ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ବନଖଣ୍ଡରେ ଫେବୃଆରୀ ୨୦୨୪ ମସିହା ଠାରୁ ୨୪-୪-୨୦୨୪ ପର୍ଯ୍ୟନ୍ତ ମୋଟ ୭୩୫ ଗୋଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ ହୋଇଛି I ସେଥି ମଧ୍ୟରୁ ୬୦୧ ଗୋଟି ଜଙ୍ଗଲ ମଧ୍ୟରେ ଏବଂ ୧୩୪ ଗୋଟି ଜଙ୍ଗଲ ବାହାରେ ଚିହ୍ନଟ ହୋଇ ସମସ୍ତ ନିଆଁ କୁ ବନ ବିଭାଗ ଦ୍ୱାରା ଆୟତ୍ତ କରାଯାଇଛିI ପାରଳାଖେମୁଣ୍ଡି ବନଖଣ୍ଡ ର ଯେଉଁ ସବୁ ଜଙ୍ଗଲ ଅଂଚଳରେ ବେଶୀ ନିଆଁ ଲାଗୁଅଛି ସେହି ସବୁ ସ୍ଥାନରେ ବନ ବିଭାଗ ତରଫରୁ କଡା ପେଟ୍ରୋଲିଙ୍ଗ କରାଯାଉଅଛି ଏବଂ ଅନ୍ୟ ଷ୍ଟାଫ ପ୍ରତ୍ୟେକ ଦିନ ସାଟେଲାଇଟ ମାଧ୍ୟମରେ ସୂଚନା ମୁତାବକ ଜଙ୍ଗଲ ନିଆଁ କୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି I
ଆଜି ପର୍ଯ୍ୟନ୍ତ ବନଖଣ୍ଡର ସମସ୍ତ ନିଆଁ କୁ ବନ ବିଭାଗ ଦ୍ୱାରା ଆୟତ୍ତ କରାଯାଇଅଛି I ବନଖଣ୍ଡ ରେ ଆଜି ଦିନରେ ୧୨୦ ଜଣ ଜଙ୍ଗଲ ନିଆଁ ସୁରକ୍ଷା କର୍ମୀ ବିଭିନ୍ନ ଅସୁରକ୍ଷିତ ଦୁର୍ଗମ ଅଂଚଳ ମାନଙ୍କରେ ନିୟୋଜିତ କରାଯାଇଛି I ଏହି ଜଙ୍ଗଲ ନିଆଁ ସୁରକ୍ଷା କର୍ମୀ ସମ୍ପୃକ୍ତ ବନରକ୍ଷୀ ଏବଂ ବନପାଳ ସହିତ ମିଳିମିଶି ଦିନରାତି ଜଙ୍ଗଲ ନିଆଁ ଲିଭାଇବା କାର୍ଯ୍ୟରେ ସାହାଯ୍ୟ କରି ଆସୁଛନ୍ତି I ଗତକାଲି ତା ୨୩-୪-୨୦୨୪ ରିଖ ଦିନ ଜଙ୍ଗଲ ନିଆଁ କୁ ଆୟତ୍ତ କରିବା ପାଇଁ ସରକାରଙ୍କ ତରଫରୁ ୦୧ ଗୋଟି ଓଡ୍ରାଫ ଟିମ ରେ ୪୨ ଜଣ କର୍ମଚାରୀ ପାରଳାଖେମୁଣ୍ଡି ବନଖଣ୍ଡ ପାଇଁ ନିୟୋଜିତ କରାଯାଇଛି I ଏମାନଙ୍କ ମଧ୍ୟରୁ ଗୋଟିଏ ଟିମ ଚନ୍ଦ୍ରଗିରି ଏବଂ ଅନ୍ୟ ଦୁଇ ଗୋଟି ଟିମ ମୋହନା ଓ ପାରଳାଖେମୁଣ୍ଡି ଠାରେ ଅବସ୍ଥାପିତ କରାଯାଇଛି I
ଜଙ୍ଗଲରେ ନିଆଁ ନ ଲଗେଇବା ପାଇଁ ପ୍ରତ୍ୟେକ ଗାଁ ଲୋକଙ୍କୁ ସଚେତନତା କରାଯାଇଛି I ପ୍ରତ୍ୟେକ ଦିନ ବନଖଣ୍ଡରେ ୧୫ ରୁ ୨୦ ଟି ପଏଣ୍ଟ ରେ ନିଆଁ ଲାଗୁଛି I ଜଙ୍ଗଲ ନିଆଁ ନିମନ୍ତେ ବନଖଣ୍ଡ କାର୍ଯ୍ୟାଳୟ ଠାରେ ଏକ ୨୪ ଘଣ୍ଟିଆ ଜଙ୍ଗଲ ନିଆଁ ନିୟନ୍ତ୍ରଣ କକ୍ଷ ଖୋଲାଯାଇଅଛି I ଏହା ଦ୍ୱାରା ବନଖଣ୍ଡର ଯେ କୌଣସି ଜଙ୍ଗଲରେ ନିଆଁ ଲାଗିଲେ ସଂଗେ ସଂଗେ ସେହି ଖବର ଉଚିତ ସ୍ଥାନରେ ପହଞ୍ଚାଇ ନିଆଁ କୁ ଆୟତ୍ତ କରାଯାଉଅଛି I ଏଥି ପାଇଁ ଏକ କଣ୍ଟ୍ରୋଲ ରୁମ ନମ୍ବର 9348405360 ଜାରି କରାଯାଇଅଛି I ପ୍ରତ୍ୟେକ ନାଗରିକ ଏହି ଜଙ୍ଗଲ ନିଆଁ କୁ ଜାଣିବା ନିମନ୍ତେ ଜଙ୍ଗଲ ବିଭାଗ ତରଫରୁ ଏକ APP “Mo Jungle: Mo Odisha Forest ‘ ଯାହା Google ପ୍ଲେ ଷ୍ଟୋର ରେ ଉପଲବ୍ଧ ଅଛି I ଏହା ଦ୍ଵାରା ଜଙ୍ଗଲ ମଧ୍ୟରେ କେତୋଟି ସ୍ଥାନରେ ନିଆଁ ଲାଗିଅଛି ଏବଂ କେତୋଟି ନିଆଁ ପଏଣ୍ଟ କୁ ଲିଭା ଯାଇଅଛି ଜାଣିହେବ I ଏହାଛଡା ନିଆଁ ଲିଭାଇବା କାର୍ଯ୍ୟ ରେ ୧୧୦ ଗୋଟି ନିଆଁ ଲିଭା ମେସିନ , ୧୨୦ ଜଣ କର୍ମଚାରୀ ଓ ଗାଡି ନିୟୋଜିତ କରାଯାଇଅଛି I ନିଆଁ ଲାଗିଥିବା ଖବର ପାଇବାର କୌଣସି ସୂଚନା ମିଳିଲେ ତୁରନ୍ତ ବନ ବିଭାଗ କୁ ଖବର ଦେବାପାଇଁ ଡିଏଫଓ ଏସ୍ ଆନନ୍ଦ କହିଛନ୍ତି I
Sign in
Sign in
Recover your password.
A password will be e-mailed to you.
Next Post