସ୍ଵଚ୍ଛ ଆନ୍ଧ୍ର ନିଗମ , ଆନ୍ଧ୍ରପ୍ରଦେଶ (E-mail Id- sge2024generalobservergjp@ gmail.com) ଆଜି ଗଜପତି ଜିଲ୍ଲାରେ ନିର୍ବାଚନର ମୁଖ୍ୟ ପର୍ଯ୍ୟବେକ୍ଷକ ଭାବରେ ଯୋଗଦାନ କରିଛନ୍ତି।
ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ମୋହନା ଓ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ପରିଦର୍ଶନ କରି ନିର୍ବାଚନ ପରିଚାଳନା ନିମନ୍ତେ ନିୟୋଜିତ ବିଭିନ୍ନ ଟିମ୍ ସହିତ ଆଲୋଚନା କରିଛନ୍ତି। ନିର୍ବାଚନର ସମସ୍ତ କାର୍ଯ୍ଯ ସଠିକ୍ ପରିଚାଳନା ନିମନ୍ତେ ସବୁ ଦିନରେ ସୂଚନା ଆଦାନ ପ୍ରଦାନ ଉପରେ ପର୍ଯ୍ୟବେକ୍ଷକ ଗୁରୁତ୍ୱାରୋପ କରିଥିଲେ। ସାଧାରଣ ନିର୍ବାଚନ ପକ୍ରିୟାକୁ ମୁକ୍ତ , ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରିବା ନିମନ୍ତେ ସମସ୍ତେ ନିଜର ଦାୟିତ୍ଵ ଓ କ୍ଷମତା ସମ୍ପର୍କରେ ଅବଗତ ହେବାକୁ ସେ ପରାମର୍ଶ ଦେଇଛନ୍ତି। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଓ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ୍ କୁମାର ଜିଲ୍ଲା ନିର୍ବାଚନ ବିଭାଗ ଦ୍ୱାରା କରାଯାଇଥିବା ବିଭିନ୍ନ ଆନୁସାଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।

Leave A Reply

Your email address will not be published.